ଜୁନ୍‌ ପରେ ପୁରୁଣା ସୁନା ଅଳଙ୍କାର କାରବାର ବନ୍ଦ

The Sakala Picture
Published On

ନୂଆଦିଲ୍ଲୀ: ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍‌ୟୁଆଇଡି) ନମ୍ବର ରହିବା ଆବଶ୍ୟକ। ବ୍ୟବସାୟୀଙ୍କ ପାଖରେ ଥିବା ପୁରୁଣା ସୁନା ଅଳଙ୍କାରର ଷ୍ଟକ୍ ଖାଲି କରିବାକୁ ସରକାର ସେମାନଙ୍କୁ […]

ନୂଆଦିଲ୍ଲୀ: ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍‌ୟୁଆଇଡି) ନମ୍ବର ରହିବା ଆବଶ୍ୟକ। ବ୍ୟବସାୟୀଙ୍କ ପାଖରେ ଥିବା ପୁରୁଣା ସୁନା ଅଳଙ୍କାରର ଷ୍ଟକ୍ ଖାଲି କରିବାକୁ ସରକାର ସେମାନଙ୍କୁ ୩ ମାସ ମହଲତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କୁ ଆଶ୍ବସ୍ତ କରିଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏପ୍ରିଲ ୧ ତାରିଖରୁ ସରକାର ବିନା ହଲମାର୍କ ବିଶିଷ୍ଟ ସୁନା ଅଳଙ୍କାର କ୍ରୟ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଜୁନ୍ ୩୦ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ପୁରୁଣା ହଲମାର୍କ ବିଶିଷ୍ଟ ସୁନା ଅଳଙ୍କାର ବିକ୍ରୟ କରିବାକୁ ସରକାର ପ୍ରାୟ ୧୬୦୦୦ ଅଳଙ୍କାର ବ୍ୟବସାୟୀଙ୍କୁ ଅନୁମତି ଦେଇଛନ୍ତି। ଅବଶ୍ୟ, ଏହି ଛାଡ କେବଳ ଜୁଲାଇ ୨୦୨୧ ପୂର୍ବରୁ ହଲ୍‌ମାର୍କିଂ କରାଯାଇଥିବା ସୁନା ଅଳଙ୍କାର ଉପରେ ଲାଗୁ ହେବ। ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତୀ ଅନୁଯାୟୀ, ମନ୍ତ୍ରଣାଳୟ ସୁନା ଅଳଙ୍କାରର ହଲମାର୍କିଂ ଏବଂ ସୁନା ଆର୍ଟଫ୍ୟାକ୍ସ ଅର୍ଡର ୨୦୨୦ରେ ସଂଶୋଧନ କରିଛି। ଏହା ଅଧୀନରେ, ଯେଉଁମାନେ ପୂର୍ବରୁ ପୁରୁଣା ହଲମାର୍କ ହୋଇଥିବା ଅଳଙ୍କାରର ଷ୍ଟକ୍ ଘୋଷଣା କରିଥିଲେ, ସେମାନଙ୍କୁ ବିକ୍ରୟ କରିବା ପାଇଁ ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ ଦେଶରେ ୧.୫୬ ଲକ୍ଷ ପଞ୍ଜୀକୃତ ଜୁଏଲେରୀ ବିକ୍ରେତା ରହିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ଶେଷ ସମୟସୀମା ଏବଂ ପୁରୁଣା ଷ୍ଟକ୍ ହଟାଇବାକୁ ଆଉ ସମୟ ଦିଆଯିବନାହିଁ। ଉଲ୍ଲେଖନୀୟ ବିଷୟ ହେଉଛି, ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏପ୍ରିଲ୍ ପହିଲାରୁ ହଲ୍‌ମାର୍କ ସୁନା ଅଳଙ୍କାର ପାଇଁ ୬ ଅଙ୍କ ବିଶିଷ୍ଟ ଏଚ୍‌ୟୁଆଇଡି ନମ୍ବର ବାଧ୍ୟତାମୂଳକ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୧ରେ ୬ ଅଙ୍କ ବିଶିଷ୍ଟ ହଲ୍‌ମାର୍କ ନମ୍ବର ଆଣିଥିଲେ। ସେବେଠାରୁ ବଜାରରେ ପୁରୁଣା ଏବଂ ନୂଆ ହଲ୍‌ମାର୍କ ଦୁଇଟି ଯାକ ବ୍ୟବସ୍ଥା ପ୍ରଚଳିତ ରହିଛି। ନୂଆ ହଲ୍‌ମାର୍କିଂ ନିୟମ ପୁରୁଣା ଅପେକ୍ଷା ଅଧିକ ସୁରକ୍ଷିତ ଥିବାରୁ ସରକାର ଏହାର କାର୍ଯ୍ୟକାରିତାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିୟମ କେବଳ ସୁନା ଅଳଙ୍କାର ନୁହେଁ, ସୁନା ବିସ୍କୁଟ୍‌ ଏବଂ ସୁନା କଏନ୍‌ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

03 Apr 2023 By The Sakala

ଜୁନ୍‌ ପରେ ପୁରୁଣା ସୁନା ଅଳଙ୍କାର କାରବାର ବନ୍ଦ

ନୂଆଦିଲ୍ଲୀ: ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍‌ୟୁଆଇଡି) ନମ୍ବର ରହିବା ଆବଶ୍ୟକ। ବ୍ୟବସାୟୀଙ୍କ ପାଖରେ ଥିବା ପୁରୁଣା ସୁନା ଅଳଙ୍କାରର ଷ୍ଟକ୍ ଖାଲି କରିବାକୁ ସରକାର ସେମାନଙ୍କୁ ୩ ମାସ ମହଲତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କୁ ଆଶ୍ବସ୍ତ କରିଛି।

ଏପ୍ରିଲ ୧ ତାରିଖରୁ ସରକାର ବିନା ହଲମାର୍କ ବିଶିଷ୍ଟ ସୁନା ଅଳଙ୍କାର କ୍ରୟ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଜୁନ୍ ୩୦ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ପୁରୁଣା ହଲମାର୍କ ବିଶିଷ୍ଟ ସୁନା ଅଳଙ୍କାର ବିକ୍ରୟ କରିବାକୁ ସରକାର ପ୍ରାୟ ୧୬୦୦୦ ଅଳଙ୍କାର ବ୍ୟବସାୟୀଙ୍କୁ ଅନୁମତି ଦେଇଛନ୍ତି। ଅବଶ୍ୟ, ଏହି ଛାଡ କେବଳ ଜୁଲାଇ ୨୦୨୧ ପୂର୍ବରୁ ହଲ୍‌ମାର୍କିଂ କରାଯାଇଥିବା ସୁନା ଅଳଙ୍କାର ଉପରେ ଲାଗୁ ହେବ। ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତୀ ଅନୁଯାୟୀ, ମନ୍ତ୍ରଣାଳୟ ସୁନା ଅଳଙ୍କାରର ହଲମାର୍କିଂ ଏବଂ ସୁନା ଆର୍ଟଫ୍ୟାକ୍ସ ଅର୍ଡର ୨୦୨୦ରେ ସଂଶୋଧନ କରିଛି। ଏହା ଅଧୀନରେ, ଯେଉଁମାନେ ପୂର୍ବରୁ ପୁରୁଣା ହଲମାର୍କ ହୋଇଥିବା ଅଳଙ୍କାରର ଷ୍ଟକ୍ ଘୋଷଣା କରିଥିଲେ, ସେମାନଙ୍କୁ ବିକ୍ରୟ କରିବା ପାଇଁ ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ ଦେଶରେ ୧.୫୬ ଲକ୍ଷ ପଞ୍ଜୀକୃତ ଜୁଏଲେରୀ ବିକ୍ରେତା ରହିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ଶେଷ ସମୟସୀମା ଏବଂ ପୁରୁଣା ଷ୍ଟକ୍ ହଟାଇବାକୁ ଆଉ ସମୟ ଦିଆଯିବନାହିଁ। ଉଲ୍ଲେଖନୀୟ ବିଷୟ ହେଉଛି, ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏପ୍ରିଲ୍ ପହିଲାରୁ ହଲ୍‌ମାର୍କ ସୁନା ଅଳଙ୍କାର ପାଇଁ ୬ ଅଙ୍କ ବିଶିଷ୍ଟ ଏଚ୍‌ୟୁଆଇଡି ନମ୍ବର ବାଧ୍ୟତାମୂଳକ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୧ରେ ୬ ଅଙ୍କ ବିଶିଷ୍ଟ ହଲ୍‌ମାର୍କ ନମ୍ବର ଆଣିଥିଲେ। ସେବେଠାରୁ ବଜାରରେ ପୁରୁଣା ଏବଂ ନୂଆ ହଲ୍‌ମାର୍କ ଦୁଇଟି ଯାକ ବ୍ୟବସ୍ଥା ପ୍ରଚଳିତ ରହିଛି। ନୂଆ ହଲ୍‌ମାର୍କିଂ ନିୟମ ପୁରୁଣା ଅପେକ୍ଷା ଅଧିକ ସୁରକ୍ଷିତ ଥିବାରୁ ସରକାର ଏହାର କାର୍ଯ୍ୟକାରିତାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିୟମ କେବଳ ସୁନା ଅଳଙ୍କାର ନୁହେଁ, ସୁନା ବିସ୍କୁଟ୍‌ ଏବଂ ସୁନା କଏନ୍‌ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

https://www.thesakala.in/business/after-june-the-sale-of-old-gold-jewelery-is-closed/article-20403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp