ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

Suryakanta Picture
Published On

ସାଉଥ୍ ସିନେମା ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ସିଇଓ ତଥା ମାଲିକାଣୀ କାବ୍ୟା ମାରନ୍ ଙ୍କ ବିବାହକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ଆସନ୍ତୁ ଜାଣିବା।

ପରିବାରର ମିଳିଛି ସବୁଜ ସଙ୍କେତ!

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'


ବିଭିନ୍ନ ରିପୋର୍ଟ ଏବଂ ସୋସିଆଲ ମିଡିଆ ଫ୍ୟାନ୍ ପେଜ୍ ମାଧ୍ୟମରେ ଦାବି କରାଯାଉଛି ଯେ, କାବ୍ୟା ମାରନ୍ ଏବଂ ଅନିରୁଦ୍ଧ ରବିଚନ୍ଦର ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଯେ, ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡ଼କୁ ଏହି ଗ୍ରାଣ୍ଡ୍ ୱେଡିଂ ଅନୁଷ୍ଠିତ ହୋଇପାରେ। ଏହି ବିବାହ ଉତ୍ସବ ସ୍ପେନ୍ ରେ ଆୟୋଜିତ ହେବାର ସମ୍ଭାବନା ଥିବା ବେଳେ ଏହା ପରେ ଚେନ୍ନାଇ ଠାରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯିବ ବୋଲି ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଜୋର ଧରିଛି ଗୁଜବ

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା


ଇଣ୍ଟରନେଟରେ ଏବେ ଏହି ଦୁଇ ସେଲିବ୍ରିଟିଙ୍କୁ ନେଇ ଅନେକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ବିଶେଷ କରି ରେଡ୍ଡିଟ୍ ଏବଂ ଏକ୍ସ (ପୂର୍ବର ଟ୍ୱିଟର) ରେ ପ୍ରଶଂସକମାନେ ନିଜର ମତ ରଖିଛନ୍ତି। କିଛି ଲୋକଙ୍କ କହିବା ଅନୁଯାୟୀ ଉଭୟେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ରିଲେସନସିପ୍ ରେ ଅଛନ୍ତି ଏବଂ ବିଭିନ୍ନ ପାର୍ଟି ଓ ବିଦେଶ ଗସ୍ତରେ ଏକାଠି ନଜର ଆସିଛନ୍ତି।

କଣ ରହିଛି ପ୍ରକୃତ ସତ?

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?


ଯଦିଓ ଫ୍ୟାନ୍ସଙ୍କ ମଧ୍ୟରେ ଏହି ବିବାହକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନିରୁଦ୍ଧ ରବିଚନ୍ଦର କିମ୍ବା କାବ୍ୟା ମାରନ୍ ଙ୍କ ତରଫରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ ଯେବେ ଏହି ଯୋଡ଼ିଙ୍କୁ ନେଇ ଗୁଜବ ଉଠିଛି। ପୂର୍ବରୁ ମଧ୍ୟ ଏପରି ଖବର ଭାଇରାଲ୍ ହୋଇଥିଲା। ସେହି ସମୟରେ ଅନିରୁଦ୍ଧ ରବିଚନ୍ଦର ଏହି ସବୁ ଖବରକୁ ଖଣ୍ଡନ କରି ନିଜ ଏକ୍ସ (X) ଆକାଉଣ୍ଟରେ ଲେଖିଥିଲେ, ବିବାହ? ହାହା... ଶାନ୍ତ ରୁହନ୍ତୁ ଏବଂ ଦୟାକରି ଏଭଳି ଗୁଜବ ପ୍ରଚାର ବନ୍ଦ କରନ୍ତୁ। ତେଣୁ ଯେପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ ସାମ୍ନାକୁ ନ ଆସିଛି, ସେ ପର୍ଯ୍ୟନ୍ତ ଏହାକୁ କେବଳ ଏକ ଗୁଜବ ବୋଲି ହିଁ ଧରିନିଆଯିବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp