ଜାତିସଂଘର ମତିଭ୍ରମ

The Sakala Picture
Published On

ଜାତିସଂଘର ଆତଙ୍କବାଦ ନିରୋଧ ପରିଷଦରେ ପାକିସ୍ତାନକୁ ଚଳିତ ବର୍ଷ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏଥିସହିତ ଜାତିସଂଘର ସବୁଠାରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଅନୁଷ୍ଠାନ ଭାବେ ପରିଚିତ ସୁରକ୍ଷା ପରିଷଦ ଅଧୀନସ୍ଥ ‘ତାଲିବାନ୍‌‌ କଟକଣା କମିଟି’ ଅଧ୍ୟକ୍ଷତା ମଧ୍ୟ ପାକିସ୍ତାନ କରିବ। ସାମ୍ପ୍ରତିକ ବିଶ୍ୱ କୂଟନୀତିରେ ଏହାଠାରୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ। ଏଭଳି ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବାସ୍ତବତାକୁ ଭାରତ ସମେତ ସାରା ବିଶ୍ୱ ଦେଖୁଛି। ଆତଙ୍କବାଦର ମୁଖ୍ୟ ରପ୍ତାନୀକାରୀ ରାଷ୍ଟ୍ର ପାକିସ୍ତାନକୁ […]

ଜାତିସଂଘର ଆତଙ୍କବାଦ ନିରୋଧ ପରିଷଦରେ ପାକିସ୍ତାନକୁ ଚଳିତ ବର୍ଷ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏଥିସହିତ ଜାତିସଂଘର ସବୁଠାରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଅନୁଷ୍ଠାନ ଭାବେ ପରିଚିତ ସୁରକ୍ଷା ପରିଷଦ ଅଧୀନସ୍ଥ ‘ତାଲିବାନ୍‌‌ କଟକଣା କମିଟି’ ଅଧ୍ୟକ୍ଷତା ମଧ୍ୟ ପାକିସ୍ତାନ କରିବ। ସାମ୍ପ୍ରତିକ ବିଶ୍ୱ କୂଟନୀତିରେ ଏହାଠାରୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ। ଏଭଳି ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବାସ୍ତବତାକୁ ଭାରତ ସମେତ ସାରା ବିଶ୍ୱ ଦେଖୁଛି। ଆତଙ୍କବାଦର ମୁଖ୍ୟ ରପ୍ତାନୀକାରୀ ରାଷ୍ଟ୍ର ପାକିସ୍ତାନକୁ ଦଣ୍ଡିତ କରିବା ବଦଳରେ ଜାତିସଂଘର ଏହି ନିଷ୍ପତ୍ତି ସେହି ରାଷ୍ଟ୍ରକୁ ପୁରସ୍କୃତ କରିବା ଭଳି ହୋଇଛି।

ତାଲିବାନ୍‌‌ ଆତଙ୍କବାଦୀ ଅଧ୍ୟୁଷିତ ଆଫ୍‌‌ଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଓ ନାଗରିକଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଜାତିସଂଘ ଦ୍ୱାରା ଗଠିତ ‘୧୯୮୮ କମିଟି’ ଭାବେ ଜଣାଶୁଣା ‘ତାଲିବାନ୍‌‌ କଟକଣା କମିଟି’ର କର୍ତ୍ତବ୍ୟ ଓ ମୁଖ୍ୟ ଦାୟିତ୍ୱ ହେଉଛି ତାଲିବାନ୍‌‌ ସଂଗଠନ ଏବଂ ତା’ସହିତ ସମ୍ପର୍କ ରଖିଥିବା ସଂଗଠନର ସମ୍ପତ୍ତି ବାଜ୍ୟାପ୍ତି କରିବା, ସେ ଦେଶର ନାଗରିକଙ୍କ ପାଇଁ ପର୍ଯ୍ୟଟନ କଟକଣା ଲାଗୁ କରିବା, ଅସ୍ତ୍ରଶସ୍ତ୍ରର ଚୋରା ଚାଲାଣକୁ ନିରୁତ୍ସାହିତ କରିବା। ପ୍ରତିବର୍ଷ ଏହି କମିଟି ପୁନର୍ଗଠନ କରାଯାଇ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ୱ ଜାତିସଂଘର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ଉପରେ ନ୍ୟସ୍ତ କରାଯାଏ। ଚଳିତ ବର୍ଷ ପାଇଁ ପାକିସ୍ତାନ ଏହାର ଅଧ୍ୟକ୍ଷ ହୋଇଥିବା ବେଳେ ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ଉପାଧ୍ୟକ୍ଷ ପଦରେ ସନ୍ତୁଷ୍ଟ ହୋଇଛି। କେବଳ ସେତିକି ନୁହେଁ ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଜାତିସଂଘ ଦ୍ୱାରା ଗଠିତ ‘୧୩୭୩ କାଉଣ୍ଟର ଟେରରିଜିମ୍‌‌ କମିଟି’ରେ ମଧ୍ୟ ପାକିସ୍ତାନ ସହିତ ସମାନ ସ୍ତରରେ ଫ୍ରାନ୍ସ, ରୁଷିଆ ଭଳି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ର କାମ କରିବେ। ଆତଙ୍କବାଦୀ କାର୍ଯ୍ୟକଳାପରୁ ବହୁଦୂରରେ ଥିବା ଡେନ୍‌‌ମାର୍କ ‘ଅଲ୍‌‌କାଏଦା ସାଙ୍ଗସନ୍‌‌ କମିଟି’ ଓ ‘୧୨୬୭ ଆଇଏସଆଇଏଲ୍‌‌’ର ଅଧ୍ୟକ୍ଷ ପଦ ସମ୍ଭାଳିବେ। ଜାତିସଂଘର ସୁରକ୍ଷା ପରିଷଦର ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଅସ୍ଥାୟୀ କମିଟିରେ ପାକିସ୍ତାନକୁ ସଦସ୍ୟତା ସହିତ କଟକଣା ଓ ପ୍ରକ୍ରିୟାଗତ କମିଟିରେ ମଧ୍ୟ ଉପାଧ୍ୟକ୍ଷତା କରିବାର ସୁଯୋଗ ମିଳିଛି।

ପାକିସ୍ତାନର ପ୍ରଚ୍ଛନ୍ନ ଓ ପ୍ରାୟୋଜିତ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଘେନି ଭାରତ ସପ୍ରମାଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଆସୁଛି। ଜାତିସଂଘ ମଧ୍ୟ ଏ ବିଷୟରେ ବେଶ୍‌‌ ଅବଗତ ଅଛି। ଆମେରିକା, ବ୍ରିଟେନ୍‌‌, ଇରାନ୍‌‌ ଆଦି ଦେଶ ପାକିସ୍ତାନକୁ ଆତଙ୍କବାଦୀ ରପ୍ତାନୀ ଦେଶ ଭାବେ ଅଭିହିତ କରିଛନ୍ତି। ଫାଇନାନ୍ସିଆଲ୍‌‌ ଆକ୍‌‌ସନ୍‌‌ ଟାକ୍ସ ଫୋର୍ସ(ଏଫଏଟିଏଫ୍‌‌) ତାଲିକାରେ ପାକିସ୍ତାନକୁ ସନ୍ଦେହାସ୍ପଦ ରାଷ୍ଟ୍ର ଭାବେ ତାଲିକାଭୁକ୍ତ କରାଯାଇଛି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଅଲ୍‌‌ କାଏଦା, ଲସ୍କର ଏ ତୋଇବା, ଜୈସ ଏ ମହମ୍ମଦ ପରି କୁଖ୍ୟାତ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ଆର୍ଥିକ, ସାମରିକ ସହାୟତା ଯୋଗାଇବା ସହିତ ନିଜ ମାଟିରେ ଲାଳନ ପାଳନ କରିଆସୁଛି। ପାକିସ୍ତାନ ମାଟିରେ ପରିପୁଷ୍ଟ ଅଲ୍‌‌କାଏଦା ଓ ଆଶ୍ରିତ ଓସାମା ବିନ୍‌‌ ଲାଡେନ୍‌‌କୁ ଆବୋଟାବାଦ୍‌‌(ପାକିସ୍ତାନ)ରେ ଆମେରିକା ୨୦୧୧ରେ ନିପାତ କରିବା ପରେ ପାକିସ୍ତାନର ଆତଙ୍କବାଦୀ ଉ୍‌‌ତ୍ପାଦନ କେନ୍ଦ୍ର ସମ୍ପର୍କରେ ବିଶ୍ୱର ଆଉ କୌଣସି ସନ୍ଦେହ ନଥିଲା।
ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନୀ ସେନା ଓ ଗୁପ୍ତଚର ସଂସ୍ଥା ଆଇଏସ୍‌‌ଆଇର ପ୍ରଚ୍ଛନ୍ନ ତାଲିମ୍‌‌, ଗୁଇନ୍ଦା ତଥ୍ୟ, ପାଣ୍ଠି ଓ ଅସ୍ତ୍ରଶସ୍ତ୍ରରେ ବଳୀୟାନ୍‌‌ ହୋଇଥିବା ବେଳେ ପ୍ରତିବଦଳରେ ସେମାନେ ପାକିସ୍ତାନ ସେନା ଓ ଆଇଏସ୍‌‌ଆଇକୁ ସେଠାକାର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଭାବ ବିସ୍ତାରରେ ସହାୟତା କରିଆସୁଛନ୍ତି। ବିଶେଷକରି ପାକିସ୍ତାନର ମୁଖ୍ୟ ଶତ୍ରୁ ଭାରତକୁ ଅଶାନ୍ତ ରଖିବାରେ ପ୍ରଚ୍ଛନ୍ନ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ସଂସଦ ଉପରେ ଆକ୍ରମଣରୁ ଆରମ୍ଭ କରି ମୁମ୍ବାଇ ତାଜ୍‌‌ ହୋଟେଲ୍‌‌ ଆକ୍ରମଣ, ସିରିଜ୍‌‌ ବୋମା ବିସ୍ଫୋରଣ, ଉରି, ପଠାନକୋଟ, ପୁଲୱାମା ସେନା ବାହିନୀ ଉପରେ ଆକ୍ରମଣ ଏବଂ ସଦ୍ୟତମ କାଶ୍ମୀରର ପହଲ୍‌‌ଗାମ୍‌‌ରେ ୨୬ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଅମାନୁଷିକ ହତ୍ୟା ପରି ଘଟଣା ଭିଆଇ ପାକିସ୍ତାନ ନିଜ ଆତଙ୍କବାଦୀ ଭାବମୂର୍ତ୍ତି ଉପରେ ସବର୍ଗେ ମୋହର ମାରିଛି।

ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀର ପହଲ୍‌‌ଗାମ୍‌‌ ଆତଙ୍କବାଦୀ ଘଟଣା ପ୍ରତିବାଦରେ ଗତ ମେ’ ୭ ତାରିଖରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍‌‌ ସିନ୍ଦୂର’ ପରେ ନିହତ ଆତଙ୍କବାଦୀଙ୍କ ମରଶରୀରକୁ ପାକିସ୍ତାନ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସତ୍କାର କରିବା ହେଉ କିମ୍ବା ସେମାନଙ୍କ ଶବାଧାରରେ ପାକିସ୍ତାନୀ ସେନା ଓ ମନ୍ତ୍ରୀମାନେ ସାମିଲ୍‌‌ ହେବା ଏବଂ ସଦ୍ୟତମ ପଞ୍ଜାବ ପ୍ରଦେଶର ବାଚସ୍ପତି ଓ ଆମେରିକା ଦ୍ୱାରା କଳାତାଲିକାଭୁକ୍ତ ଲସ୍କର ଏ ତୋଇବାର ଦୁଇ ଆତଙ୍କବାଦୀଙ୍କ ସହିତ ଗୋଟିଏ ମଞ୍ଚରେ ଭାଷଣ ଦେବାର ଫଟୋ ଓ ଭିଡିଓ ଚିତ୍ର ଜରିଆରେ ‘ପାକିସ୍ତାନ ସରକାର-ସେନା-ଆତଙ୍କବାଦୀ’ ଘନିଷ୍ଠ ସମ୍ପର୍କର ଚାକ୍ଷୁସ ପ୍ରମାଣ ସାରା ବିଶ୍ୱ ଦେଖିଛି। ଏହା ସତ୍ତ୍ବେ ଜାତିସଂଘର ଆତଙ୍କବାଦ ନିରୋଧ କମିଟିରେ ପାକିସ୍ତାନକୁ ଉପାଧ୍ୟକ୍ଷ ପଦ ଯାଚିଦେବା କେତେ ସମୀଚୀନ ତାହା ବିଚାର୍ଯ୍ୟ।

ଆହୁରି ଉଦ୍‌‌ବେଗଜନକ ହେଲା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଅଭିଯୋଗରେ ପାକିସ୍ତାନକୁ ଋଣ ଓ ଅନୁଦାନ ପ୍ରଦାନରେ କଟକଣା ଜାରି କରିଥିବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ‘ଅପରେସନ୍‌‌ ସିନ୍ଦୂର’ ସମୟରେ ଭାରତର ବିରୋଧ ସତ୍ତ୍ବେ ୨.୪ ବିଲିୟନ ଡଲାର ଯୋଗାଇ ଦେଇଥିଲା। ଏହା ପରେ ପରେ ପାକିସ୍ତାନକୁ ବିଶ୍ୱବ୍ୟାଙ୍କ ୪୦ ବିଲିଅନ୍‌‌ ଡଲାର ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛି ଏବଂ ଗତ ୩ ତାରିଖରେ ଏସିଆ ଡେଭେଲପ୍‌‌ମେଣ୍ଟ ବ୍ୟାଙ୍କ ୮୦୦ ନିୟୁତ ଡଲାର ଯୋଗାଇ ଦେଇଛି।
ଏଭଳି ଏକ ଦୁଷ୍ଟ ମନୋବୃତ୍ତି ସମ୍ପନ୍ନ ରାଷ୍ଟ୍ରକୁ ବିଶ୍ୱସ୍ତରରେ ସହାୟତା ଓ ସମ୍ମାନ ଦେବା ବିଶ୍ୱଶାନ୍ତିର ପରିପନ୍ଥୀ ଓ ମାନବ ସଭ୍ୟତା ପ୍ରତି ହିତକର ନୁହେଁ। ବିଶେଷକରି ଭାରତ ପାଇଁ ଏହା ଆଦୌ ଶୁଭସୂଚନା ନୁହେଁ। ଜାତିସଂଘର ଏହି ମତିଭ୍ରମ ପରେ ଏସିଆର ଭୂରାଜନୀତି ଓ କୂଟନୀତିରେ ଭାରତ ଆଗରେ ଅନେକ ଆହ୍ୱାନ ସୃଷ୍ଟି ହୋଇଛି। ତେଣୁ ଭାରତ ଏ ଦିଗରେ ତତ୍ପରତା ପ୍ରକାଶ କରିବା ସହିତ ବୈଦେଶିକ ଓ କୂଟନୀତିରେ ସମୟୋପଯୋଗୀ ପରିବର୍ତ୍ତନ ଆଣିବା ଦରକାର।

06 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର