ପ୍ରଥମ ଥର ୧.୦୮କୋଟି ଟପିଲା ବିଟ୍ କଏନ୍

The Sakala Picture
Published On

ନୂଆଦିଲ୍ଲୀ: ବିଟ୍ କଏନ ମୂଲ୍ୟ ପ୍ରଥମ ଥର ପାଇଁ ୧.୦୮ କୋଟି ଟଙ୍କା ଅତିକ୍ରମ କରିଛି। ଆଜି ଏହି କ୍ରିପ୍ଟୋ କରେନ୍ସି ସର୍ବକାଳୀନ ରେକର୍ଡ ସ୍ତରରେପହଞ୍ଚିଛି। ୨୦୦୯ରେ ସାତୋଶି ନାକାମୋଟୋ ଯେତେବେଳେ ଏହାକୁ ତିଆରି କରିଥିଲେ, ସେତେବେଳେ ଏହାର ମୂଲ୍ୟ ପାଖାପାଖି ଶୂନ୍ୟ ଥିଲା। ଅର୍ଥାତ୍, ଯଦି ଆପଣ ସେହି ସମୟରେ ବିଟ୍ କଏନ୍ରେ ଗୋଟିଏ ଟଙ୍କାରୁ କମ୍ ନିବେଶ କରିଥାନ୍ତେ, ତେବେ ଆଜି ଏହାର ମୂଲ୍ୟ ୧ କୋଟିରୁ ଅଧିକ ହୋଇଥାନ୍ତା। ବିଟ୍ କଏନର ପ୍ରଥମ […]

ନୂଆଦିଲ୍ଲୀ: ବିଟ୍ କଏନ ମୂଲ୍ୟ ପ୍ରଥମ ଥର ପାଇଁ ୧.୦୮ କୋଟି ଟଙ୍କା ଅତିକ୍ରମ କରିଛି। ଆଜି ଏହି କ୍ରିପ୍ଟୋ କରେନ୍ସି ସର୍ବକାଳୀନ ରେକର୍ଡ ସ୍ତରରେପହଞ୍ଚିଛି। ୨୦୦୯ରେ ସାତୋଶି ନାକାମୋଟୋ ଯେତେବେଳେ ଏହାକୁ ତିଆରି କରିଥିଲେ, ସେତେବେଳେ ଏହାର ମୂଲ୍ୟ ପାଖାପାଖି ଶୂନ୍ୟ ଥିଲା। ଅର୍ଥାତ୍, ଯଦି ଆପଣ ସେହି ସମୟରେ ବିଟ୍ କଏନ୍ରେ ଗୋଟିଏ ଟଙ୍କାରୁ କମ୍ ନିବେଶ କରିଥାନ୍ତେ, ତେବେ ଆଜି ଏହାର ମୂଲ୍ୟ ୧ କୋଟିରୁ ଅଧିକ ହୋଇଥାନ୍ତା।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ବିଟ୍ କଏନର ପ୍ରଥମ ବଡ଼ ମୂଲ୍ୟ ବୃଦ୍ଧି ଅକ୍ଟୋବର ୨୦୧୦ ରେ ହୋଇଥିଲା। ସେତେବେଳେ ଗୋଟିଏ ବିଟକଏନର ମୂଲ୍ୟ ଦୀର୍ଘ ସମୟ ଧରି ପ୍ରାୟ ୦.୧୦ ଡଲାର (ପ୍ରାୟ ୧ ଟଙ୍କା) ରେ ସ୍ଥିର ରହିବା ପରେ ବୃଦ୍ଧି ବର୍ଷ ଶେଷରେ, ଏହା ୦.୩୦ ଡଲାରରେ ପହଞ୍ଚିଲା। ୨୦୧୩ ସୁଦ୍ଧା, ଏହାର ମୂଲ୍ୟ ୧୦୦୦ ଡଲାର ଅତିକ୍ରମ କରିଯାଇଥିଲା। ଆଜିର ହାର ଅନୁସାରେ ଏହି ମୂଲ୍ୟ ପ୍ରାୟ ୮୭ ହଜାର ଟଙ୍କା। ଅର୍ଥନୈତିକ, ରାଜନୈତିକ ଏବଂ ନିୟାମକ ପରିବର୍ତ୍ତନ ଓ ନିବେଶ ଯୋଗୁ ବିଟକଏନର ମୂଲ୍ୟ ବଢ଼ୁଛି। ବିଟ୍ କଏନକୁ ଡିଜିଟାଲ ଜଗତର “ସୁନା” କୁହାଯାଏ। ଏହା ଏମିତି ଏକ ଡିଜିଟାଲ ମୁଦ୍ରା, ଯାହା କୌଣସି ବ୍ୟାଙ୍କ କିମ୍ବା ସରକାରଙ୍କ ନିୟନ୍ତ୍ରଣ ବିନା କାମ କରେ। ଅର୍ଥାତ୍, ଏହା ଡିସେଣ୍ଟ୍ରାଲାଇଜ୍। କୌଣସି ଗୋଟିଏ କର୍ତ୍ତୃପକ୍ଷ ଏହା ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ। ବିଟକଏନ କୌଣସି ଧାତବ ମୁଦ୍ରା କିମ୍ବା ନୋଟ୍ ନୁହେଁ, ବରଂ ଏକ ଡିଜିଟାଲ କୋଡ୍ ଯାହା ଆପଣଙ୍କ ଡିଜିଟାଲ ୱାଲେଟରେ ରହିଥାଏ। ଯେପରି ଆପଣ ହ୍ୱାଟସଆପରେ ମେସେଜ୍ ପଠାନ୍ତି, ସେହିପରି ଆପଣ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନକୁ ବିଟକଏନ ପଠାଇପାରିବେ। ସେମାନଙ୍କର ସଂଖ୍ୟା ମଧ୍ୟ ସୀମିତ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

15 Aug 2025 By The Sakala

ପ୍ରଥମ ଥର ୧.୦୮କୋଟି ଟପିଲା ବିଟ୍ କଏନ୍

ନୂଆଦିଲ୍ଲୀ: ବିଟ୍ କଏନ ମୂଲ୍ୟ ପ୍ରଥମ ଥର ପାଇଁ ୧.୦୮ କୋଟି ଟଙ୍କା ଅତିକ୍ରମ କରିଛି। ଆଜି ଏହି କ୍ରିପ୍ଟୋ କରେନ୍ସି ସର୍ବକାଳୀନ ରେକର୍ଡ ସ୍ତରରେପହଞ୍ଚିଛି। ୨୦୦୯ରେ ସାତୋଶି ନାକାମୋଟୋ ଯେତେବେଳେ ଏହାକୁ ତିଆରି କରିଥିଲେ, ସେତେବେଳେ ଏହାର ମୂଲ୍ୟ ପାଖାପାଖି ଶୂନ୍ୟ ଥିଲା। ଅର୍ଥାତ୍, ଯଦି ଆପଣ ସେହି ସମୟରେ ବିଟ୍ କଏନ୍ରେ ଗୋଟିଏ ଟଙ୍କାରୁ କମ୍ ନିବେଶ କରିଥାନ୍ତେ, ତେବେ ଆଜି ଏହାର ମୂଲ୍ୟ ୧ କୋଟିରୁ ଅଧିକ ହୋଇଥାନ୍ତା।

ବିଟ୍ କଏନର ପ୍ରଥମ ବଡ଼ ମୂଲ୍ୟ ବୃଦ୍ଧି ଅକ୍ଟୋବର ୨୦୧୦ ରେ ହୋଇଥିଲା। ସେତେବେଳେ ଗୋଟିଏ ବିଟକଏନର ମୂଲ୍ୟ ଦୀର୍ଘ ସମୟ ଧରି ପ୍ରାୟ ୦.୧୦ ଡଲାର (ପ୍ରାୟ ୧ ଟଙ୍କା) ରେ ସ୍ଥିର ରହିବା ପରେ ବୃଦ୍ଧି ବର୍ଷ ଶେଷରେ, ଏହା ୦.୩୦ ଡଲାରରେ ପହଞ୍ଚିଲା। ୨୦୧୩ ସୁଦ୍ଧା, ଏହାର ମୂଲ୍ୟ ୧୦୦୦ ଡଲାର ଅତିକ୍ରମ କରିଯାଇଥିଲା। ଆଜିର ହାର ଅନୁସାରେ ଏହି ମୂଲ୍ୟ ପ୍ରାୟ ୮୭ ହଜାର ଟଙ୍କା। ଅର୍ଥନୈତିକ, ରାଜନୈତିକ ଏବଂ ନିୟାମକ ପରିବର୍ତ୍ତନ ଓ ନିବେଶ ଯୋଗୁ ବିଟକଏନର ମୂଲ୍ୟ ବଢ଼ୁଛି। ବିଟ୍ କଏନକୁ ଡିଜିଟାଲ ଜଗତର “ସୁନା” କୁହାଯାଏ। ଏହା ଏମିତି ଏକ ଡିଜିଟାଲ ମୁଦ୍ରା, ଯାହା କୌଣସି ବ୍ୟାଙ୍କ କିମ୍ବା ସରକାରଙ୍କ ନିୟନ୍ତ୍ରଣ ବିନା କାମ କରେ। ଅର୍ଥାତ୍, ଏହା ଡିସେଣ୍ଟ୍ରାଲାଇଜ୍। କୌଣସି ଗୋଟିଏ କର୍ତ୍ତୃପକ୍ଷ ଏହା ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ। ବିଟକଏନ କୌଣସି ଧାତବ ମୁଦ୍ରା କିମ୍ବା ନୋଟ୍ ନୁହେଁ, ବରଂ ଏକ ଡିଜିଟାଲ କୋଡ୍ ଯାହା ଆପଣଙ୍କ ଡିଜିଟାଲ ୱାଲେଟରେ ରହିଥାଏ। ଯେପରି ଆପଣ ହ୍ୱାଟସଆପରେ ମେସେଜ୍ ପଠାନ୍ତି, ସେହିପରି ଆପଣ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନକୁ ବିଟକଏନ ପଠାଇପାରିବେ। ସେମାନଙ୍କର ସଂଖ୍ୟା ମଧ୍ୟ ସୀମିତ।

https://www.thesakala.in/business/bitcoin-crosses-rs-1-08-crore-for-the-first-time/article-42026
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp