ଯାଉଛି ଗଞ୍ଜେଇ, ଆସୁଛି ଧଳାଜହର: ୧୦ ମାଫିଆଙ୍କ ସମ୍ପତ୍ତି ଯାଞ୍ଚକରୁଛି କମିସନରେଟ୍ ପୁଲିସ

The Sakala Picture
Published On

ଭୁବନେଶ୍ୱର: ଗତ କିଛିବର୍ଷ ହେବ ରାଜଧାନୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଠାକୁ ପୁଳାପୁଳା ଧଳାହଜାର ବା ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ଏହି ନିଶା ଚାଲାଣ କରିବା ପାଇଁ ନିଶା ମାଫିଆମାନେ କେତେବେଳେ ନିଜକୁ ଡାକ୍ତର ବେଶରେ ସଜାଇ କାର୍‍ରେ ବ୍ରାଉନ୍‍ସୁଗର ଚାଲାଣ କରୁଥିବା ବେଳେ ଆଉ କେତେବେଳେ ନିଜକୁ ପୁଲିସ ବେଶରେ ସଜାଇ ଚାଲାଣ କରୁଛନ୍ତି। ନିକଟରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୨ଜଣ ନିଶା ମାଫିଆ ଧରା ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। […]

ଭୁବନେଶ୍ୱର: ଗତ କିଛିବର୍ଷ ହେବ ରାଜଧାନୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଠାକୁ ପୁଳାପୁଳା ଧଳାହଜାର ବା ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ଏହି ନିଶା ଚାଲାଣ କରିବା ପାଇଁ ନିଶା ମାଫିଆମାନେ କେତେବେଳେ ନିଜକୁ ଡାକ୍ତର ବେଶରେ ସଜାଇ କାର୍‍ରେ ବ୍ରାଉନ୍‍ସୁଗର ଚାଲାଣ କରୁଥିବା ବେଳେ ଆଉ କେତେବେଳେ ନିଜକୁ ପୁଲିସ ବେଶରେ ସଜାଇ ଚାଲାଣ କରୁଛନ୍ତି। ନିକଟରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୨ଜଣ ନିଶା ମାଫିଆ ଧରା ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅସଲି ପୁଲିସ ମଧ୍ୟ ନିଶା କାରବାରରେ ଲିପ୍ତ ରହିଛନ୍ତି। ପୁଲିସ ଅପେକ୍ଷା ଏସ୍‍ଟିଏଫ ଏହି ନିଶା ମାଫିଆଙ୍କୁ ଅଧିକମାତ୍ରାରେ ସାବାଡ଼ କରୁଛି। ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ କେଜି ବ୍ରାଉନ୍‍ସୁଗର ଜବତ କରାଯାଇଥିବା ବେଳେ ୨୦୨ ଗ୍ରାମର କୋକେନ୍‍, ୭୫୦ ଗ୍ରାମର ଅଫିମ ଏବଂ ୧୦୩ କୁଇଣ୍ଟାଲର ଗଞ୍ଜେଇ ଜବତ କରାଗଲାଣି। ନିଶା ମାଫିଆମାନେ ଏପରିକି ଟ୍ରକ୍‍ରେ ସିକ୍ରେଟ୍‍ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଅନେକ ସମୟରେ ପରିବା ଟ୍ରକ୍‍ରେ ତଳେ ଗଞ୍ଜେଇ ବସ୍ତା ରଖିବା ସହ ଉପରେ ପରିବାର ବସ୍ତା ରଖି ଚାଲାଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେହିଭଳି ନିଶା ମାଫିଆମାନେ ଗାଡ଼ି ଡିକି ଏବଂ ଅନ୍ୟାନ୍ୟ ଉପାୟରେ ବ୍ରାଉନସୁଗାର ଆମଦାନୀ କରୁଛନ୍ତି। ରାଜଧାନୀକୁ ପଶ୍ଚିମବଙ୍ଗରୁ ବ୍ରାଉନ୍‍ସୁଗର ଏଠାକୁ ଆସୁଛି। ରାଜଧାନୀର ନିଶା ମାଫିଆଙ୍କୁ ଗୋଟିଏ ପ୍ୟାକେଟ୍‍ରେ ୫ଟି ପ୍ୟାକେଟ୍‍ ଫ୍ରି ଦେଉଛନ୍ତି। ଯେଉଁଥି ପାଇଁ ରାଜଧାନୀର ଏକାଧିକ ନିଶା ମାଫିଆ ବ୍ରାଉନ୍‍ସୁଗର ଆଣି ସେଥିରେ ଅଟା ଏବଂ ଅନ୍ୟାନ୍ୟ ପାଉଡର ମିଶାଇ ବିକ୍ରି କରୁଛନ୍ତି। ନିଶା ମାଫିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଉଛି କମିସନରେଟ୍‍ ପୁଲିସ। ୧୦ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ଯାଞ୍ଚ କରୁଛି ପୁଲିସ। ଯଦି ସେମାନେ ବ୍ରାଉନ୍‍ସୁଗର କାରବାର କରି ଏଭଳି ସମ୍ପତ୍ତି ଅର୍ଜନ କରିଥିବେ ତେବେ ପୁଲିସ ତାହାକୁ ଜବତ କରି ବାଜ୍ୟାପ୍ତି କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

06 Jun 2022 By The Sakala

ଯାଉଛି ଗଞ୍ଜେଇ, ଆସୁଛି ଧଳାଜହର: ୧୦ ମାଫିଆଙ୍କ ସମ୍ପତ୍ତି ଯାଞ୍ଚକରୁଛି କମିସନରେଟ୍ ପୁଲିସ

ଭୁବନେଶ୍ୱର: ଗତ କିଛିବର୍ଷ ହେବ ରାଜଧାନୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଠାକୁ ପୁଳାପୁଳା ଧଳାହଜାର ବା ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ଏହି ନିଶା ଚାଲାଣ କରିବା ପାଇଁ ନିଶା ମାଫିଆମାନେ କେତେବେଳେ ନିଜକୁ ଡାକ୍ତର ବେଶରେ ସଜାଇ କାର୍‍ରେ ବ୍ରାଉନ୍‍ସୁଗର ଚାଲାଣ କରୁଥିବା ବେଳେ ଆଉ କେତେବେଳେ ନିଜକୁ ପୁଲିସ ବେଶରେ ସଜାଇ ଚାଲାଣ କରୁଛନ୍ତି। ନିକଟରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୨ଜଣ ନିଶା ମାଫିଆ ଧରା ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅସଲି ପୁଲିସ ମଧ୍ୟ ନିଶା କାରବାରରେ ଲିପ୍ତ ରହିଛନ୍ତି। ପୁଲିସ ଅପେକ୍ଷା ଏସ୍‍ଟିଏଫ ଏହି ନିଶା ମାଫିଆଙ୍କୁ ଅଧିକମାତ୍ରାରେ ସାବାଡ଼ କରୁଛି। ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ କେଜି ବ୍ରାଉନ୍‍ସୁଗର ଜବତ କରାଯାଇଥିବା ବେଳେ ୨୦୨ ଗ୍ରାମର କୋକେନ୍‍, ୭୫୦ ଗ୍ରାମର ଅଫିମ ଏବଂ ୧୦୩ କୁଇଣ୍ଟାଲର ଗଞ୍ଜେଇ ଜବତ କରାଗଲାଣି। ନିଶା ମାଫିଆମାନେ ଏପରିକି ଟ୍ରକ୍‍ରେ ସିକ୍ରେଟ୍‍ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଅନେକ ସମୟରେ ପରିବା ଟ୍ରକ୍‍ରେ ତଳେ ଗଞ୍ଜେଇ ବସ୍ତା ରଖିବା ସହ ଉପରେ ପରିବାର ବସ୍ତା ରଖି ଚାଲାଣ କରୁଛନ୍ତି।

ସେହିଭଳି ନିଶା ମାଫିଆମାନେ ଗାଡ଼ି ଡିକି ଏବଂ ଅନ୍ୟାନ୍ୟ ଉପାୟରେ ବ୍ରାଉନସୁଗାର ଆମଦାନୀ କରୁଛନ୍ତି। ରାଜଧାନୀକୁ ପଶ୍ଚିମବଙ୍ଗରୁ ବ୍ରାଉନ୍‍ସୁଗର ଏଠାକୁ ଆସୁଛି। ରାଜଧାନୀର ନିଶା ମାଫିଆଙ୍କୁ ଗୋଟିଏ ପ୍ୟାକେଟ୍‍ରେ ୫ଟି ପ୍ୟାକେଟ୍‍ ଫ୍ରି ଦେଉଛନ୍ତି। ଯେଉଁଥି ପାଇଁ ରାଜଧାନୀର ଏକାଧିକ ନିଶା ମାଫିଆ ବ୍ରାଉନ୍‍ସୁଗର ଆଣି ସେଥିରେ ଅଟା ଏବଂ ଅନ୍ୟାନ୍ୟ ପାଉଡର ମିଶାଇ ବିକ୍ରି କରୁଛନ୍ତି। ନିଶା ମାଫିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଉଛି କମିସନରେଟ୍‍ ପୁଲିସ। ୧୦ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ଯାଞ୍ଚ କରୁଛି ପୁଲିସ। ଯଦି ସେମାନେ ବ୍ରାଉନ୍‍ସୁଗର କାରବାର କରି ଏଭଳି ସମ୍ପତ୍ତି ଅର୍ଜନ କରିଥିବେ ତେବେ ପୁଲିସ ତାହାକୁ ଜବତ କରି ବାଜ୍ୟାପ୍ତି କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

https://www.thesakala.in/crime/cannabis-is-going-brownsugar-is-coming/article-12197
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର