ସଦସ୍ୟଙ୍କୁ ମିଳିବ ଅଧିକ ସୁଧ ହାର : ଇକ୍ୱିଟିରେ ନିବେଶ ବଢ଼ାଇବ ଇପିଏଫ୍‌ଓ

The Sakala Picture
Published On

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକବର୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କୁ ମିଳିଛି କମ୍ ସୁଧହାର। ବାର୍ଷିକ ୮.୧ % ସୁଧହାର ନିଷ୍ପତ୍ତି ଇପିଏଫ୍‌ ସଦସ୍ୟଙ୍କୁ ହାରାଶ କରିଛି। ଏହାକୁ ଦୃଷ୍ଟିରେ ରଖି ଇପିଏଫ୍‌ଓ ଏବେ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହି ଅନୁଯାୟୀ ଇକ୍ୱିଟିରେ ନିବେଶ ବଢ଼ାଇବାକୁ ଯାଉଛି ଇପିଏଫ୍‌ଓ। ଯାହାଫଳରେ ସଦସ୍ୟଙ୍କୁ ମିଳିବ ଅଧିକ ସୁଧ ହାର। ଯୋଜନାନୁଯାୟୀ, ଇପିଏଫ୍‌ଓ ଇକ୍ୱିଟିରେ ନିବେଶ ପରିମାଣକୁ ବର୍ତ୍ତମାନର ୧୫ ପ୍ରତିଶତରୁ ୨୫ ପ୍ରତିଶତକୁ […]

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକବର୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କୁ ମିଳିଛି କମ୍ ସୁଧହାର। ବାର୍ଷିକ ୮.୧ % ସୁଧହାର ନିଷ୍ପତ୍ତି ଇପିଏଫ୍‌ ସଦସ୍ୟଙ୍କୁ ହାରାଶ କରିଛି। ଏହାକୁ ଦୃଷ୍ଟିରେ ରଖି ଇପିଏଫ୍‌ଓ ଏବେ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହି ଅନୁଯାୟୀ ଇକ୍ୱିଟିରେ ନିବେଶ ବଢ଼ାଇବାକୁ ଯାଉଛି ଇପିଏଫ୍‌ଓ। ଯାହାଫଳରେ ସଦସ୍ୟଙ୍କୁ ମିଳିବ ଅଧିକ ସୁଧ ହାର। ଯୋଜନାନୁଯାୟୀ, ଇପିଏଫ୍‌ଓ ଇକ୍ୱିଟିରେ ନିବେଶ ପରିମାଣକୁ ବର୍ତ୍ତମାନର ୧୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବ। ଏହାଦ୍ବାରା ଇପିଏଫ୍ ସଦସ୍ୟମାନେ ସେମାନଙ୍କର ଅର୍ଥ ଯୋଗଦାନ ଉପରେ ଉତ୍ତମ ସୁଧ ହାର ପାଇବା ସୁନିଶ୍ଚିତ ହୋଇପାରିବଳ ଯାହା ସଂଗଠନର ମୁଖ୍ୟ ଲକ୍ଷ୍ୟ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଇକ୍ୱିଟିରେ ନିବେଶ ପରିମାଣ ବୃଦ୍ଧି କରିବା ନେଇ ସଂଗଠନର ଫାଇନାନ୍ସ ଇନଭେଷ୍ଟମେଣ୍ଟ କମିଟିକୁ ଏ ସମ୍ପର୍କରେ ପ୍ରସ୍ତାବ ଦିଆଯାଇସାରିଛି। କିମଟି ଏ ଦିଗରେ ଅଗ୍ରସର ହେବାକୁ ସବୁଜ ସଙ୍କେତ ଦେଇସାରିଛି। ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିବା ଆଶା କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ପାଇବା ସମ୍ଭବ। ସମ୍ପ୍ରତି ଇପିଏଫ୍ ମାଧ୍ୟମରେ ସଦସ୍ୟଙ୍କ ଯୋଗଦାନରୁ ସଂଗୃହିତ ଅର୍ଥର ୧୫ ପ୍ରତିଶତ ଇକ୍ୱିଟିରେ ବିନିଯୋଗ ହୋଇଥିବାବେଳେ ଅବଶିଷ୍ଟ ଡେବ୍ଟ ବା ଋଣରେ ବିନିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ତେବେ ଯୋଜନାନୁଯାୟୀ, ଇପିଏଫ୍‌ସ ଏହାର ଇକ୍ୱିଟିରେ ନିବେଶକୁ ପର୍ଯ୍ୟାୟକ୍ରମେ ବୃଦ୍ଧି ଘଟାଇବ। ପ୍ରାରମ୍ଭରେ ୧୫ ରୁ ୨୦ ପ୍ରତିଶତ ଅର୍ଥ ଇକ୍ବିଟିରେ ନିବେଶ କରାଯିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯିବ। ଋଣ ଉତ୍ପାଦଗୁଡିକରେ ଇପିଏଫ୍ଓ ନିବେଶ ମାତ୍ର ୭-୮ ପ୍ରତିଶତ ମଧ୍ୟରେ ରହିଛି। ୨୦୨୧-୨୨ରେ ଇପିଏଫ୍ ସୁଧ ହାର ୮.୧ ପ୍ରତିଶତ ରହିଥିବାବେଳେ ଇକ୍ୱିଟି ନିବେଶରୁ ରିଟର୍ଣ୍ଣ ପ୍ରାୟ ୧୪ ପ୍ରତିଶତ ରହିଥିଲା। ଯାହା ପରୋକ୍ଷରେ ଇକ୍ବିଟି ନିବେଶରୁ ସଦସ୍ୟଙ୍କୁ ଅଧିକ ସୁଧ ହାର ପ୍ରଦାନକୁ ସୁନିଶ୍ଚିତ କରୁଛି। କ୍ଲାଏଣ୍ଟ ଏବଂ ଆର୍ଥିକ କାରବାରର ପରିମାଣ ଦୃଷ୍ଟିରୁ ଇପିଏଫ୍‌ଓ ହେଉଛି ବିଶ୍ବ ର ସର୍ବ ବୃହତ ସାମାଜିକ ସୁରକ୍ଷା ସଂଗଠନ। ବର୍ତ୍ତମାନ ଏହା ତା’ର ସଦସ୍ୟମାନଙ୍କର ୨୪.୭୭ କୋଟି ଆକାଉଣ୍ଟ (ବାର୍ଷିକ ରିପୋର୍ଟ ୨୦୧୯-୨୦) ପରିଚାଳନା କରୁଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

04 Jun 2022 By The Sakala

ସଦସ୍ୟଙ୍କୁ ମିଳିବ ଅଧିକ ସୁଧ ହାର : ଇକ୍ୱିଟିରେ ନିବେଶ ବଢ଼ାଇବ ଇପିଏଫ୍‌ଓ

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକବର୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କୁ ମିଳିଛି କମ୍ ସୁଧହାର। ବାର୍ଷିକ ୮.୧ % ସୁଧହାର ନିଷ୍ପତ୍ତି ଇପିଏଫ୍‌ ସଦସ୍ୟଙ୍କୁ ହାରାଶ କରିଛି। ଏହାକୁ ଦୃଷ୍ଟିରେ ରଖି ଇପିଏଫ୍‌ଓ ଏବେ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହି ଅନୁଯାୟୀ ଇକ୍ୱିଟିରେ ନିବେଶ ବଢ଼ାଇବାକୁ ଯାଉଛି ଇପିଏଫ୍‌ଓ। ଯାହାଫଳରେ ସଦସ୍ୟଙ୍କୁ ମିଳିବ ଅଧିକ ସୁଧ ହାର। ଯୋଜନାନୁଯାୟୀ, ଇପିଏଫ୍‌ଓ ଇକ୍ୱିଟିରେ ନିବେଶ ପରିମାଣକୁ ବର୍ତ୍ତମାନର ୧୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବ। ଏହାଦ୍ବାରା ଇପିଏଫ୍ ସଦସ୍ୟମାନେ ସେମାନଙ୍କର ଅର୍ଥ ଯୋଗଦାନ ଉପରେ ଉତ୍ତମ ସୁଧ ହାର ପାଇବା ସୁନିଶ୍ଚିତ ହୋଇପାରିବଳ ଯାହା ସଂଗଠନର ମୁଖ୍ୟ ଲକ୍ଷ୍ୟ।

ଇକ୍ୱିଟିରେ ନିବେଶ ପରିମାଣ ବୃଦ୍ଧି କରିବା ନେଇ ସଂଗଠନର ଫାଇନାନ୍ସ ଇନଭେଷ୍ଟମେଣ୍ଟ କମିଟିକୁ ଏ ସମ୍ପର୍କରେ ପ୍ରସ୍ତାବ ଦିଆଯାଇସାରିଛି। କିମଟି ଏ ଦିଗରେ ଅଗ୍ରସର ହେବାକୁ ସବୁଜ ସଙ୍କେତ ଦେଇସାରିଛି। ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିବା ଆଶା କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ପାଇବା ସମ୍ଭବ। ସମ୍ପ୍ରତି ଇପିଏଫ୍ ମାଧ୍ୟମରେ ସଦସ୍ୟଙ୍କ ଯୋଗଦାନରୁ ସଂଗୃହିତ ଅର୍ଥର ୧୫ ପ୍ରତିଶତ ଇକ୍ୱିଟିରେ ବିନିଯୋଗ ହୋଇଥିବାବେଳେ ଅବଶିଷ୍ଟ ଡେବ୍ଟ ବା ଋଣରେ ବିନିଯୋଗ ହୋଇଛି।

ତେବେ ଯୋଜନାନୁଯାୟୀ, ଇପିଏଫ୍‌ସ ଏହାର ଇକ୍ୱିଟିରେ ନିବେଶକୁ ପର୍ଯ୍ୟାୟକ୍ରମେ ବୃଦ୍ଧି ଘଟାଇବ। ପ୍ରାରମ୍ଭରେ ୧୫ ରୁ ୨୦ ପ୍ରତିଶତ ଅର୍ଥ ଇକ୍ବିଟିରେ ନିବେଶ କରାଯିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯିବ। ଋଣ ଉତ୍ପାଦଗୁଡିକରେ ଇପିଏଫ୍ଓ ନିବେଶ ମାତ୍ର ୭-୮ ପ୍ରତିଶତ ମଧ୍ୟରେ ରହିଛି। ୨୦୨୧-୨୨ରେ ଇପିଏଫ୍ ସୁଧ ହାର ୮.୧ ପ୍ରତିଶତ ରହିଥିବାବେଳେ ଇକ୍ୱିଟି ନିବେଶରୁ ରିଟର୍ଣ୍ଣ ପ୍ରାୟ ୧୪ ପ୍ରତିଶତ ରହିଥିଲା। ଯାହା ପରୋକ୍ଷରେ ଇକ୍ବିଟି ନିବେଶରୁ ସଦସ୍ୟଙ୍କୁ ଅଧିକ ସୁଧ ହାର ପ୍ରଦାନକୁ ସୁନିଶ୍ଚିତ କରୁଛି। କ୍ଲାଏଣ୍ଟ ଏବଂ ଆର୍ଥିକ କାରବାରର ପରିମାଣ ଦୃଷ୍ଟିରୁ ଇପିଏଫ୍‌ଓ ହେଉଛି ବିଶ୍ବ ର ସର୍ବ ବୃହତ ସାମାଜିକ ସୁରକ୍ଷା ସଂଗଠନ। ବର୍ତ୍ତମାନ ଏହା ତା’ର ସଦସ୍ୟମାନଙ୍କର ୨୪.୭୭ କୋଟି ଆକାଉଣ୍ଟ (ବାର୍ଷିକ ରିପୋର୍ଟ ୨୦୧୯-୨୦) ପରିଚାଳନା କରୁଛି।

https://www.thesakala.in/business/epfo-will-increase-investment-in-equity/article-12160
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp