ରେଟିଂ ଏଜେନ୍ସିଙ୍କ ଭବିଷ୍ୟବାଣୀ : ମହଙ୍ଗା ହେବ ୪ଜି ସେବା

The Sakala Picture
Published On

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଛି ଦେଶର ପ୍ରଥମ ୫ଜି ସ୍ପେକ୍‌ଟ୍ରମ୍‌ ନିଲାମ। ୫ଜି ଟେଲିକମ୍ ସେବା ଆରମ୍ଭ ନେଇ ଏବେଠୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ତେବେ ୫ଜି ସେବା ଆରମ୍ଭ କରାଯିବା ପୂର୍ବରୁ ଟେଲିକମ୍‌ ଅପେରଟରମାନେ ୪ଜିର ଟାରିଫ୍‌ ମୂଲ୍ୟରେ ବୃଦ୍ଧି କରିପାରନ୍ତି। ତେବେ ୨୦୨୨ରେ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ୩୦% ବୃଦ୍ଧି କରିବେ ବୋଲି କ୍ରିସିଲ୍, ନୋମୁରା ଏବଂ ଗୋଲ୍ଡମ୍ୟାନ୍ Ñଚ୍‌ ଭଳି ବିଶ୍ବର ନାମୀ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ଏହାବାଦ୍‌ […]

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଛି ଦେଶର ପ୍ରଥମ ୫ଜି ସ୍ପେକ୍‌ଟ୍ରମ୍‌ ନିଲାମ। ୫ଜି ଟେଲିକମ୍ ସେବା ଆରମ୍ଭ ନେଇ ଏବେଠୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ତେବେ ୫ଜି ସେବା ଆରମ୍ଭ କରାଯିବା ପୂର୍ବରୁ ଟେଲିକମ୍‌ ଅପେରଟରମାନେ ୪ଜିର ଟାରିଫ୍‌ ମୂଲ୍ୟରେ ବୃଦ୍ଧି କରିପାରନ୍ତି। ତେବେ ୨୦୨୨ରେ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ୩୦% ବୃଦ୍ଧି କରିବେ ବୋଲି କ୍ରିସିଲ୍, ନୋମୁରା ଏବଂ ଗୋଲ୍ଡମ୍ୟାନ୍ Ñଚ୍‌ ଭଳି ବିଶ୍ବର ନାମୀ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ଏହାବାଦ୍‌ ଅପରେଟରମାନେ ୫ଜି ସେବା ପାଇଁ ଉପଭୋକ୍ତାଙ୍କଠାରୁ ପ୍ରିମିୟମ୍ ଟାରିଫ୍‌ ଅସୁଲ କରିବା ନେଇ ଏଜେନ୍ସିଗୁଡିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ବିଭାଗ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ବାଧ୍ୟତାମୂଳକ, ଧାର୍ଯ୍ୟ ହେଲା ଦର ସୀମା

ସୋମବାର ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ୧.୫ ଲକ୍ଷ କୋଟି ଟଙ୍କାର ବିଡ୍ ରଖାଯାଇଥିଲା। ସ୍ପେକ୍ଟ୍ରମରେ ବିପୁଳ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି କ୍ରିସିଲ୍‌ ରେଟିଂ ଆଶା କରୁଛି ଯେ, କମ୍ପାନୀଗୁଡିକ ୫ଜି ସେବା ପାଇଁ ଭିନ୍ନ ଭିନ୍ନ ଦାମ ଅସୁଲ କରିବେ। କ୍ରିସିଲ ରିପୋର୍ଟ ଅନୁଯାୟୀ, ୫ଜି ସେବାର ବ୍ୟବହାର ୪ଜି ଟାରିଫ୍‌ର ପ୍ରିମିୟମ୍‌ ଉପରେ ନିର୍ଭର କରିବ। ଅଧିକ ସଂଖ୍ୟାରେ ଉପଭୋକ୍ତା ଯେଭଳି ୫ଜି ଆପଣାଇବେ ସେଥିପାଇଁ ଟେଲିକମ୍‌ କମ୍ପାନୀ ୪ଜି ସେବାର ଟାରିଫ୍‌ ବୃଦ୍ଧି କରିପାରନ୍ତି। ନୋମୁରା ଗ୍ଲୋବାଲ ମାର୍କେଟ ରିସର୍ଚ୍ଚର ଆକଳନ ଅନୁଯାୟୀ, କମ୍ପାନୀଗୁଡିକ ୪ଜି ପ୍ଲାନ୍‌ରେ ଦୈନିକ ୧.୫ ଜିବି ଟାରିଫ୍‌ ଉପରେ ୩୦% ପ୍ରିମିୟମ ଚାର୍ଜ କରିପାରିବେ।

ଆହୁରି ପଢ଼ନ୍ତୁ: ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?

ନୋମ୍ୟୁରା ଏକ ରିପୋର୍ଟରେ କହିଛନ୍ତି ଯେ, ପ୍ରାରମ୍ଭରେ ପ୍ରିମିୟମ୍ ଗ୍ରାହକ (ଯେଉଁମାନଙ୍କର ସ୍ମାର୍ଟଫୋନ୍ ମୂଲ୍ୟ ୧୫,୦୦୦ ଟଙ୍କାରୁ ଅଧିକ) ସେମାନେ ୫ଜି ସେବା ପାଇଁ ସବ୍‌ସ୍କ୍ରାଇବ କରିବେ। ଏଭଳି ପରିସ୍ଥିତିରେ ଆମେ ଅନୁମାନ କରାଯାଉଛି ଯେ, ଟେଲିକମ୍ କମ୍ପାନୀଗୁଡିକ ୫ଜି ଉପରେ ପ୍ରିମିୟମ୍ ଟାରିଫ୍‌ ଆଦାୟ କରିବେ। ଅନ୍ୟପକ୍ଷରେ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଏକ ରିପୋର୍ଟରେ କହିଛନ୍ତି ଯେ, ଆମେ ୨୦୨୨ ଶେଷ ସୁଦ୍ଧା ଟେଲିକମ୍ କମ୍ପାନୀଗୁଡିକ ଥରେ ଟାରିଫ୍‌ ବୃଦ୍ଧି କରିବେ ବୋଲି ଆକଳନ କରିଛୁ। ଅପରେଟରମାନଙ୍କ ରୋଜଗାର ବୃଦ୍ଧି କ୍ଷେତ୍ରରେ ଏହା ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ଏଜେନ୍ସି କହିଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଚଳିତବର୍ଷ ଅକ୍ଟୋବର-ନଭେମ୍ବର କିମ୍ବା ବର୍ଷ ଶେଷ ସୁଦ୍ଧା କର୍ପୋରେଟ୍ ଏବଂ ପ୍ରଫେସନାଲ୍ ଭଳି କିଛି ନିଦ୍ଧିଷ୍ଟ ୟୁଜରଙ୍କ ପାଇଁ ୫ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ସେବାଗୁଡିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ୨-୩ ବର୍ଷ ସମୟ ଲାଗିପାରେ। ଏଥିରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଟେଲିକମ୍‌ କମ୍ପାନୀଗୁଡିକୁ ୫ଜି ଭିତ୍ତିଭୂମି ନିର୍ମାଣ କରିବାରେ ବହୁ ଅର୍ଥ ବିନିଯୋଗ କରିବାକୁ ପଡିବ ଏବଂ ଏଥିପାଇଁ ଅଧିକ ସମୟ ଲାଗିବ। ଏହାବ୍ୟତୀତ ଚାହିଦା ବଢ଼ୁଥବା ଦୃଷ୍ଟିରୁ ବେଗକୁ ବିଚାର କରି କମ୍ପାନୀଗୁଡିକ ୫ଜି ର ପରିସର ବୃଦ୍ଧି କରିବେ।

ଅପରପକ୍ଷେ ୫ଜି ପାଇଁ ଟେଲିକମ୍‌ କମ୍ପାନୀଗୁଡିକ ୭୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ଉପରେ ଜିଦ୍ ଧରିଛନ୍ତି। କାରଣ ଏହି ମେଗାହର୍ଜ୍ଜ ବିଶିଷ୍ଟ ସ୍ପେକ୍ଟ୍ରମର ପରିସର ଉଚ୍ଚ-ଫ୍ରିକ୍ୱେନ୍ସି ସ୍ପେକ୍ଟ୍ରମଠାରୁ ଅନେକ ଗୁଣ ଅଧିକ। ତେଣୁ ୭୦୦ ମଗୋହର୍ଜ୍ଜର ସ୍ପେକ୍‌ଟ୍ରମ୍‌ ବ୍ୟବହାର କଲେ କମ୍ପାନୀଗୁଡିକୁ କମ୍ ସଂଖ୍ୟକ ଟାୱାର ସ୍ଥାପନ କରିବାକୁ ପଡିବ । ଶେଷରେ ଏଥିକି କୁହାଯାଇପାରେ ଯେ, ଟେଲିକମ୍‌ ଅପରେଟରମାନେ ପ୍ରାରମ୍ଭରେ ୫ଜି ସେବା ପାଇଁ ଅତ୍ୟଧିକ ପ୍ରିମିୟମ୍ ଅସୁଲ କରିବେ, କିନ୍ତୁ ଯେତେ ଅଧିକ ସଂଖ୍ୟାରେ ଉପଭୋକ୍ତା ୫ଜି ସେବା ସହ ଯୋଡିହେବେ ଟାରିଫ୍‌ ମୂଲ୍ୟ ସେତିକି ହ୍ରାସ ପାଇବ।

04 Aug 2022 By The Sakala

ରେଟିଂ ଏଜେନ୍ସିଙ୍କ ଭବିଷ୍ୟବାଣୀ : ମହଙ୍ଗା ହେବ ୪ଜି ସେବା

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଛି ଦେଶର ପ୍ରଥମ ୫ଜି ସ୍ପେକ୍‌ଟ୍ରମ୍‌ ନିଲାମ। ୫ଜି ଟେଲିକମ୍ ସେବା ଆରମ୍ଭ ନେଇ ଏବେଠୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ତେବେ ୫ଜି ସେବା ଆରମ୍ଭ କରାଯିବା ପୂର୍ବରୁ ଟେଲିକମ୍‌ ଅପେରଟରମାନେ ୪ଜିର ଟାରିଫ୍‌ ମୂଲ୍ୟରେ ବୃଦ୍ଧି କରିପାରନ୍ତି। ତେବେ ୨୦୨୨ରେ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ୩୦% ବୃଦ୍ଧି କରିବେ ବୋଲି କ୍ରିସିଲ୍, ନୋମୁରା ଏବଂ ଗୋଲ୍ଡମ୍ୟାନ୍ Ñଚ୍‌ ଭଳି ବିଶ୍ବର ନାମୀ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ଏହାବାଦ୍‌ ଅପରେଟରମାନେ ୫ଜି ସେବା ପାଇଁ ଉପଭୋକ୍ତାଙ୍କଠାରୁ ପ୍ରିମିୟମ୍ ଟାରିଫ୍‌ ଅସୁଲ କରିବା ନେଇ ଏଜେନ୍ସିଗୁଡିକ କହିଛନ୍ତି।

ସୋମବାର ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ୧.୫ ଲକ୍ଷ କୋଟି ଟଙ୍କାର ବିଡ୍ ରଖାଯାଇଥିଲା। ସ୍ପେକ୍ଟ୍ରମରେ ବିପୁଳ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି କ୍ରିସିଲ୍‌ ରେଟିଂ ଆଶା କରୁଛି ଯେ, କମ୍ପାନୀଗୁଡିକ ୫ଜି ସେବା ପାଇଁ ଭିନ୍ନ ଭିନ୍ନ ଦାମ ଅସୁଲ କରିବେ। କ୍ରିସିଲ ରିପୋର୍ଟ ଅନୁଯାୟୀ, ୫ଜି ସେବାର ବ୍ୟବହାର ୪ଜି ଟାରିଫ୍‌ର ପ୍ରିମିୟମ୍‌ ଉପରେ ନିର୍ଭର କରିବ। ଅଧିକ ସଂଖ୍ୟାରେ ଉପଭୋକ୍ତା ଯେଭଳି ୫ଜି ଆପଣାଇବେ ସେଥିପାଇଁ ଟେଲିକମ୍‌ କମ୍ପାନୀ ୪ଜି ସେବାର ଟାରିଫ୍‌ ବୃଦ୍ଧି କରିପାରନ୍ତି। ନୋମୁରା ଗ୍ଲୋବାଲ ମାର୍କେଟ ରିସର୍ଚ୍ଚର ଆକଳନ ଅନୁଯାୟୀ, କମ୍ପାନୀଗୁଡିକ ୪ଜି ପ୍ଲାନ୍‌ରେ ଦୈନିକ ୧.୫ ଜିବି ଟାରିଫ୍‌ ଉପରେ ୩୦% ପ୍ରିମିୟମ ଚାର୍ଜ କରିପାରିବେ।

ନୋମ୍ୟୁରା ଏକ ରିପୋର୍ଟରେ କହିଛନ୍ତି ଯେ, ପ୍ରାରମ୍ଭରେ ପ୍ରିମିୟମ୍ ଗ୍ରାହକ (ଯେଉଁମାନଙ୍କର ସ୍ମାର୍ଟଫୋନ୍ ମୂଲ୍ୟ ୧୫,୦୦୦ ଟଙ୍କାରୁ ଅଧିକ) ସେମାନେ ୫ଜି ସେବା ପାଇଁ ସବ୍‌ସ୍କ୍ରାଇବ କରିବେ। ଏଭଳି ପରିସ୍ଥିତିରେ ଆମେ ଅନୁମାନ କରାଯାଉଛି ଯେ, ଟେଲିକମ୍ କମ୍ପାନୀଗୁଡିକ ୫ଜି ଉପରେ ପ୍ରିମିୟମ୍ ଟାରିଫ୍‌ ଆଦାୟ କରିବେ। ଅନ୍ୟପକ୍ଷରେ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଏକ ରିପୋର୍ଟରେ କହିଛନ୍ତି ଯେ, ଆମେ ୨୦୨୨ ଶେଷ ସୁଦ୍ଧା ଟେଲିକମ୍ କମ୍ପାନୀଗୁଡିକ ଥରେ ଟାରିଫ୍‌ ବୃଦ୍ଧି କରିବେ ବୋଲି ଆକଳନ କରିଛୁ। ଅପରେଟରମାନଙ୍କ ରୋଜଗାର ବୃଦ୍ଧି କ୍ଷେତ୍ରରେ ଏହା ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ଏଜେନ୍ସି କହିଛି।

ଚଳିତବର୍ଷ ଅକ୍ଟୋବର-ନଭେମ୍ବର କିମ୍ବା ବର୍ଷ ଶେଷ ସୁଦ୍ଧା କର୍ପୋରେଟ୍ ଏବଂ ପ୍ରଫେସନାଲ୍ ଭଳି କିଛି ନିଦ୍ଧିଷ୍ଟ ୟୁଜରଙ୍କ ପାଇଁ ୫ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ସେବାଗୁଡିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ୨-୩ ବର୍ଷ ସମୟ ଲାଗିପାରେ। ଏଥିରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଟେଲିକମ୍‌ କମ୍ପାନୀଗୁଡିକୁ ୫ଜି ଭିତ୍ତିଭୂମି ନିର୍ମାଣ କରିବାରେ ବହୁ ଅର୍ଥ ବିନିଯୋଗ କରିବାକୁ ପଡିବ ଏବଂ ଏଥିପାଇଁ ଅଧିକ ସମୟ ଲାଗିବ। ଏହାବ୍ୟତୀତ ଚାହିଦା ବଢ଼ୁଥବା ଦୃଷ୍ଟିରୁ ବେଗକୁ ବିଚାର କରି କମ୍ପାନୀଗୁଡିକ ୫ଜି ର ପରିସର ବୃଦ୍ଧି କରିବେ।

ଅପରପକ୍ଷେ ୫ଜି ପାଇଁ ଟେଲିକମ୍‌ କମ୍ପାନୀଗୁଡିକ ୭୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ଉପରେ ଜିଦ୍ ଧରିଛନ୍ତି। କାରଣ ଏହି ମେଗାହର୍ଜ୍ଜ ବିଶିଷ୍ଟ ସ୍ପେକ୍ଟ୍ରମର ପରିସର ଉଚ୍ଚ-ଫ୍ରିକ୍ୱେନ୍ସି ସ୍ପେକ୍ଟ୍ରମଠାରୁ ଅନେକ ଗୁଣ ଅଧିକ। ତେଣୁ ୭୦୦ ମଗୋହର୍ଜ୍ଜର ସ୍ପେକ୍‌ଟ୍ରମ୍‌ ବ୍ୟବହାର କଲେ କମ୍ପାନୀଗୁଡିକୁ କମ୍ ସଂଖ୍ୟକ ଟାୱାର ସ୍ଥାପନ କରିବାକୁ ପଡିବ । ଶେଷରେ ଏଥିକି କୁହାଯାଇପାରେ ଯେ, ଟେଲିକମ୍‌ ଅପରେଟରମାନେ ପ୍ରାରମ୍ଭରେ ୫ଜି ସେବା ପାଇଁ ଅତ୍ୟଧିକ ପ୍ରିମିୟମ୍ ଅସୁଲ କରିବେ, କିନ୍ତୁ ଯେତେ ଅଧିକ ସଂଖ୍ୟାରେ ଉପଭୋକ୍ତା ୫ଜି ସେବା ସହ ଯୋଡିହେବେ ଟାରିଫ୍‌ ମୂଲ୍ୟ ସେତିକି ହ୍ରାସ ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର