ଚନ୍ଦ୍ରଯାନ-୩ର ସଫଳତା ମହାକାଶ ଉଦ୍ୟୋଗକୁ ଦେବ ନୂଆ ଦିଗ

The Sakala Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଛି। ଏହି ଅଭିଯାନ ସଫଳ ହେଲେ ସାରା ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି ପାଇବ। ଏହା ଦେଶର ମହାକାଶ ଉଦ୍ୟୋଗକୁ ମଧ୍ୟ ନୂଆ ଦିଗକୁ ନେଇଯିବ। ଭାରତ ସରକାର ମହାକାଶ କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିବାକୁ ଚାହୁଁଛି। ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତ ଏହାର ମହାକାଶ ଉତ୍‌କ୍ଷେପଣ ବଜାରର ଆକାରକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତର […]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଛି। ଏହି ଅଭିଯାନ ସଫଳ ହେଲେ ସାରା ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି ପାଇବ। ଏହା ଦେଶର ମହାକାଶ ଉଦ୍ୟୋଗକୁ ମଧ୍ୟ ନୂଆ ଦିଗକୁ ନେଇଯିବ। ଭାରତ ସରକାର ମହାକାଶ କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିବାକୁ ଚାହୁଁଛି। ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତ ଏହାର ମହାକାଶ ଉତ୍‌କ୍ଷେପଣ ବଜାରର ଆକାରକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତର ମହାକାଶ ବଜାରର ଆକାର ପାଖାପାଖି ୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଉଛି। ବିଗତ କିଛି ବର୍ଷ ହେବ ଏହି ବଜାରର ଅଭିବୃଦ୍ଧି ହାର ବାର୍ଷିକ ପାଖାପାଖି ୪ ପ୍ରତିଶତ ରହିଛି, ଯେତେବେଳେ କି ବିଶ୍ବ ମହାକାଶ ବଜାରର ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଛି। ଭାରତର ମହାକାଶ ଅର୍ଥନୀତି ୨୦୪୦ ସୁଦ୍ଧା ୪୦ ବିଲିୟନ ଡଲାର ଛୁଇଁପାରେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ତେବେ ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ଦେଶକୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହେଲେ ଅନେକ ରାଷ୍ଟ୍ର ସେମାନଙ୍କର ଉପଗ୍ରହ ଉତ୍‌କ୍ଷେପଣ କରିବା ନିମନ୍ତେ ଭାରତକୁ ଅନୁରୋଧ କରିବା ନେଇ ଆଶା କରାଯାଉଛି। କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ଭାରତର ମହାକାଶ କ୍ଷେତ୍ର ବିଶ୍ବର ପ୍ରତିଯୋଗିତାକ୍ଷମ ବଜାରରେ ନିଜର ଉପସ୍ଥିତି ଜାହିର କରିପାରିବ। ଏଠାରେ ସୂଚନାଯୋଗ୍ୟ ଯେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଇସ୍ରୋ ପାଖାପାଖି ୭୪ ନିୟୁତ ଡଲାରର ବଜେଟ ବ୍ୟବସ୍ଥା କରିଛି। ଯଦି ଏହାକୁ ୨୦୨୫ରେ ରଖାଯାଇଥିବା ନାସାର ଚନ୍ଦ୍ର ଅଭିଯାନ ସହ ତୁଳନା କରାଯାଏ ତାହେଲେ ସେଥିପାଇଁ ମୋଟ ୯୩ ବିଲିୟନ ଡଲାରର ବଜେଟ ବ୍ୟବସ୍ଥା କରାଯାଇଛି। ଘରୋଇ କମ୍ପାନୀଙ୍କ ପାଇଁ ନିଜର ମହାକାଶ କ୍ଷେତ୍ରକୁ ଖୋଲିବାକୁ ଭାରତ ନାସାକୁ ଅନୁସରଣ କରୁଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

23 Aug 2023 By The Sakala

ଚନ୍ଦ୍ରଯାନ-୩ର ସଫଳତା ମହାକାଶ ଉଦ୍ୟୋଗକୁ ଦେବ ନୂଆ ଦିଗ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଛି। ଏହି ଅଭିଯାନ ସଫଳ ହେଲେ ସାରା ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି ପାଇବ। ଏହା ଦେଶର ମହାକାଶ ଉଦ୍ୟୋଗକୁ ମଧ୍ୟ ନୂଆ ଦିଗକୁ ନେଇଯିବ। ଭାରତ ସରକାର ମହାକାଶ କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିବାକୁ ଚାହୁଁଛି। ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତ ଏହାର ମହାକାଶ ଉତ୍‌କ୍ଷେପଣ ବଜାରର ଆକାରକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତର ମହାକାଶ ବଜାରର ଆକାର ପାଖାପାଖି ୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଉଛି। ବିଗତ କିଛି ବର୍ଷ ହେବ ଏହି ବଜାରର ଅଭିବୃଦ୍ଧି ହାର ବାର୍ଷିକ ପାଖାପାଖି ୪ ପ୍ରତିଶତ ରହିଛି, ଯେତେବେଳେ କି ବିଶ୍ବ ମହାକାଶ ବଜାରର ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଛି। ଭାରତର ମହାକାଶ ଅର୍ଥନୀତି ୨୦୪୦ ସୁଦ୍ଧା ୪୦ ବିଲିୟନ ଡଲାର ଛୁଇଁପାରେ।

ତେବେ ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ଦେଶକୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହେଲେ ଅନେକ ରାଷ୍ଟ୍ର ସେମାନଙ୍କର ଉପଗ୍ରହ ଉତ୍‌କ୍ଷେପଣ କରିବା ନିମନ୍ତେ ଭାରତକୁ ଅନୁରୋଧ କରିବା ନେଇ ଆଶା କରାଯାଉଛି। କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ଭାରତର ମହାକାଶ କ୍ଷେତ୍ର ବିଶ୍ବର ପ୍ରତିଯୋଗିତାକ୍ଷମ ବଜାରରେ ନିଜର ଉପସ୍ଥିତି ଜାହିର କରିପାରିବ। ଏଠାରେ ସୂଚନାଯୋଗ୍ୟ ଯେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଇସ୍ରୋ ପାଖାପାଖି ୭୪ ନିୟୁତ ଡଲାରର ବଜେଟ ବ୍ୟବସ୍ଥା କରିଛି। ଯଦି ଏହାକୁ ୨୦୨୫ରେ ରଖାଯାଇଥିବା ନାସାର ଚନ୍ଦ୍ର ଅଭିଯାନ ସହ ତୁଳନା କରାଯାଏ ତାହେଲେ ସେଥିପାଇଁ ମୋଟ ୯୩ ବିଲିୟନ ଡଲାରର ବଜେଟ ବ୍ୟବସ୍ଥା କରାଯାଇଛି। ଘରୋଇ କମ୍ପାନୀଙ୍କ ପାଇଁ ନିଜର ମହାକାଶ କ୍ଷେତ୍ରକୁ ଖୋଲିବାକୁ ଭାରତ ନାସାକୁ ଅନୁସରଣ କରୁଛି।

https://www.thesakala.in/business/the-success-of-chandrayaan-3-will-give-a-new-direction-to-the-space-industry/article-24719
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp