ଆରମ୍ଭ ହେଲା ଆଇପିଏଲ : ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ବେଙ୍ଗାଲୁରୁ

The Sakala Picture
Published On

କୋଲକାତା : ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିବ। କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ନୂତନ ଅଧିନାୟକଙ୍କ ସହିତ ଚଳିତ ଆଇପିଏଲ ଖେଳୁଛନ୍ତି। ଆରସିବି ରଜତ ପତିଦାରଙ୍କ […]

କୋଲକାତା : ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିବ।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ନୂତନ ଅଧିନାୟକଙ୍କ ସହିତ ଚଳିତ ଆଇପିଏଲ ଖେଳୁଛନ୍ତି। ଆରସିବି ରଜତ ପତିଦାରଙ୍କ ନେତୃତ୍ୱରେ ଏବଂ କେକେଆରର ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଛନ୍ତି। ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

ଆରସିବି : ରଜତ ପାଟିଦାର (ଅଧିନାୟକ) ,ଫିଲିପ ସଲ୍ଟ (ୱ‌ିକେଟ କିପର),  ବିରାଟ କୋହଲି , ଦେବଦତ୍ତ ପାଦିକଲ , ଲିଆମ ଲିଭିଙ୍ଗଷ୍ଟୋନ , ଟିମ ଡେଭିଡ , କ୍ରୁନାଲ ପାଣ୍ଡ୍ୟା , ଭୁବନେଶ୍ୱର କୁମାର , ଜୋଶ ହାଜଲେଉଡ , ଯଶ ଦିନଲ , ସ୍ବପ୍ନିଲ ସିଂ , ଲୁଙ୍ଗି ନଗିଡି , ରୋମାରିଓ ଶେଖର ଦାରୁଜ ବୈଥେଲ୍ , ସୁୟାଶ ଶର୍ମା , ମୋହିତ ରାଠୀ, ସ୍ବସ୍ତିକ୍ ଚିକାରା , ଅଭିନନ୍ଦ ସିଂ।

କେକେଆର : କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର) , ଅଜିଙ୍କ୍ୟ ରାହାନେ (ଅଧିନାୟକ) , ସୁନୀଲ ନାରିନ , ଅଙ୍ଗକ୍ରିଶ ରଘୁଭାନ୍ସି , ଭେଙ୍କଟେଶ ଆୟର , ରିଙ୍କୁ ସିଂ , ଆଣ୍ଡ୍ରେ ରସେଲ , ରାମଣଦୀପ ସିଂ , ହର୍ଷିତ ରାଣା , ବରୁଣ ଚକ୍ରଭାରଥୀ , ସ୍ପେନ୍ସର ଜନସନ , ବୈଭବ ଆରୋରା , ରହମାନୁଲ୍ଲା ଗୁରୁବାଜ ଅନୁକୁଲ ରୟ , ମାୟାନକ ମାର୍କାଣ୍ଡେ , ଚେତନ ସାକାରିଆ , ଲୁଭନିଥ ସିସୋଡିଆ।

ଫର୍ମାଟ

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିବାବେଳେ ପୂର୍ବବର୍ଷ ପରି ଏଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଥର ଲେଖାଏଁ ଖେଳିବେ। ସେହିପରି ଗୋଟିଏ ଗ୍ରୁପର ଗୋଟିଏ ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ଏହା ଗ୍ରୁପ୍‌ର ସିଡିଂ ଉପରେ ଦଳ ନିର୍ଦ୍ଧାରିତ ହେବ। ମନେ କରାଯାଉ ଗ୍ରୁପ୍‌-ଏ’ରେ ଚେନ୍ନାଇର ସିଡ୍‌ ନଂ-୧ ଓ ଗ୍ରୁପ୍‌-ବି’ରେ ମୁମ୍ବାଇ ସିଡ ନଂ-୧ ରହିଛି। ଏହା ଫଳରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପର ସହ ୨ଥର ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଦଳ ଖେଳିବେ। ଏସବୁକୁ ହିସାବକୁ ନେଲେ ଗୋଟିଏ ଦଳ ଲିଗ୍‌ ପର୍ଯ୍ୟାୟରେ ପୂର୍ବପରି ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ନିୟମ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଦଳ ସହ ୮ଟି, ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ୨ଟି ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଗୋଟିଏ ଦଳ ଅନ୍ୟ ୫ଟି ଦଳ ସହ ୨ଟି ଲେଖାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିବ। ସେହିପରି ଅନ୍ୟ ୪ଟି ଦଳ ସହ ୪ଟି ଲେଖାଏଁ ଖେଳିଲେ ଗୋଟିଏ ଦଳ ମୋଟରେ ୧୪ଟି ମ୍ୟାଚ୍‌ ଖେଳିବ।

ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ତାଲିକାରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଲହା ମଧ୍ୟରୁ ପ୍ରଥମ ଦୁଇ ଦଳ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜିତ ଦଳ କ୍ୱାଲିଫାୟର-୨ରେ ଖେଳିବ। ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବ ଓ ବିଜେତା ଦଳ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଉଭୟ କ୍ୱାଲିଫାୟରର ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।

22 Mar 2025 By The Sakala

ଆରମ୍ଭ ହେଲା ଆଇପିଏଲ : ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ବେଙ୍ଗାଲୁରୁ

କୋଲକାତା : ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିବ।

କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ନୂତନ ଅଧିନାୟକଙ୍କ ସହିତ ଚଳିତ ଆଇପିଏଲ ଖେଳୁଛନ୍ତି। ଆରସିବି ରଜତ ପତିଦାରଙ୍କ ନେତୃତ୍ୱରେ ଏବଂ କେକେଆରର ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଛନ୍ତି। ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଆରସିବି : ରଜତ ପାଟିଦାର (ଅଧିନାୟକ) ,ଫିଲିପ ସଲ୍ଟ (ୱ‌ିକେଟ କିପର),  ବିରାଟ କୋହଲି , ଦେବଦତ୍ତ ପାଦିକଲ , ଲିଆମ ଲିଭିଙ୍ଗଷ୍ଟୋନ , ଟିମ ଡେଭିଡ , କ୍ରୁନାଲ ପାଣ୍ଡ୍ୟା , ଭୁବନେଶ୍ୱର କୁମାର , ଜୋଶ ହାଜଲେଉଡ , ଯଶ ଦିନଲ , ସ୍ବପ୍ନିଲ ସିଂ , ଲୁଙ୍ଗି ନଗିଡି , ରୋମାରିଓ ଶେଖର ଦାରୁଜ ବୈଥେଲ୍ , ସୁୟାଶ ଶର୍ମା , ମୋହିତ ରାଠୀ, ସ୍ବସ୍ତିକ୍ ଚିକାରା , ଅଭିନନ୍ଦ ସିଂ।

କେକେଆର : କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର) , ଅଜିଙ୍କ୍ୟ ରାହାନେ (ଅଧିନାୟକ) , ସୁନୀଲ ନାରିନ , ଅଙ୍ଗକ୍ରିଶ ରଘୁଭାନ୍ସି , ଭେଙ୍କଟେଶ ଆୟର , ରିଙ୍କୁ ସିଂ , ଆଣ୍ଡ୍ରେ ରସେଲ , ରାମଣଦୀପ ସିଂ , ହର୍ଷିତ ରାଣା , ବରୁଣ ଚକ୍ରଭାରଥୀ , ସ୍ପେନ୍ସର ଜନସନ , ବୈଭବ ଆରୋରା , ରହମାନୁଲ୍ଲା ଗୁରୁବାଜ ଅନୁକୁଲ ରୟ , ମାୟାନକ ମାର୍କାଣ୍ଡେ , ଚେତନ ସାକାରିଆ , ଲୁଭନିଥ ସିସୋଡିଆ।

ଫର୍ମାଟ

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିବାବେଳେ ପୂର୍ବବର୍ଷ ପରି ଏଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଥର ଲେଖାଏଁ ଖେଳିବେ। ସେହିପରି ଗୋଟିଏ ଗ୍ରୁପର ଗୋଟିଏ ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ଏହା ଗ୍ରୁପ୍‌ର ସିଡିଂ ଉପରେ ଦଳ ନିର୍ଦ୍ଧାରିତ ହେବ। ମନେ କରାଯାଉ ଗ୍ରୁପ୍‌-ଏ’ରେ ଚେନ୍ନାଇର ସିଡ୍‌ ନଂ-୧ ଓ ଗ୍ରୁପ୍‌-ବି’ରେ ମୁମ୍ବାଇ ସିଡ ନଂ-୧ ରହିଛି। ଏହା ଫଳରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପର ସହ ୨ଥର ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଦଳ ଖେଳିବେ। ଏସବୁକୁ ହିସାବକୁ ନେଲେ ଗୋଟିଏ ଦଳ ଲିଗ୍‌ ପର୍ଯ୍ୟାୟରେ ପୂର୍ବପରି ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ନିୟମ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଦଳ ସହ ୮ଟି, ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ୨ଟି ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଗୋଟିଏ ଦଳ ଅନ୍ୟ ୫ଟି ଦଳ ସହ ୨ଟି ଲେଖାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିବ। ସେହିପରି ଅନ୍ୟ ୪ଟି ଦଳ ସହ ୪ଟି ଲେଖାଏଁ ଖେଳିଲେ ଗୋଟିଏ ଦଳ ମୋଟରେ ୧୪ଟି ମ୍ୟାଚ୍‌ ଖେଳିବ।

ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ତାଲିକାରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଲହା ମଧ୍ୟରୁ ପ୍ରଥମ ଦୁଇ ଦଳ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜିତ ଦଳ କ୍ୱାଲିଫାୟର-୨ରେ ଖେଳିବ। ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବ ଓ ବିଜେତା ଦଳ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଉଭୟ କ୍ୱାଲିଫାୟରର ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର