ଲମ୍ବା ଅବଧିରେ ସୁନା ତୁଳନାରେ ଅଧିକ ଚମକିବ ରୁପା, ଦେଇଛି ୪୦% ଅଧିକ ରିଟର୍ଣ୍ଣ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ସମେତ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବଜାର ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ସୁନା ମୂଲ୍ୟରେ ବର୍ତ୍ତମାନ ହେଉଥିବା ବୃଦ୍ଧି, ବିଶ୍ୱ ଅନିଶ୍ଚିତତା ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟମରୁ ଦୀର୍ଘ ମିଆଦି ଦେଖିବାକୁ ଗଲେ ସୁନା ଅପେକ୍ଷା ରୁପା ଭଲ ପ୍ରଦର୍ଶନ କରିବ। ଗତ ବର୍ଷ ଧନତେରାସ୍ ତୁଳନାରେ ଯଦି ଆମେ ଚଳିତବର୍ଷ ରୁପା ବଜାର ସ୍ଥିତିକୁ ଦେଖିବା ତେବେ […]

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ସମେତ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବଜାର ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ସୁନା ମୂଲ୍ୟରେ ବର୍ତ୍ତମାନ ହେଉଥିବା ବୃଦ୍ଧି, ବିଶ୍ୱ ଅନିଶ୍ଚିତତା ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟମରୁ ଦୀର୍ଘ ମିଆଦି ଦେଖିବାକୁ ଗଲେ ସୁନା ଅପେକ୍ଷା ରୁପା ଭଲ ପ୍ରଦର୍ଶନ କରିବ। ଗତ ବର୍ଷ ଧନତେରାସ୍ ତୁଳନାରେ ଯଦି ଆମେ ଚଳିତବର୍ଷ ରୁପା ବଜାର ସ୍ଥିତିକୁ ଦେଖିବା ତେବେ ଏଥର ରିଟର୍ଣ୍ଣ ଦୃଷ୍ଟିରୁ ସୁନାଠାରୁ ରୁପା ବେଶ ଆଗରେ ରହିଥିଲା। ଏହି ଅବଧି ମଧ୍ୟରେ ରୁପା ନିବେଶକଙ୍କୁ ୪୦.୫ ପ୍ରତିଶତ ରିଟର୍ଣ୍ଣ ଦେଇଥିବାବେଳେ ସୁନା ପ୍ରାୟ ୩୪ ପ୍ରତିଶତ ଲାଭ ଦେଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ରୁପାକୁ ନେଇ ଲୋକଙ୍କ ମଧ୍ୟରେ ଧାରଣା ଅଧିକ ସୁଦୃଢ଼ ହେବ। ଯୋଗାଣରେ ହ୍ରାସ, ଫୋଟୋଭୋଲ୍ଟିକ୍ସ ଏବଂ ଇ-ଯାନ ଭଳି କ୍ଷେତ୍ରରେ ଶିଳ୍ପ ଚାହିଦାରେ ବୃଦ୍ଧି ଏବଂ ଅନେକ ଦେଶରେ ଉତ୍ତେଜନା ଭଳି କେତେକ କାରକ ଯୋଗୁ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ବିଶ୍ୱ ବଜାରରେ ରୁପା ମୂଲ୍ୟ ୭୦ ଡଲାର ଅତିକ୍ରମ କରିପାରେ। ଆଗାମୀ ଏକ ବର୍ଷ ବିଷୟରେ କହିବାକୁ ଗଲେ, ଏମ୍ସିଏକ୍ସରେ ରୁପା ୧.୩୦ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ, ଯେତେବେଳେ କି ସୁନା ମୂଲ୍ୟ ପାଖାପାଖି ୮୫,୦୦୦ ଟଙ୍କା ସ୍ତରରେ ପହଞ୍ଚିପାରେ। ଶ୍ରୀ କେଡିଆ କହିଛନ୍ତି, ନିକଟ ଭବିଷ୍ୟତରେ ସୁନା ମୂଲ୍ୟରେ ଭଲ ବୃଦ୍ଧି ଘଟିବ, କିନ୍ତୁ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ନିବେଶକମାନେ ଏହାକୁ ନେଇ ସତର୍କ ରହିପାରନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସୁନା ମୂଲ୍ୟରେ ବୃଦ୍ଧି ସହ ରୁପାର ଚମକ ମଧ୍ୟ ବୃଦ୍ଧି ପାଉଛି। ଧନତେରାସ୍ ଏବଂ ଦୀପାବଳିରେ ସୁନା ଓ ରୁପା ବିକ୍ରିର ଆକଳନ ମଧ୍ୟ ଏହା ନିଶ୍ଚିତ କରୁଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ସାଧାରଣ ସମ୍ପାଦକ ସୁରେଶ ମେହେଟ୍ଟା କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଧାନତେରାସ୍ ସମୟରେ ବିକ୍ରି ଦୃଷ୍ଟିରୁ ରୁପା ସୁନାକୁ ଅତିକ୍ରମ କରିଯାଇଛି। ସେ କହିଛନ୍ତି ଯେ, ଅଧିକ ମୂଲ୍ୟ ହେତୁ ବାର୍ଷିକ ଭିତ୍ତିରେ ଦେଖିଲେ ଚଳିତ ଉତ୍ସବ ଋତୁରେ ସୁନା ବିକ୍ରିରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷେ, ରୁପା ବିକ୍ରିରେ ୩୦-୩୫ ପ୍ରତିଶତ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର