ସ୍କୁଲ୍ ସମୟରେ ତିନି ଥର ଫେଲ୍ ହୋଇଥିଲେ ଅକ୍ଷୟ କୁମାର! ପିଲାଦିନର ସାଙ୍ଗ ଖୋଲିଲେ ଗୁମର

Suryakanta Picture
Published On

ବଲିଉଡର ସୁପରଷ୍ଟାର୍ ଅକ୍ଷୟ କୁମାର ନିଜ ସ୍କୁଲ୍ ଜୀବନର କିଛି ମଜାଦାର ତଥା ରୋଚକ କଥା ସେୟାର୍ କରିଛନ୍ତି। କୁଇଜ୍ ରିଆଲିଟି ସୋ' "ହ୍ୱିଲ୍ ଅଫ୍ ଫର୍ଚୁନ୍" ର ହୋଷ୍ଟିଂ କରୁଥିବା ବେଳେ ସେ ଏହି ଖୁଲାସା କରିଛନ୍ତି। ସ୍କୁଲ୍ ସମୟରେ ସେ ଥରେ କିମ୍ବା ଦୁଇ ଥର ନୁହେଁ ବରଂ ତିନି ଥର ଫେଲ୍ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଏହି ସୋ' ଚାଲିଥିବା ବେଳେ ଅକ୍ଷୟ ଦର୍ଶକଙ୍କ ମଧ୍ୟରେ ବସିଥିବା ନିଜର ପିଲାଦିନର ସାଙ୍ଗ ଜିନେଶଙ୍କୁ ସମସ୍ତଙ୍କ ସହିତ ପରିଚିତ କରାଇଥିଲେ। ସେ କହିଥିଲେ ଯେ, ସେମାନେ କେଜି (KG) ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପଢ଼ୁଥିଲେ। ଏହି ସମୟ ମଧ୍ୟରେ ଉଭୟେ ଏକାଠି ତିନି ଥର ଫେଲ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସାଙ୍ଗଙ୍କ ସହ ମଜାଦାର କଥାବାର୍ତ୍ତା

ଅକ୍ଷୟ ନିଜ ସାଙ୍ଗଙ୍କ ସହ ମଜାକିଆ ଅନ୍ଦାଜରେ କଥା ହେଉଥିବା ବେଳେ କହିଥିଲେ ଯେ, ସେତେବେଳେ ଜିନେଶ ସାଇକେଲ୍ ଧରି ଝିଅମାନଙ୍କୁ ଦେଖିବାକୁ ପୂରା ସହର ବୁଲୁଥିଲେ। ତେବେ ଏହାର ଜବାବ୍ ଦେବାକୁ ଯାଇ ଜିନେଶ ଦର୍ଶକଙ୍କୁ ଓଲଟା ପ୍ରଶ୍ନ କରିଥିଲେ ଯେ, "ଆପଣଙ୍କୁ କ'ଣ ଲାଗୁଛି? ଝିଅମାନଙ୍କୁ ମୁଁ ଦେଖୁଥିଲି ନା ଏ (ଅକ୍ଷୟ) ଦେଖୁଥିଲେ?" ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ହସିବାକୁ ଲାଗିଥିଲେ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

କାହିଁକି ଫେଲ୍ ହେଲେ ଆକ୍ସନ୍ ହିରୋ?

କଥାବାର୍ତ୍ତା ସମୟରେ ଯେତେବେଳେ ଅକ୍ଷୟ ତାଙ୍କ ସାଙ୍ଗକୁ ପଚାରିଥିଲେ ଯେ ସେ କାହିଁକି ଫେଲ୍ ହେଉଥିଲେ? ସେତେବେଳେ ଜିନେଶ ଏହାର ସମସ୍ତ ଦୋଷ ଖିଲାଡ଼ି କୁମାରଙ୍କ ଉପରେ ଲଦି ଦେଇଥିଲେ। ସେ କହିଥିଲେ, "ମୁଁ ତୁମ ସହିତ ଅଧିକ ସମୟ ବିତାଉଥିଲି, ସେଇଥିପାଇଁ ହିଁ ମୁଁ ଫେଲ୍ ହେଉଥିଲି!" ବଲିଉଡ୍ ଷ୍ଟାରଙ୍କ ଏହି ମଜାଦାର କଥାବାର୍ତ୍ତା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp