ଆଜିଠୁ ବଦଳିବ ମୋବାଇଲ ସିମ୍ କାର୍ଡ ନିୟମ, ମୋବାଇଲରେ ମିଳିବ ନେଟ୍‌ୱର୍କର ସୂଚନା…

The Sakala Picture
Published On

ନୂଆଦିଲ୍ଲୀ:  ଅନ୍‌ଲାଇନ୍ ଠକେଇ ଏବଂ ସ୍କାମ୍‌ ମାମଲାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟେଲିକମ କମ୍ପାନୀଙ୍କ ପାଇଁ ଅକ୍ଟୋବର ପହିଲାରୁ କିଛି ଜରୁରୀ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନୂଆ ନିୟମରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ। ନୂଆ ନିୟମ ଯୋଗୁ ଟେଲିକମ ୟୁଜର ଏହା ଜାଣି ପାରିବେ ଯେ ତାଙ୍କ ଅଞ୍ଚଳରେ ଟେଲିକମ କମ୍ପାନୀ କେଉଁ ସେବା ପ୍ରଦାନ କରୁଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି […]

ନୂଆଦିଲ୍ଲୀ:  ଅନ୍‌ଲାଇନ୍ ଠକେଇ ଏବଂ ସ୍କାମ୍‌ ମାମଲାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟେଲିକମ କମ୍ପାନୀଙ୍କ ପାଇଁ ଅକ୍ଟୋବର ପହିଲାରୁ କିଛି ଜରୁରୀ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନୂଆ ନିୟମରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ। ନୂଆ ନିୟମ ଯୋଗୁ ଟେଲିକମ ୟୁଜର ଏହା ଜାଣି ପାରିବେ ଯେ ତାଙ୍କ ଅଞ୍ଚଳରେ ଟେଲିକମ କମ୍ପାନୀ କେଉଁ ସେବା ପ୍ରଦାନ କରୁଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି ନୂଆ ନିୟମ ଲାଗୁ କରିଛନ୍ତି, ଫଳରେ ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ଉପଲବ୍ଧ କରିପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ନୂଆ ନିୟମ ଅନୁସାରେ, ଟେଲିକମ କମ୍ପାନୀଙ୍କୁ ତାଙ୍କ ୱେବସାଇଟରେ ଏହି ସୂଚନା ଦେବାକୁ ପଡିବ। ଯାହାଦ୍ୱାରା ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହା ଛଡା ସ୍ପାମ କଲ ନିୟନ୍ତ୍ରଣ ଲାଗି ମଧ୍ୟ ନୂଆ ପଦକ୍ଷେପ ନିଆଯାଇଛି। ଆଗାମୀ ମାସରୁ ସ୍ପାମ କଲକୁ ନେଇ ନୂଆ ନିୟମ ଅନିବାର୍ଯ୍ୟ ହେବ। ଟେଲିକମ ୟୁଜରଙ୍କୁ ନିଜ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ଜାଣିବାକୁ ବେଶ୍ କଷ୍ଟ କରିବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମସ୍ୟା ରହିବନି। ଏୟାରଟେଲ,ଜିଓ, ଭୋଡାଫୋନ, ବିଏସଏନଏଲ ସମେତ ସମସ୍ତ ଟେଲିକମ୍‌ କମ୍ପାନୀଙ୍କ ଲାଗି ଏହି ନିୟମ ଅକ୍ଟୋବର ପହିଲାଠାରୁ ଅନିବାର୍ଯ୍ୟ କରିଦିଆଯାଇଛି। ଏହାର ସିଧା ଲାଭ ଏବେ ସାଧାରଣ ଉପଭୋକ୍ତା ପାଇପାରିବେ। ଟେଲିକମ କମ୍ପାନୀମାନେ ଅନେକ ଜରୁରୀ କଥା ଏ ପର୍ଯ୍ୟନ୍ତ ଗ୍ରାହକଙ୍କ ସହିତ ସେୟାର କରୁ ନ ଥିଲେ। ତେବେ ନୂଆ ନିୟମ ପ୍ରଭାବରେ ଏବେ ସବୁ କମ୍ପାନୀ ଗ୍ରାହକଙ୍କ ସମ୍ପର୍କିତ ବିସ୍ତୃତ ବିବରଣୀ ୱେବସାଇଟରେ ସାର୍ବଜନୀନ କରିବେ।

ଆହୁରି ପଢ଼ନ୍ତୁ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼

ଏଥିରେ ସର୍ଭିସର କ୍ୱାଲିଟି ଓ ନେଟୱାର୍କ ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯିବା ଜରୁରି ହେବ। ଏହାଦ୍ୱାରା ସାଧାରଣ ଉପଭୋକ୍ତା ନିଜ ହିସାବରେ ନେଟୱାର୍କ ବାଛିପାରିବେ। କମ୍ପାନୀ ୱେବସାଇଟ ଭିଜିଟ କରି ଗ୍ରାହକ ଜାଣି ପାରିବେ ତାଙ୍କ ଅଞ୍ଚଳରେ ଟୁ-ଜି, ଥ୍ରୀ-ଜି, ୪-ଜି ଅଥବା ୫-ଜି କେଉଁ ନେଟୱାର୍କ ଆସୁଛି।

01 Oct 2024 By The Sakala

ଆଜିଠୁ ବଦଳିବ ମୋବାଇଲ ସିମ୍ କାର୍ଡ ନିୟମ, ମୋବାଇଲରେ ମିଳିବ ନେଟ୍‌ୱର୍କର ସୂଚନା…

ନୂଆଦିଲ୍ଲୀ:  ଅନ୍‌ଲାଇନ୍ ଠକେଇ ଏବଂ ସ୍କାମ୍‌ ମାମଲାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟେଲିକମ କମ୍ପାନୀଙ୍କ ପାଇଁ ଅକ୍ଟୋବର ପହିଲାରୁ କିଛି ଜରୁରୀ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନୂଆ ନିୟମରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ। ନୂଆ ନିୟମ ଯୋଗୁ ଟେଲିକମ ୟୁଜର ଏହା ଜାଣି ପାରିବେ ଯେ ତାଙ୍କ ଅଞ୍ଚଳରେ ଟେଲିକମ କମ୍ପାନୀ କେଉଁ ସେବା ପ୍ରଦାନ କରୁଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି ନୂଆ ନିୟମ ଲାଗୁ କରିଛନ୍ତି, ଫଳରେ ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ଉପଲବ୍ଧ କରିପାରିବେ।

ନୂଆ ନିୟମ ଅନୁସାରେ, ଟେଲିକମ କମ୍ପାନୀଙ୍କୁ ତାଙ୍କ ୱେବସାଇଟରେ ଏହି ସୂଚନା ଦେବାକୁ ପଡିବ। ଯାହାଦ୍ୱାରା ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହା ଛଡା ସ୍ପାମ କଲ ନିୟନ୍ତ୍ରଣ ଲାଗି ମଧ୍ୟ ନୂଆ ପଦକ୍ଷେପ ନିଆଯାଇଛି। ଆଗାମୀ ମାସରୁ ସ୍ପାମ କଲକୁ ନେଇ ନୂଆ ନିୟମ ଅନିବାର୍ଯ୍ୟ ହେବ। ଟେଲିକମ ୟୁଜରଙ୍କୁ ନିଜ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ଜାଣିବାକୁ ବେଶ୍ କଷ୍ଟ କରିବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମସ୍ୟା ରହିବନି। ଏୟାରଟେଲ,ଜିଓ, ଭୋଡାଫୋନ, ବିଏସଏନଏଲ ସମେତ ସମସ୍ତ ଟେଲିକମ୍‌ କମ୍ପାନୀଙ୍କ ଲାଗି ଏହି ନିୟମ ଅକ୍ଟୋବର ପହିଲାଠାରୁ ଅନିବାର୍ଯ୍ୟ କରିଦିଆଯାଇଛି। ଏହାର ସିଧା ଲାଭ ଏବେ ସାଧାରଣ ଉପଭୋକ୍ତା ପାଇପାରିବେ। ଟେଲିକମ କମ୍ପାନୀମାନେ ଅନେକ ଜରୁରୀ କଥା ଏ ପର୍ଯ୍ୟନ୍ତ ଗ୍ରାହକଙ୍କ ସହିତ ସେୟାର କରୁ ନ ଥିଲେ। ତେବେ ନୂଆ ନିୟମ ପ୍ରଭାବରେ ଏବେ ସବୁ କମ୍ପାନୀ ଗ୍ରାହକଙ୍କ ସମ୍ପର୍କିତ ବିସ୍ତୃତ ବିବରଣୀ ୱେବସାଇଟରେ ସାର୍ବଜନୀନ କରିବେ।

ଏଥିରେ ସର୍ଭିସର କ୍ୱାଲିଟି ଓ ନେଟୱାର୍କ ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯିବା ଜରୁରି ହେବ। ଏହାଦ୍ୱାରା ସାଧାରଣ ଉପଭୋକ୍ତା ନିଜ ହିସାବରେ ନେଟୱାର୍କ ବାଛିପାରିବେ। କମ୍ପାନୀ ୱେବସାଇଟ ଭିଜିଟ କରି ଗ୍ରାହକ ଜାଣି ପାରିବେ ତାଙ୍କ ଅଞ୍ଚଳରେ ଟୁ-ଜି, ଥ୍ରୀ-ଜି, ୪-ଜି ଅଥବା ୫-ଜି କେଉଁ ନେଟୱାର୍କ ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp