କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି: ୮ମ ବେତନ ଆୟୋଗ ଲାଗୁ ଯୋଜନା ନାହିଁ, ଜାରି ରହିବ ୭ମ ବେତନ ଆୟୋଗ

The Sakala Picture
Published On

ନୂଆଦିଲ୍ଲୀ:  କେନ୍ଦ୍ର କର୍ମଚାରୀଙ୍କ ପାଇଁଁ ଖରାପ ଖବର। କାରଣ କର୍ମଚାରୀମାନଙ୍କୁ ଖୁବ୍‌ ଶୀଘ୍ର ୮ମ ବେତନ ଆୟୋଗ ଅନୁଯାୟୀ ବେତନ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା  ସେଥିରେ ପୂର୍ଣ୍ଣଛେଦ ପଡିଛି। ବର୍ତ୍ତମାନ ସମୟ ପାଇଁ ୮ମ ବେତନ ଆୟୋଗ ଗଠନ ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ। ୭ମ ବେତନ ଆୟୋଗ ଭିତ୍ତିରେ କର୍ମଚାରୀଙ୍କ ବେତନ ଜାରି ରହିବ। ଏ ନେଇ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅଷ୍ଟମ ବେତନ ଆୟୋଗକୁ ବିଚାରକୁ […]

ନୂଆଦିଲ୍ଲୀ:  କେନ୍ଦ୍ର କର୍ମଚାରୀଙ୍କ ପାଇଁଁ ଖରାପ ଖବର। କାରଣ କର୍ମଚାରୀମାନଙ୍କୁ ଖୁବ୍‌ ଶୀଘ୍ର ୮ମ ବେତନ ଆୟୋଗ ଅନୁଯାୟୀ ବେତନ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା  ସେଥିରେ ପୂର୍ଣ୍ଣଛେଦ ପଡିଛି। ବର୍ତ୍ତମାନ ସମୟ ପାଇଁ ୮ମ ବେତନ ଆୟୋଗ ଗଠନ ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ। ୭ମ ବେତନ ଆୟୋଗ ଭିତ୍ତିରେ କର୍ମଚାରୀଙ୍କ ବେତନ ଜାରି ରହିବ। ଏ ନେଇ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅଷ୍ଟମ ବେତନ ଆୟୋଗକୁ ବିଚାରକୁ ନିଆଯାଇ ନ ଥିବା ମୋଦୀ ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଆରବିଆଇର ନୂଆ ନିୟମ: ଅନଲାଇନ୍ କିମ୍ବା ୟୁପିଆଇ ଠକେଇର ଶିକାର ହେଲେ ମିଳିବ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ

ସୋମବାର ସଂସଦରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗର ଗଠନ କରିବାକୁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାଁନ୍ତି। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖଇତ ଉତ୍ତର ରଖି ଶ୍ରୀ ଚୌଧୁରୀ ଏହା କହିଛନ୍ତି। କେନ୍ଦ୍ର ସରକାର ସମୟାନୁଯାୟୀ, ଅଷ୍ଟମ ବେତନ ଆୟୋଗ ଗଠନ କରୁଥିଲେ ଏହାକୁ ଆସନ୍ତା ବର୍ଷ ଜାନୁଆରୀ ମହିଲାଠାରୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ମୁଦ୍ରାସ୍ଫୀତିରେ ବୃଦ୍ଧି ହେତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ବେତନର ପ୍ରକୃତ ମୂଲ୍ୟରେ ହ୍ରାସକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରୁଛନ୍ତି, ଯାହା ଛଅ ମାସରେ ସଂଶୋଧିତ ହେଉଛି। ସର୍ବଭାରତୀୟ ଶିଳ୍ପ ଶ୍ରମିକଙ୍କ ଉପଭୋକ୍ତା ମୂଲ୍ୟ ସୁଚୀ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ପ୍ରତି ୬ ମାସରେ ଥରେ ସଂଶୋଧନ କରାଯାଉଥିବା ଶ୍ରୀ ଚୌଧୁରୀ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ଶ୍ରୀ ଚୌଧୁରୀ ସଂସଦକୁ ସୂଚନା ଦେଇଥି କହିଥିଲେ ଯେ, କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ଦରମା, ଭତ୍ତା ଏବଂ ପେନ୍‌ସନ୍‌ ସମୀକ୍ଷା କରିବା ପାଇଁ ଅନ୍ୟ ଏକ ବେତନ ଆୟୋଗ ଗଠନ କରିବା ଆବଶ୍ୟକ ହୋଇ ନ ପାରେ। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯିବାକୁଥିବା ଦେୟର ସଂଶୋଧନ ଯେ କୌଣସି ସମୟରେ କରାଯାଇପାରିବ ଏବଂ ଏଥିପାଇଁ ଅଷ୍ଟମ ବେତନ ଆୟୋଗ ଗଠନ କରିବା ଜରୁରୀ ନୁହେଁ। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବର୍ତ୍ତମାନ ସେମାନଙ୍କ ଦରମା ଏବଂ ପେନ୍‌ସନ୍‌ ସପ୍ତମ ବେତନ ଆୟୋଗ ଅନୁଯାୟୀ ପାଉଛନ୍ତି। ଅପରପକ୍ଷେ କର୍ମଚାରୀମାନେ ବର୍ତ୍ତମାନ ଯଥାକ୍ରମେ ସେମାନଙ୍କର ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ବସ୍ତି (ଡିଆର୍‌) ହାରରେ ସଂଶୋଧନକୁ ଅପେକ୍ଷା କରିଛନ୍ତି। ସର୍ବଭାରତୀୟ ଶିଳ୍ପ ଶ୍ରମିକଙ୍କ ଉପଭୋକ୍ତା ମୂଲ୍ୟ ସୁଚୀରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ନୂତନ ଡିଏ/ଡିଆର୍‌ ହାର ଘୋଷଣା କରିବେ ବୋଲି ଆଶା କରାଯାଉଛି।

09 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp