ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୩୫ ଟଙ୍କା କମିଲା
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରେ ଅର୍ଥାତ୍ ଜୁନ୍ ପହିଲାରେ ଦେଶରେ ୧୯ କେଜିର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୩୫ ଟଙ୍କା ହ୍ରାସ ଘଟିଛି। ତେବେ ୧୪.୨ କେଜି ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାର୍ହି। ଏହି ପରିବର୍ତ୍ତନ ପରେ ନୂଆଦିଲ୍ଲୀରେ ୧୯ କେଜିର ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କାକୁ ଖସିଆସିଛି। ଏହି ଅନୁଯାୟୀ ଭୁବନେଶ୍ୱରରେ ମଧ୍ୟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ମୂଲ୍ୟ ୧୨୯ ଟଙ୍କା ହ୍ରାସ ଘଟି ୨୪୮୧ ଟଙ୍କାରୁ ୨୩୫୨ […]
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରେ ଅର୍ଥାତ୍ ଜୁନ୍ ପହିଲାରେ ଦେଶରେ ୧୯ କେଜିର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୩୫ ଟଙ୍କା ହ୍ରାସ ଘଟିଛି। ତେବେ ୧୪.୨ କେଜି ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାର୍ହି। ଏହି ପରିବର୍ତ୍ତନ ପରେ ନୂଆଦିଲ୍ଲୀରେ ୧୯ କେଜିର ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କାକୁ ଖସିଆସିଛି। ଏହି ଅନୁଯାୟୀ ଭୁବନେଶ୍ୱରରେ ମଧ୍ୟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ମୂଲ୍ୟ ୧୨୯ ଟଙ୍କା ହ୍ରାସ ଘଟି ୨୪୮୧ ଟଙ୍କାରୁ ୨୩୫୨ ଟଙ୍କାକୁ ଖସିଆସିଛି। ଅପରପକ୍ଷେ ଘରୋଇ (୧୪.୨ କେଜି ) ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୦୨୯ ଟଙ୍କାରେ ଅପରିବର୍ତ୍ତିତ ରହିଛି।






