ବିଗତ ୬ ବର୍ଷରେ ଦେଶରେ ବୃହତ୍‌ ବିଜୁଳି ସଙ୍କଟ

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ବିଜୁଳି ସଙ୍କଟ ଜାରି ରହିଛି। ବର୍ତ୍ତମାନ ବିଦ୍ୟୁତ୍ ଚାହିଦା ୨୦% ବଢ଼ିଯାଇଛି। ଏଭଳି ସମୟରେ କୋଇଲା ଅଭାବକୁ ନେଇ ସାରା ଦେଶରେ ଏକ ସଙ୍କଟଜନକ ପରିସ୍ଥ଄ତି ଦେଖାଦେଇଛି। ବିଗତ ୬ ବର୍ଷ ମଧ୍ୟରେ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ବିଦ୍ୟୁତ୍ ସଙ୍କଟ ଦେଇ ଗତିକରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଜରୁରୀକାଳୀନ ଆଇନ କାର୍ଯ୍ୟକାରୀ କରାଯାଇଛି। ପରିସ୍ଥ଄ତି ଏମିତି ହୋଇଛି ଯେ ବିଦେଶୀ କୋଇଲା ଉପରେ ନିର୍ଭର କରି ଚାଲୁଥିବା […]

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ବିଜୁଳି ସଙ୍କଟ ଜାରି ରହିଛି। ବର୍ତ୍ତମାନ ବିଦ୍ୟୁତ୍ ଚାହିଦା ୨୦% ବଢ଼ିଯାଇଛି। ଏଭଳି ସମୟରେ କୋଇଲା ଅଭାବକୁ ନେଇ ସାରା ଦେଶରେ ଏକ ସଙ୍କଟଜନକ ପରିସ୍ଥ଄ତି ଦେଖାଦେଇଛି। ବିଗତ ୬ ବର୍ଷ ମଧ୍ୟରେ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ବିଦ୍ୟୁତ୍ ସଙ୍କଟ ଦେଇ ଗତିକରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଜରୁରୀକାଳୀନ ଆଇନ କାର୍ଯ୍ୟକାରୀ କରାଯାଇଛି। ପରିସ୍ଥ଄ତି ଏମିତି ହୋଇଛି ଯେ ବିଦେଶୀ କୋଇଲା ଉପରେ ନିର୍ଭର କରି ଚାଲୁଥିବା ଦେଶର ୪୩ ପ୍ରତିଶତ ବିଦ୍ୟୁତ୍ ପ୍ଲାଣ୍ଟ ଏବେ ଅଚଳ। ସେସବୁ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହାଛଡା ବିଦେଶରୁ ତିନି ଗୁଣା ଅଧିକ ମୂଲ୍ୟରେ ସରକାର ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ (ଏଲ୍‌ଏନ୍‌ଜି) କିଣିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏହାପୂର୍ବରୁ ଗୁରୁବାର କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସମସ୍ତ ରାଜ୍ୟ ତଥା ବିଦ୍ୟୁତ୍ କମ୍ପାନୀକୁ ଏକ ଚିଠି ଲେଖିଛି। ଏଥିରେ ବିଦେଶୀ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସହିତ ଚାଲିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ବିଦ୍ୟୁତ୍ ଚାହିଦା ୨୦% ବୃଦ୍ଧି ପାଇଛି। ଘରୋଇ କୋଇଲାରୁ କାର୍ଯ୍ୟ କରୁଥିବା ସମସ୍ତ ରାଜ୍ୟ ଏବଂ କମ୍ପାନୀଗୁଡିକ ମଧ୍ୟ କୋଇଲା ଆବଶ୍ୟକତାର ଅତିକମରେ ୧୦% ଆମଦାନୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଯୋଗାଣ ପାଇଁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି। ଦେଶରେ ବିଦ୍ୟୁତର ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦେଶରେ ୪୩%ରୁ ଅଧିକ ବିଦେଶୀ କୋଇଲା ଚାଳିତ ତାପଜ ବିଦ୍ୟୁତ କାରଖାନା ନିଷ୍କ୍ରିୟ ହୋଇରହିଛି।

ଦେଶରେ କୋଇଲା ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିଦେଶୀ କୋଇଲା କ୍ରୟ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ଏଥିପାଇଁ ଗୁରୁବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଘରୋଇ କୋଇଲା ଯୋଗାଣରେ ବୃଦ୍ଧି ସତ୍ତ୍ବେ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇନାହିଁ। ଏହି କାରଣରୁ ଅନେକ ରାଜ୍ୟରେ ବିଦ୍ୟୁତର ଅଭାବ ଦେଖାଦେଇଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଦୈନିକ ବ୍ୟବହାର ଏବଂ କୋଇଲା ଯୋଗାଣ ମଧ୍ୟରେ ବ୍ୟବଧାନ ହେତୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଷ୍ଟକ୍ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଅପରପକ୍ଷେ ଦେଶରେ ଚାହିଦାକୁ ପୂରଣ କରିବା ପାଇଁ ବିଦେଶରୁ ତିନି ଗୁଣା ଅଧିକ ଦାମରେ ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଟୋରୋଣ୍ଟ ପାୱାର ଲିମିଟେଡ୍ ଏବଂ ଗେଲ ଇଣ୍ଡିଆ ଲିମିଟେଡ ମେ’ ମାସ ପାଇଁ ଏଲଏନଜି କିଣିଛନ୍ତି। ଦେଶରେ କୋଇଲା ଅଭାବର ସମ୍ମୁଖିନ ହେଉଥିବା ପାୱାର ପ୍ଲାଣ୍ଟ ଗୁଡିକରେ ଏଲଏନଜିର ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯିବ। ସୂଚନା ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଏଲଏନଜିର ମୂଲ୍ୟ ତିନି ଗୁଣା ବୃଦ୍ଧି ହୋଇଛି। ଅପରପକ୍ଷେ ବର୍ତ୍ତମାନ ସମୟରେ ଏଲଏନଜି କିଣିବାକୁ ବିଭିନ୍ନ ଦେଶ ବାଧ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବିଜୁଳି ଉତ୍ପାଦନରେ ଗ୍ୟାସର ବ୍ୟବହାର ମାତ୍ର ୪ ପ୍ରତିଶତ ହୋଇଥାଏ। ଦେଶରେ ୭୧ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହୋଇଥାଏ। କିନ୍ତୁ ଚଳିତବର୍ଷ ଭାରତରେ କୋଇଲାର ଅଭାବ ଦେଖାଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର