ପାମୋଲିନ୍‌ ତେଲ ରପ୍ତାନୀ ପ୍ରତିବନ୍ଧକ ହଟାଇବ ଇଣ୍ଡୋନେସିଆ

The Sakala Picture
Published On

ନୂଆଦିଲ୍ଲୀ : ଖାଉଟିଙ୍କ ପାଇଁ ଭଲ ଖରବ। କାରଣ ଆଗାମୀ ଦିନରେ ଭାରତରେ ଶସ୍ତା ହୋଇପାରେ ଖାଇବା ତେଲ। ବିଶ୍ବର ଅନ୍ୟତମ ପ୍ରମୁଖ ଖାଇବା ତେଲ ଉତ୍ପାଦନକାରୀ ଇଣ୍ଡୋନେସିଆ ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରିଥିବା ପ୍ରତିବନ୍ଧକ ହଟାଇବ ବୋଲି ଆଜି ଘୋଷଣା କରିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଭାରତ ପାଇଁ ରପ୍ତାନୀ ଶୁଳ୍କ ଛାଡ କରିବ ବୋଲି ଇଣ୍ଡୋନେସିଆ କହିଛି। ଖାଇବା ତେଲ ରପ୍ତାନୀ ବୃଦ୍ଧି ଏବଂ ଅତ୍ୟଧିକ ଷ୍ଟକ୍‌ରେ ହ୍ରାସ ଘଟାଇବା ଲାଗି […]

ନୂଆଦିଲ୍ଲୀ : ଖାଉଟିଙ୍କ ପାଇଁ ଭଲ ଖରବ। କାରଣ ଆଗାମୀ ଦିନରେ ଭାରତରେ ଶସ୍ତା ହୋଇପାରେ ଖାଇବା ତେଲ। ବିଶ୍ବର ଅନ୍ୟତମ ପ୍ରମୁଖ ଖାଇବା ତେଲ ଉତ୍ପାଦନକାରୀ ଇଣ୍ଡୋନେସିଆ ପାମୋଲିନ୍‌ ତେଲ ରପ୍ତାନୀ ଉପରେ ଲାଗୁ କରିଥିବା ପ୍ରତିବନ୍ଧକ ହଟାଇବ ବୋଲି ଆଜି ଘୋଷଣା କରିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଭାରତ ପାଇଁ ରପ୍ତାନୀ ଶୁଳ୍କ ଛାଡ କରିବ ବୋଲି ଇଣ୍ଡୋନେସିଆ କହିଛି। ଖାଇବା ତେଲ ରପ୍ତାନୀ ବୃଦ୍ଧି ଏବଂ ଅତ୍ୟଧିକ ଷ୍ଟକ୍‌ରେ ହ୍ରାସ ଘଟାଇବା ଲାଗି ଇଣ୍ଡୋନେସିଆ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆ ଚଳିତବର୍ଷ ମେ’ ୨୩ ରୁ ପାମୋଲିଡ଼୍ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଣ୍ଡୋନେସିଆ ରପ୍ତାନୀ ବୃଦ୍ଧି ଓ ହାଇ ଇନଭେଣ୍ଟ୍ରି ହ୍ରାସ କରିବା ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପାମୋଲିଡ଼ତେଲ ଉପରେ ରପ୍ତାନୀ ଶୁଳ୍କ ଛାଡ କରିବ। ଇଣ୍ଡୋନେସିଆ  ବିଶ୍ୱର ବୃହତ୍ତ ପାମୋଲିନ୍‌ ତୈଳ ରପ୍ତାନୀକାରୀ ଦେଶ। ତେବେ ରପ୍ତାନୀ ଶୁଳ୍କ ସମାପ୍ତ ଲାଗି ନିଷ୍ପତ୍ତି ପାମୋଲିନ ତୈଳ ମୂଲ୍ୟରେ ହ୍ରାସ କରିପାରେ। ଉଲ୍ଲେଖଯୋଗ୍ୟ ଯେ ପାମୋଲିନ୍‌ ତେଲ ମୂଲ୍ୟ ଗତ ଏପ୍ରିଲ ଶେଷ ସପ୍ତାହରୁ ବର୍ଷକ ତଳର ମୂଲ୍ୟ ତୁଳନାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି। ବିଦେଶରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଖୁଚୁରା ବଜାରରେ ଖାଇବା ତେଲ ଦର ଅଧିକ ରହିଛି।

ଆହୁରି ପଢ଼ନ୍ତୁ: EPFO ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୫୧ ଲକ୍ଷ କର୍ମଚାରୀ

ସୂତ୍ର ଅନୁସାରେ ସୋୟାବିନ୍‌ ମୂଲ୍ୟରେ ହ୍ରାସ ଯୋଗୁ ପାମୋଲିନ ତେଲ ମୂଲ୍ୟ ମଧ୍ୟ କମିଛି। ଗୋଟା ସୋରିସ ମୂଲ୍ୟରେ ପ୍ରତି କ୍ୱିଣ୍ଟାଲ ପିଛା ୧୨୫ ଟଙ୍କା ହ୍ରାସ ହୋଇଥିବା ଯୋଗୁ କ୍ୱିଣ୍ଟାଲ ପିଛା ଏହାର ମୂଲ୍ୟ ୭୧୭୦-୭୨୨୦ ଟଙ୍କାରେ କାରବାର ହେଉଛି। ରିପୋର୍ଟ ଅନୁଯାୟୀ, ବନ୍ଦର ସମେତ ଇଣ୍ଡୋନେସିଆରେ ପ୍ରାୟ ଛଅ ନିୟୁତ ଟନ୍ ପାମୋଲିଡ଼୍ ତେଲ ଷ୍ଟୋରେଜ୍ କ୍ଷମତା ରହିଛି। ଏଥିସହିତ ନିଷେଧାଦେଶ ପରେ ଘରୋଇ ଷ୍ଟକ୍ ମେ’ ମାସ ଆରମ୍ଭରେ ପ୍ରାୟ ୫.୮ ନିୟୁତ ଟନ୍‌ରେ ପହଞ୍ଚିଥିଲା।| ମାର୍ଚ୍ଚ ଶେଷରେ ଇଣ୍ଡୋନେସିଆ ପାମ ଅଏଲ୍ ଆସୋସିଏସନ୍ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମାର୍ଚ୍ଚ ଶେଷରେ ଘରୋଇ ଷ୍ଟକ୍ ଫେବୃଆରୀରେ ୫.୦୫ ନିୟୁତ ଟନ୍ ଠାରୁ ୫.୬୮ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ରପ୍ତାନି ନିଷେଧ ଲାଗୁ ହେବା ପରେ ଷ୍ଟକ୍ ପ୍ରାୟ ପୂର୍ଣ୍ଣ ହୋଇଛି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ଉଲ୍ଲେଖନୀୟ ବିଷୟ ହେଉଛି, ଇଣ୍ଡୋନେସିଆ ସାଧାରଣତଃ ତା’ର ବାର୍ଷିକ ପାମୋଲିନ୍‌ ତେଲ ଉତ୍ପାଦନର ମାତ୍ର ୩୫ ପ୍ରତିଶତକୁ ଘରୋଇ ଭାବରେ ବ୍ୟବହାର କରିଥାଏ। ଏହାବ୍ୟତୀତ ପାମୋଲିନ୍‌ ତେଲ ପାଇଁ ଇଣ୍ଡୋନେସିଆ ଉପରେ ଭାରତ ଅଧିକ ନିର୍ଭରଶୀଳ, ଏଭଳି ପରିସ୍ଥିତିରେ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ଦେଶରେ ଦରଦାମ୍‌ରେ କିଛି ମାତ୍ରାରେ ହ୍ରାସ ଆଣିପାରେ। ଭାରତ ୭୦% ପାମୋଲିନ୍‌ ତେଲ ଇଣ୍ଡୋନେସିଆରୁ ଆମଦାନୀ କରିଥାଏ। ଅବଶିଷ୍ଟ ୩୦ ପ୍ରତିଶତ ମାଲେସିଆରୁ ଆସିଥାଏ। ୨୦୨୦-୨୧ ଆର୍ଥିକବର୍ଷରେ ଭାରତ ୮୩.୧ ଲକ୍ଷ ଟନ୍ ପାମୋଲିନ୍‌ ତେଲ ଆମଦାନୀ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର