ଟେଲିକମ୍ ଅପରେଟରଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଜାଲ୍ ଅନ୍ତର୍ଜାତୀୟ କଲ୍‌କୁ ବ୍ଲକ୍ କର

The Sakala Picture
Published On

ନୂଆଦିଲ୍ଲୀ: ସାଇବରଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ ଘଟାଉଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନମ୍ବର ନାମରେ କଲ୍ କରି ସାଇବର ଅପରାଧ କରିବା ସହ ଆର୍ଥିକ ଠକେଇ ମଧ୍ୟ କରୁଛନ୍ତି। ଏହି କଲ୍ଗୁଡ଼ିକ ଭାରତରୁ ଆସୁଥିବା ପରି ଜଣାପଡୁଛି,କାରଣ ଏଥିରେ ଭାରତୀୟ ମୋବାଇଲ ନମ୍ବର ଦୃଶ୍ୟମାନ ହେଉଛି। ପ୍ରକୃତରେ ସେସୁବ କଲ୍‌ ସାଇବର୍ ଅପରାଧିମାନଙ୍କ ଦ୍ବାରା ବିଦେଶରୁ କରାଯାଉଛି। ସାଇବର ଅପରାଧିମାନେ କଲିଂ […]

ନୂଆଦିଲ୍ଲୀ: ସାଇବରଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ ଘଟାଉଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନମ୍ବର ନାମରେ କଲ୍ କରି ସାଇବର ଅପରାଧ କରିବା ସହ ଆର୍ଥିକ ଠକେଇ ମଧ୍ୟ କରୁଛନ୍ତି। ଏହି କଲ୍ଗୁଡ଼ିକ ଭାରତରୁ ଆସୁଥିବା ପରି ଜଣାପଡୁଛି,କାରଣ ଏଥିରେ ଭାରତୀୟ ମୋବାଇଲ ନମ୍ବର ଦୃଶ୍ୟମାନ ହେଉଛି। ପ୍ରକୃତରେ ସେସୁବ କଲ୍‌ ସାଇବର୍ ଅପରାଧିମାନଙ୍କ ଦ୍ବାରା ବିଦେଶରୁ କରାଯାଉଛି। ସାଇବର ଅପରାଧିମାନେ କଲିଂ ଲାଇନ୍ ପରିଚୟ (ସିଏଲ୍ଆଇ)ର ନାମରେ ପରିବର୍ତ୍ତନ କରି ଏପରି କଲ୍ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ନିକଟରେ ହୋଇଥିବା ନକଲି ଡିଜିଟାଲ୍ ଗିରଫ, ଫେଡେକ୍ସ ସ୍କାମ, କୋରିଅରରେ ନିଶା/ଡ୍ରଗ୍ସ୍ କାରବାର, ନିଜକୁ ସରକାରୀ ଏବଂ ପୋଲିସ ଅଧିକାରୀ ଭାବେ ଛଦ୍ମନାମରେ ପରିଚୟ ଦେବା ଏବଂ ଟେଲିକମ୍ ବିଭାଗ/ଟ୍ରାଇ ଦ୍ବାରା ମୋବାଇଲ୍ ନମ୍ବର ବନ୍ଦ କରିଦେବା ଇତ୍ୟାଦି ମାମଲାରେ ଏହି ଅନ୍ତର୍ଜାତୀୟ ଜାଲ୍ କଲ୍‌ଗୁଡିକର ଅପବ୍ୟବହାର କରାଯାଇଛି। ସେଥିପାଇଁ ଟେଲିକମ ବିଭାଗ (ଡଟ୍) ଏବଂ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି) ଏବେ ଭାରତୀୟ ଟେଲିକମ୍ ଉପଭୋକ୍ତାମାନଙ୍କୁ ଆସୁଥିବା ଏପରି ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ଚିହ୍ନଟ ଏବଂ ବ୍ଲକ୍ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ଏବେ ଏପରି ଜାଲ୍ ଅନ୍ତର୍ଜାତୀୟ କଲ ଗୁଡିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲିକମ୍ ବିଭାଗ ଦ୍ବାରା ଜାରି କରାଯାଇଥିବା ନିଦ୍ର୍ଦେଶନାମା ଅନୁଯାୟୀ, ଟିଏସପି ଦ୍ବାରା ଭାରତୀୟ ଲ୍ୟାଣ୍ଡଲାଇନ୍ ନମ୍ବର ପ୍ରଦର୍ଶନ କରି ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ବ୍ଲକ୍ କରିବା କାମ ପ୍ରଥମରୁ ଆରମ୍ଭ ହୋଇଛି।

ଉପଭୋକ୍ତାମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ଡିଜିଟାଲ୍ ଇଣ୍ଡିଆ ଭିଜନର ଏକ ମୁଖ୍ୟ ଅଂଶ ହୋଇଥିବାରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ନାଗରିକ କୈନ୍ଦ୍ରିକ ସଂଚାର ସାଥୀ ପୋର୍ଟାଲ୍ ସମେତ ଅନେକ ପଦକ୍ଷେପ ନିଆଯାଇଛି। ସର୍ବଶ୍ରେଷ୍ଠ ଉଦ୍ୟମ କରାଯାଉଥିଲେ ମଧ୍ୟ କିଛି ସାଇବର ଠକ ବିଭିନ୍ନ ଉପାୟରେ ସଫଳ ହେଉଛନ୍ତି। ଏପରି କଲ୍ ପାଇଁ, ଗ୍ରାହକ ସଂଚାର ସାଥୀରେ ଥିବା ଚକ୍ଷୁ ସୁବିଧା କେନ୍ଦ୍ରରେ ଏପରି ଜାଲ୍ କଲ୍‌ ସମ୍ପର୍କରେ ରିପୋର୍ଟ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର