ଚୀନକୁ ଝଟ୍‌କା ପରେ, ଆପଲର ପ୍ରଥମ ପସନ୍ଦ ଭାରତ

The Sakala Picture
Published On

ନୂଆଦିଲ୍ଲୀ : ଆପଲ ନିଜର ଅନେକ କନଟ୍ରାକ୍ଟ ମ୍ୟାନୁଫାକଚରରଙ୍କୁ ନିର୍ଦ୍ଦେଶ ଜାରି କରି ଚୀନ ବାହାରେ ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଭାରତ ଏବଂ ଭିଏତନାମ ସେହି ଦେଶଗୁଡିକ ମଧ୍ୟରେ ଅଛନ୍ତି, ଯାହାକୁ କମ୍ପାନୀ ଚୀନର ବିକଳ୍ପ ରୂପେ ଦେଖୁଛି। ବର୍ତ୍ତମାନ ଆପଲର ବୈଶ୍ୱିକ ଉତ୍ପାଦନରେ ଏହି ଦେଶ ଗୁଡିକର ଯୋଗଦାନ ସାଧାରଣ ରହିଛି । ଏକ ଆକଳନ ଅନୁସାରେ ଇଣ୍ଡିପେଣ୍ଡେଣ୍ଟ କନଟ୍ରାକ୍ଟର ୯୦ ପ୍ରତିଶତରୁ ଅଧିକ ଆପଲ […]

ନୂଆଦିଲ୍ଲୀ : ଆପଲ ନିଜର ଅନେକ କନଟ୍ରାକ୍ଟ ମ୍ୟାନୁଫାକଚରରଙ୍କୁ ନିର୍ଦ୍ଦେଶ ଜାରି କରି ଚୀନ ବାହାରେ ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଭାରତ ଏବଂ ଭିଏତନାମ ସେହି ଦେଶଗୁଡିକ ମଧ୍ୟରେ ଅଛନ୍ତି, ଯାହାକୁ କମ୍ପାନୀ ଚୀନର ବିକଳ୍ପ ରୂପେ ଦେଖୁଛି। ବର୍ତ୍ତମାନ ଆପଲର ବୈଶ୍ୱିକ ଉତ୍ପାଦନରେ ଏହି ଦେଶ ଗୁଡିକର ଯୋଗଦାନ ସାଧାରଣ ରହିଛି । ଏକ ଆକଳନ ଅନୁସାରେ ଇଣ୍ଡିପେଣ୍ଡେଣ୍ଟ କନଟ୍ରାକ୍ଟର ୯୦ ପ୍ରତିଶତରୁ ଅଧିକ ଆପଲ ଉତ୍ପାଦ ଆଇଫୋନ୍‌ସ, ଅାଇପ୍ୟାଡ୍ସ ଏବଂ ମ୍ୟାକ୍‌ବୁକ୍‌କମ୍ପ୍ୟୁଟର ନିର୍ମାଣର ଚୀନରେ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଚୀନ ଉପରେ ଆପଲର ନିର୍ଭରତା ସମ୍ଭବତ ଏକ ବଡ଼ ବିପଦ ହୋଇପାରେ। ଏହା ପଛରେ ବେଜିଂର ଦମନକାରୀ କମ୍ୟୁନିଷ୍ଟ ଶାସନ ଏବଂ ଆମେରିକା ସହ ଏହାର ବିବାଦ ମୁଖ୍ୟ କାରଣ। ତେବେ, ଏହି ମାମଲା ଉପରେ ଆପଲ ପକ୍ଷକୁ କୌଣସି ଅନୁଷ୍ଠାନିକ ବୟାନ ଆସିନାହିଁ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଆପଲର ନିର୍ମାଣ ଯୋଜନା ସହ ଜଡିତ ସୂତ୍ର ଅନୁସାରେ, କମ୍ପାନୀ ବଡ ଜନସଂଖ୍ୟା ଏବଂ କମ ଖର୍ଚ୍ଚ କାରଣରୁ ଭାରତକୁ ଚୀନର ବିକଳ୍ପ ରୂପେ ଦେଖୁଛି। ଏପ୍ରିଲରେ ଆପଲ ସିଇଓ ଟିମ କୁକ୍‌ କହିଥିଲେ, ଆମର ଯୋଗାଣ ଶୃଙ୍ଖଳା ବାସ୍ତବରେ ବୈଶ୍ୱକ ଅଟେ। ଏଥିପାଇଁ ସବୁ ଜାଗାରେ ଉତ୍ପାଦ ନିର୍ମାଣ କରାଯାଉଛି। ୨୦୨୦ର ଆରମ୍ଭରେ କରୋନା ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଆପଲ ଚୀନ୍‌ଠାରୁ ନିଜକୁ ଦୂରେଇବାକୁ ପ୍ରସାୟ କରୁଥିଲା, କିନ୍ତୁ ମହାମାରୀ କମ୍ପାନୀର ଏହି ଇଚ୍ଛା ଉପରେ ରୋକ ଲଗାଇଥିଲା। ଅନ୍ୟପଟେ କରୋନା ଯୋଗୁଁ ଚୀନ୍‌ ଲାଗୁ କରିଥିବା ପ୍ରତିବନ୍ଧକ ପାଇଁ କମ୍ପାନୀ ଗତ ଦୁଇ ବର୍ଷରେ କେବଳ କିଛି ଅଧିକାରୀ ଏବଂ ଇଞ୍ଜିନିୟର୍ସଙ୍କୁ ସେଠାକୁ ପଠାଇ ପାରିଛି ।ଏହାପରେ ୨୦୨୧ରେ ବିଜୁଳି କାଟ୍ ଚୀନର ଉପରେ କମ୍ପାନୀର ନିର୍ଭରତାକୁ ଅଧିକ ଖରାପ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର