କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ହୋଲିରେ ବଢ଼ିପାରେ ଚାକିରିଆ ଓ ପେନ୍‌ସନ୍‌ଧାରୀଙ୍କ ମହଙ୍ଗା ଭତ୍ତା

The Sakala Picture
Published On

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି। ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଘଟାଇବାର ସମ୍ଭାବନା ରହିଛି। ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୪% ବୃଦ୍ଧି ଘଟାଇପାରନ୍ତି। ଯଦି ଏହାହୁଏ ତେବେ ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ। ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ […]

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି। ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଘଟାଇବାର ସମ୍ଭାବନା ରହିଛି। ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୪% ବୃଦ୍ଧି ଘଟାଇପାରନ୍ତି। ଯଦି ଏହାହୁଏ ତେବେ ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ। ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚିଯିବ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

କେନ୍ଦ୍ର କର୍ମଚାରୀ ସଂଗଠନ ଅଧିକାରୀଙ୍କ ମୁତାବକ, ଏଥର ସରକାର ଡିଏ ଓ ଡିଅରନେସ ରିଲିଫ୍ (ଡିଆର) ବୃଦ୍ଧିରେ ବିଳମ୍ବ କରିବେ ନାହିଁ। କିଛି କାରଣକୁ ନେଇ ସରକାର ଏବେ ଚାପରେ ରହିଛନ୍ତି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କରୋନା ସମୟରୁ ଅଟକି ରହିଥିବା କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା ଡିଏ ପ୍ରଦାନ କରିନାହାନ୍ତି। ପୁରୁଣା ପେନସନ ଲାଗୁ କରିବା ପାଇଁ କେନ୍ଦ୍ର କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏପରି ସ୍ଥଳେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି । ବର୍ଷର ଜାନୁଆରୀ ଓ ଜୁଲାଇ ଦୁଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ କମର୍୍୰ଚାରୀଙ୍କ ଡିଏ ୩୪ରୁ ୩୮ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ମାସ ଶେଷରେ ଡିଏ ବଢ଼ିଥିଲା। ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ ତଥ୍ୟ, ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ଡିଏ ୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା। ମାତ୍ର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

04 Feb 2023 By The Sakala

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ହୋଲିରେ ବଢ଼ିପାରେ ଚାକିରିଆ ଓ ପେନ୍‌ସନ୍‌ଧାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି। ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଘଟାଇବାର ସମ୍ଭାବନା ରହିଛି। ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୪% ବୃଦ୍ଧି ଘଟାଇପାରନ୍ତି। ଯଦି ଏହାହୁଏ ତେବେ ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ। ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚିଯିବ।

କେନ୍ଦ୍ର କର୍ମଚାରୀ ସଂଗଠନ ଅଧିକାରୀଙ୍କ ମୁତାବକ, ଏଥର ସରକାର ଡିଏ ଓ ଡିଅରନେସ ରିଲିଫ୍ (ଡିଆର) ବୃଦ୍ଧିରେ ବିଳମ୍ବ କରିବେ ନାହିଁ। କିଛି କାରଣକୁ ନେଇ ସରକାର ଏବେ ଚାପରେ ରହିଛନ୍ତି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କରୋନା ସମୟରୁ ଅଟକି ରହିଥିବା କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା ଡିଏ ପ୍ରଦାନ କରିନାହାନ୍ତି। ପୁରୁଣା ପେନସନ ଲାଗୁ କରିବା ପାଇଁ କେନ୍ଦ୍ର କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏପରି ସ୍ଥଳେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି । ବର୍ଷର ଜାନୁଆରୀ ଓ ଜୁଲାଇ ଦୁଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ କମର୍୍୰ଚାରୀଙ୍କ ଡିଏ ୩୪ରୁ ୩୮ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ମାସ ଶେଷରେ ଡିଏ ବଢ଼ିଥିଲା। ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ ତଥ୍ୟ, ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ଡିଏ ୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା। ମାତ୍ର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp