କେତେ ଫଳପ୍ରଦ ରାଗିଂ ନିରୋଧୀ ଆଇନ
ବହୁଦିନ ଧରି ଗୋଟିଏ କଥା ଚାଲି ଆସିଲେ ତାହା ପ୍ରଥା ପାଲଟି ଯାଏ। ଏଇ ଚଳଣି ଭିତରେ ତା’ର କିଛି ସମର୍ଥକ ସୃଷ୍ଟି ହୋଇଯା’ନ୍ତି। ସେମାନେ ତାଙ୍କୁ ସୁହାଉଥିବା କାରଣମାନଙ୍କୁ ଖୋଜନ୍ତି ଏବଂ ସେଇ ଦୃଷ୍ଟିରୁ ସେ ପ୍ରଥାଟି ଅନନ୍ତ କାଳ ଯାଏଁ ଚାଲୁଥାଉ ବୋଲି ତାଙ୍କର ପ୍ରଯତ୍ନ ଜାରି ରଖିଥା’ନ୍ତି। ସେହିକ୍ରମରେ ଆମରି ସଭ୍ୟତା ଓ ସଂସ୍କୃତିରେ ବହୁ ଅନ୍ଧବିଶ୍ୱାସ ଚଳି ଆସିଥିଲା ଏବଂ ଆଜି ବି ବହୁ ଚାଲୁଛି। ଆଜିକାଲି ଶିକ୍ଷାନୁଷ୍ଠାନଗୁଡ଼ିକ ଭିତରୁ ଅନେକରେ […]
ବହୁଦିନ ଧରି ଗୋଟିଏ କଥା ଚାଲି ଆସିଲେ ତାହା ପ୍ରଥା ପାଲଟି ଯାଏ। ଏଇ ଚଳଣି ଭିତରେ ତା’ର କିଛି ସମର୍ଥକ ସୃଷ୍ଟି ହୋଇଯା’ନ୍ତି। ସେମାନେ ତାଙ୍କୁ ସୁହାଉଥିବା କାରଣମାନଙ୍କୁ ଖୋଜନ୍ତି ଏବଂ ସେଇ ଦୃଷ୍ଟିରୁ ସେ ପ୍ରଥାଟି ଅନନ୍ତ କାଳ ଯାଏଁ ଚାଲୁଥାଉ ବୋଲି ତାଙ୍କର ପ୍ରଯତ୍ନ ଜାରି ରଖିଥା’ନ୍ତି। ସେହିକ୍ରମରେ ଆମରି ସଭ୍ୟତା ଓ ସଂସ୍କୃତିରେ ବହୁ ଅନ୍ଧବିଶ୍ୱାସ ଚଳି ଆସିଥିଲା ଏବଂ ଆଜି ବି ବହୁ ଚାଲୁଛି।
ଆଜିକାଲି ଶିକ୍ଷାନୁଷ୍ଠାନଗୁଡ଼ିକ ଭିତରୁ ଅନେକରେ ଅଲିଖିତ ଭାବରେ ଚାଲିଛି ନୂଆ ଶିକ୍ଷାର୍ଥୀମାନଙ୍କୁ ମଣ କରିବା ପାଇଁ ହେଉଥିବା କୁତ୍ସିତ ପରମ୍ପରା। ମାତ୍ର ତାଙ୍କର କିଛି ଗୋଷ୍ଠୀ ଥାଇପାରେ, ଯେଉଁମାନେ ଚାହୁଁଥିବେ ଆମେ ତ ନୂଆ ନୂଆ ଆସିଥିଲା ବେଳେ ସେଇ ଯନ୍ତ୍ରଣା ପାଇଥିଲୁ, ଅପଦସ୍ତ ହୋଇଥିଲୁ। ଆଜିକାଲିର ପିଲାଏ ପାଇଗଲେ ତ କେଉଁ ପ୍ରଣବ ଅଶୁଦ୍ଧି ହୋଇଗଲା? ମାତ୍ର ସୁଧାର ସୁକୋମଳ ଛାତ୍ରଛାତ୍ରୀଙ୍କ ଭିତରେ ଏଇ ଅମାନୁଷିକ ଆଚରଣର ପ୍ରଭାବ ଯେ ସାରାଜୀବନ ରହିଯାଏ, ତାହା ହୁଏତ ଅନ୍ୟମାନେ ଜାଣିପାରନ୍ତି ନାହିଁ।
କେତେକଙ୍କ ମତରେ ଏଇ ରାଗିଂ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଲା ନବାଗତମାନଙ୍କୁ କୌତୁକ ମାଧ୍ୟମରେ ନୂଆ ପରିବେଶ ସହିତ ପରିଚିତ କରେଇବା, ସେମାନଙ୍କର ଲାଜ ଛଡ଼େଇବା ଏବଂ ସେମାନଙ୍କ ଭିତରେ ଥିବା ଗାଉଁଲି ଢଙ୍ଗ ବଦଳେଇବା। ମାତ୍ର ଏଇ ଧାରା କେତେ ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ଭୟ ସୃଷ୍ଟି କରୁଛି, ତାହା ଯେ ସାରାଜୀବନ ସେମାନଙ୍କୁ ସନ୍ତ୍ରସ୍ତ କରୁଛି ସେକଥା କ’ଣ ଜାଣିପାରନ୍ତି ସେଇ ଉତ୍ପୀଡ଼କ ଗୋଷ୍ଠୀ? ମଜା କରିବା ନାଁରେ ଏଇ ପ୍ରଥା ଅନେକ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାମ୍ପସ୍ରେ ସୀମା ଟପେ। ବହୁ ସମୟରେ ଶାରୀରିକ ଓ ମାନସିକ ଶୋଷଣର ଶିକାର ହୁଅନ୍ତି ନବାଗତମାନେ। କୌଣସି ହୃଦୟବାନ ଓ ନୀତିବାନ ବ୍ୟକ୍ତି ଏହାକୁ ଗ୍ରହଣ କରିପାରିବେ ନାହିଁ କେତେବେଳେ।
ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ଅଜବ ପ୍ରଶ୍ନ ପଚରାଯାଏ। ସେଥିରେ ଅଶ୍ଳୀଳତା ଥାଏ ମୂଳ ଆଧାର। ଅଶ୍ଳୀଳତା ଜୀବନର ଏକ ଅସ୍ୱାଭାବିକ ବିକାର। ଏହା ନଗ୍ନତା ନୁହେଁ କେବଳ। ସୁକୁମାର ବାଳକଟିଏ, ଯିଏ ଜୀବନରେ କେବେବି ସେଇ ଶବ୍ଦଟିଏ ଉଚ୍ଚାରଣ କରିବାକୁ ନିଜର ଲକ୍ଷ୍ମଣଗାରର ଆରପାରି ବୋଲି ମନେମନେ ଭାବି ନେଇଥିଲା, ତାକୁ ବାଧ୍ୟ କରାଯାଏ ସେଇ କଥା କହିବାକୁ। ଆଉ ଗୋଟିଏ ଚାରଣ ଗୋଷ୍ଠୀ ଥା’ନ୍ତି ମଜା ଦେଖିବାକୁ, ଥଟ୍ଟା ପରିହାସ କରିବାକୁ। ପରିହାସ ଯଦି ବୁଦ୍ଧି ପ୍ରଦୀପକ, ତା’ହେଲେ ତାହା ଅଗ୍ରହଣୀୟ ନୁହେଁ। ମାତ୍ର ଏଇ ଅନୁଷ୍ଠାନରେ ବରିଷ୍ଠମାନଙ୍କ ଦ୍ୱାରା କରାଯାଉଥିବା ରାଗିଂ ବୁଦ୍ଧିର ପରୀକ୍ଷା ନୁହେଁ; ଏହା ନିର୍ଯାତନାର ଏକ ଭୟଙ୍କର ରୂପ। ରାଗିଂ ପିରିଅଡରେ ନିଜର ପୁତ୍ରକନ୍ୟାଙ୍କର ସୁରକ୍ଷା ପାଇଁ ଅଭିଭାବକମାନେ ଏତେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି ଯେ ସେମାନେ ମଧ୍ୟ ମାନସିକ ଭାରସାମ୍ୟ ହରେଇ ବସନ୍ତି।
କଥା ଉଠେ ଏଇ କୁତ୍ସିତ ପରମ୍ପରା କ’ଣ ସାରା ପୃଥିବୀରେ ପରିବ୍ୟାପ୍ତ? ଏଇ ପ୍ରଶ୍ନର ନିର୍ଭରଯୋଗ୍ୟ ଉତ୍ତର ହେଲା- ନା। ବିଶ୍ୱର ବଡ଼ ବଡ଼ ନାମକରା ଶିକ୍ଷାନୁଷ୍ଠାନରେ ଏପରି ବିଚିତ୍ର କାର୍ଯ୍ୟ ହୁଏ ନାହିଁ। ଏହା କେବଳ ଭାରତ ପରି କିଛି ଏସୀୟ ଦେଶ ଓ ଉନ୍ନତିଶୀଳ ଦେଶ ଭିତରେ ସୀମିତ। କୌତୁକ ସୃଷ୍ଟି କରିବା ଏବଂ ନୂଆ ପରିବେଶରେ ନବାଗତଙ୍କୁ ପରିଚିତ କରିବା ପାଇଁ ଏଇ ପ୍ରଥା ଅନେକ ଅନୁଷ୍ଠାନରେ ଚାଲିଛି ଭାରତରେ। ଏପରିକି ଥରେ ବିଖ୍ୟାତ ଇତିହାସ ପ୍ରଫେସର ଆଲତାଫ ହୁସେନ ତାଙ୍କର ଛାତ୍ରଜୀବନ କଥା କହୁଥିଲେ। ଆଲିଗଡ଼଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟରେ ଊଣେଇଶଶହ ଚାଳିଶ ଦଶକରେ ଘଟିଥିବା ଘଟଣାଟିଏ। ସେ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ସେଠାରେ ଦାଖିଲ ହୋଇଥା’ନ୍ତି। ଥରେ ଜଣେ ସିନିଅର ତାଙ୍କୁ ପଚାରିଲେ- ‘ତମେ ଜାଣିଛ ଏଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କିଏ?’ ପ୍ରଫେସର ହୁସେନଙ୍କ ପାଇଁ ଉତ୍ତର ଦେବାରେ କିଛି ଅସୁବିଧା ନ ଥିଲା। ମାତ୍ର ତା’ର ପ୍ରଶ୍ନଟି ଥିଲା ଏମିତି – ‘ତମେ ତାଙ୍କୁ ଦେଖିଛ?’ ମୁଣ୍ଡ ହଲେଇ ନାସ୍ତିସୂଚକ ବାଣୀ ଜଣେଇଦେଲେ ସେ। ତହୁଁ ତାଙ୍କୁ ଏକ ହଲ୍କୁ ନିଆଗଲା। ସେଇଠି ଗୋଟିଏ ଟେବୁଲ ଉପରେ ଚୌକିଟିଏ ପକା ହୋଇଥାଏ। ତାଙ୍କୁ ଗୋଟିଏ କୋଟ୍ ଦିଆଗଲା ପିନ୍ଧିବାକୁ। ଆଉ ସେଇ ଚଉକି ଉପରେ ବସିବାକୁ କୁହାଗଲା। ତାଙ୍କ ସାମ୍ନାରେ ଏକ ବିଶାଳ ଦର୍ପଣ ଟାଙ୍ଗି ଦିଆଗଲା। ଅନ୍ୟ ନବାଗତଙ୍କୁ କୁହାଗଲା ଯେ ହେଉଛନ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା।
ପ୍ରଫେସର ହୁସେନ ବି କମ୍ ମଜାଦାର ଲୋକ ନୁହନ୍ତି। ସେ କହିଲେ, ‘ସେଠାରେ କିଛି ସମୟ ବସିବା ପରେ ତାଙ୍କର ଧାରଣା ହେଲା ହୁଏତ ସେ ସେଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା।’ କିନ୍ତୁ ତାଙ୍କୁ କେହି କେବେ ତାଚ୍ଛଲ୍ୟ କରିନାହାନ୍ତି, ଶାରୀରିକ ଆକ୍ରମଣ ତ ଦୂରର କଥା। ମାତ୍ର ଘରୋଇ ଇଞ୍ଜିନିଅରିଂ କଲେଜଗୁଡ଼ିକ ଛତୁ ଫୁଟିଲା ପରି ଊଣେଇଶିଶହ ଅଶୀ ଦଶକରେ ଆସିବା ପରେ Ñଗିଂ ବଢ଼଼ିବଢ଼଼ି ଗଲା ଏବଂ ଏହା ପାଲଟିଲା ଅତି ଉତ୍କଟ ଓ ଅମାନୁଷିକ। ବରିଷ୍ଠମାନଙ୍କର ଗୋଷ୍ଠୀ ଆକ୍ରମଣରେ ଅନେକ ନବାଗତ ଲହୁଲୁହାଣ ହେଲେ। କେତେକ ଭୟରେ ମନ୍ତ୍ରସ୍ଥ ହୋଇ ଉପର ମହଲାର ତଳକୁ ଡେଇଁ ବିକଳାଙ୍ଗ ହେଲେ। କେତେକ ମାନସିକ ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟାକୁ ବାଛି ନେଲେ। ପରିସ୍ଥିତି ଏତେ ବୀଭତ୍ସ ହେଲା ଯେ ଦୁଇହଜାରନଅ ବେଳକୁ ସାରା ଦେଶର ଯୁବକମାନଙ୍କର ଏହା ଏକ ଅତି ବଡ଼ ସମସ୍ୟା ଭାବରେ ଉଭା ହେଲା। କାରଣ ମେଡିକାଲ ଇଞ୍ଜିନିଅରିଂ ଭିତରେ ସୀମିତ ନ ରହି ଏଇ ଦୁଷ୍ଟ ପରମ୍ପରାର ଡେଣା ସାଧାରଣ ଅନୁଷ୍ଠାନକୁ ବ୍ୟାପିଗଲା।
ଉଚ୍ଚତମ ନ୍ୟାୟାଳୟ ଏଇ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତତ୍କାଳୀନ ସିବିଆଇର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଘବନଙ୍କ ନେତୃତ୍ୱରେ ଏକ କମିଟି ଗଠନ କଲେ। ଶିକ୍ଷାନୁଷ୍ଠାନରୁ ଏଇ କଳଙ୍କିତ ପରମ୍ପରା ସମୂଳେ ବିନାଶ କରିବା ପାଇଁ ସେଇ କମିଟି ଯେଉଁ ପରାମର୍ଶ ଦେଇଥିଲେ, ସେଇ ଆଧାରରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଦୁଇହଜାର ଏଗାରରେ ବିସ୍ତୃତ ନିୟମାବଳୀ ଜାରି କଲେ। ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଏହାକୁ କଡ଼ାକଡ଼ି ମାନିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଉଚ୍ଚଶିକ୍ଷା ଅନୁଷ୍ଠାନ ଏହାକୁ ନ ମାନନ୍ତି, ତା’ହେଲେ ତାଙ୍କର ଅନୁବନ୍ଧନ ବାତିଲ କରିବାର ପ୍ରାବଧାନ ରହିଛି। ଏହାସତ୍ତ୍ବେ ଏ ପର୍ଯ୍ୟନ୍ତ କିଛି ଅନୁଷ୍ଠାନରେ ଏହା ଚାଲୁ ରହିଛି। ଏହା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ମଧ୍ୟ ଏବଂ ଏଥିରେ ସର୍ବାଧିକ ପାଞ୍ଚ ବର୍ଷ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା ହେବାର ସମ୍ଭାବନା ଥିଲା ବେଳେ କିପରି ଏହା ଚାଲୁରହିଛି ତାହା ଚିନ୍ତାଜନକ।
ପ୍ରତି ଛାତ୍ର ଓ ଅଭିଭାବକଙ୍କୁ ଅନୁଷ୍ଠାନରେ ପ୍ରବେଶବେଳେ ଏକ ହଲପନାମା ଦାଖଲ କରିବାକୁ ହେଉଛି। ପ୍ରତି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଗୋଟିଏ ଗୋଟିଏ ଆଣ୍ଟିÑଗିଂ ସ୍କ୍ୱାର୍ଡ ରହିଛି। ଏତେ ହେବା ପରେ ବି ଯାଦବପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ତୃତୀୟ ମହଲାରୁ Ñଗିଂ ଆତଙ୍କରେ ଡେଇଁ ପ୍ରାଣତ୍ୟାଗ କରିଛନ୍ତି। ଦୁଇହଜାର ଚବିଶରେ ୟୁଜିସିଙ୍କ ନିକଟରେ ପ୍ରାୟ ଆଠଶହ ଅଭିଯୋଗ ପହଞ୍ଚିଛି। ବେଶୀ ଭାଗ ଅଭିଯୋଗ ମେଡିକାଲ କଲେଜରୁ ଆସୁଥିବା ବେଶ୍ ଚିନ୍ତାଜନକ। ମାତ୍ର ଏଥିରେ ଅଭିଯୋଗ ପ୍ରମାଣ କରିବା ପ୍ରକ୍ରିୟା ନବାଗତଙ୍କୁ ବୋଧହୁଏ ଉପଯୋଗୀ ହେଉନାହିଁ। ଅନେକ ଅନୁଷ୍ଠାନ ଏଇ ଅଭିଯୋଗକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ଏବଂ କିଛି ସଲାସୁତୁରା କରି ମାମଲାଗୁଡ଼ିକୁ ଚାପି ଦେଉଛନ୍ତି।
ପ୍ରଶ୍ନ ଉଠୁଛି ଯେଉଁମାନେ ନିଜେ ଏଇ ଯନ୍ତ୍ରଣାଦାୟକ ଅନୁଭୂତ ପାଇଥା’ନ୍ତି ସେମାନେ ପୁନର୍ବାର କେମିତି ଅନ୍ୟକୁ ଦୁଃଖ ଦେଇପାରୁଛନ୍ତି। ଏହା ଏକ ଜଟିଳ ମନସ୍ତାତ୍ତ୍ୱିକ ବ୍ୟାପାର। ଅନ୍ୟକୁ ଦୁଃଖ ଦେଇ ଆନନ୍ଦ ପାଇବା, ଯାହାକୁ ଇଂରାଜୀରେ କହନ୍ତି ‘ସ୍ୟାଡିଜମ୍’, ଏକ ମାନସିକ ବ୍ୟାଧି। ଏଇ ବ୍ୟାଧି ବଢ଼଼ିବାରେ ସାହାଯ୍ୟ କରେ ଆଉ ଏକ ତତ୍ତ୍ୱ। ତାହା ହେଉଛି ଗୋଷ୍ଠୀଗତ ପ୍ରାଧାନ୍ୟ ରକ୍ଷା ପାଇଁ ସାମୂହିକ ଯୋଗଦାନ। ଆପଣମାନେ ଲକ୍ଷ୍ୟ କରିପାରୁଥିବେ ବେଳେବେଳେ ବିଶୃଙ୍ଖଳିତ ଜନସ୍ରୋତରେ ସାଧାରଣ ଲୋକଟିଏ ବି ଢେଲାଟିଏ ଫିଙ୍ଗିଦେବାକୁ ଭୁଲେ ନାହିଁ। ଏହା ହେଉଛି ଗୋଷ୍ଠୀ ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତି ସାମୂହିକ ଶୌର୍ଯ୍ୟର ଅଧିକାରୀ ଭାବନ୍ତି। ଆଉ ତା’ର ଫଳ ହୁଏ – ଗୋଠ ମାତିଲେ ଖଣ୍ଡିଆ ମାତେ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା – ନେତୃତ୍ୱ ଆସ୍ତେ ଆସ୍ତେ ବଡ଼ପାଟିଆ ପେଞ୍ଚୁଆମାନଙ୍କ ହାତକୁ ଚାଲିଯାଉଛି। ଭରା କୁରୁସଭାରେ ଦୁର୍ଯ୍ୟୋଧନ ଓ ଦୁଃଶାସନ କିପରି ବଡ଼ବଡ଼ ମୁଖିଆମାନଙ୍କୁ ଚୁପ୍ କରେଇ ଦେଇଥିଲେ, ତାହା କାହାକୁ ଅଜଣା ନୁହେଁ। ରାଗିଂ ବ୍ୟାଧି କମିବାକୁ ନା ନଧରୁଥିବା ସେଇମାନଙ୍କର କାରସାଦୀ। ତାଙ୍କୁ ସାବାଡ୍ ନ କଲେ ପରିବର୍ତ୍ତନ ଆଶା କରିବା ବୃଥା।
ଡ. ନିରଞ୍ଜନ ସାହୁ
(ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ)
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧