ଦେଶରେ ପ୍ରତି ମିନିଟ୍‌ରେ ଅର୍ଡର ହେଉଛି ୧୧୫ ବିରିୟାନୀ, ଜଳଖିଆରେ ବର୍ଷକରେ ଅର୍ଡର ହୋଇଛି ୫୦ ଲକ୍ଷ ସିଙ୍ଗଡ଼ା

The Sakala Picture
Published On

ନୂଆଦିଲ୍ଲୀ : ବିବିଧତା ମଧ୍ୟରେ ଏକତା ଆମ ଭାରତୀୟ ପରିଚୟର ସ୍ଵତନ୍ତ୍ରତା। ଏଥି ସହ ଖାଦ୍ୟପେୟ ମାମଲାରେ ଭାରତର ରୁଚି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଟିକେ ନିଆରା। ଖାଦ୍ୟ ପାନୀୟ ଦୃଷ୍ଟିରୁ ଭାରତ ବିବିଧତା ସହିତ ସମୃଦ୍ଧ ପରମ୍ପରା ଥିବା ଦେଶ । ଦେଶର ବିଭିନ୍ନ ସ୍ଥାନରେ ଦୋସା ଠାରୁ ସିଙ୍ଗଡା, ଏବଂ ଖିଚିଡି ଠାରୁ ବିରିୟାନି ପର୍ଯ୍ୟନ୍ତ ହଜାରେ ରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଏ । କୁହାଯାଏ ଛଅ ଭଜା ସାଙ୍ଗକୁ ନ […]

ନୂଆଦିଲ୍ଲୀ : ବିବିଧତା ମଧ୍ୟରେ ଏକତା ଆମ ଭାରତୀୟ ପରିଚୟର ସ୍ଵତନ୍ତ୍ରତା। ଏଥି ସହ ଖାଦ୍ୟପେୟ ମାମଲାରେ ଭାରତର ରୁଚି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଟିକେ ନିଆରା। ଖାଦ୍ୟ ପାନୀୟ ଦୃଷ୍ଟିରୁ ଭାରତ ବିବିଧତା ସହିତ ସମୃଦ୍ଧ ପରମ୍ପରା ଥିବା ଦେଶ । ଦେଶର ବିଭିନ୍ନ ସ୍ଥାନରେ ଦୋସା ଠାରୁ ସିଙ୍ଗଡା, ଏବଂ ଖିଚିଡି ଠାରୁ ବିରିୟାନି ପର୍ଯ୍ୟନ୍ତ ହଜାରେ ରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଏ । କୁହାଯାଏ ଛଅ ଭଜା ସାଙ୍ଗକୁ ନ ତିଅଣ ନହେଲେ ଆମ ଲୋକଙ୍କୁ ଖାଇବା ରୁଚେନି। ଘରେ ହେଉବା ଭୋଜି ଭାରତୀୟମାନଙ୍କୁ ବିଭିନ୍ନ ଆଇଟମ ଦରକାର ପଡେ। କିନ୍ତୁ ଯଦି ପଚରାଯାଏ ଯେ ଭାରତୀୟ ମାନେ ଅଧିକ କ’ଣ ଖାଇବାକୁ ପସନ୍ଦ କରନ୍ତୁ। ତେବେ ଉତ୍ତର ଆସିବ ବିରିୟାନୀ। କାରଣ ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ କରୁଥିବା ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟରେ ଏହା ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ଆହୁରି ପଢ଼ନ୍ତୁ: ବୃନ୍ଦାବନ କେଶି ଘାଟରେ ଅଘଟଣ: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ

୨୦୨୧ରେ ଖାଦ୍ୟ ବିତରଣ ସଂସ୍ଥା ସ୍ୱିଗି ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଚଳିତ ବର୍ଷ ଚିକେନ୍ ବିରିୟାନୀ ସର୍ବାଧିକ ମାତ୍ରାରେ ବିକ୍ରୟ ହୋଇଛି। ଅନ୍ୟ ଖାଦ୍ୟ ଅପେକ୍ଷା ଲୋକେ ଚିକେନ୍ ବିରିୟାନିକୁ ଘରକୁ ଅଧିକ ମଗେଇ ଖାଇଛନ୍ତି। ଏ ତଥ୍ୟ ଦେଇ ସ୍ୱିଗି ଲେଖିଛି ଯେ, ଚଳିତ ବର୍ଷ ୬ କୋଟି ଲୋକ ସ୍ୱିଗି ମାଧ୍ୟମରେ ଚିକେନ୍ ବିରିୟାନି ଘରକୁ ମଗେଇ ଖାଇଛନ୍ତି। ଏହି ବର୍ଷ ହାରାହାରି ଗୋଟିଏ ମିନିଟରେ ପ୍ରାୟ ୧୧୫ଟି ବିରିୟାନି ପାଇଁ ସ୍ୱିଗି ଅର୍ଡର ପାଇଛି, ପୂର୍ବବର୍ଷ ଏହା ମାତ୍ର ୯୦ରେ ସିମିତି ଥିଲା। ଏଣୁ ଚଳିତ ବର୍ଷ ଏହାର ଚାହିଦା ଅହେତୁକ ଭାବେ ସାରା ଭାରତରେ ବୃଦ୍ଧି ପାଇଛି ବୋଲି ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଆତଙ୍କବାଦୀ ଲିଙ୍କ୍ ସନ୍ଦେହ: ଭୁବନେଶ୍ୱରର ୟୁନିଟ୍-୬ ଅଞ୍ଚଳରୁ ସନ୍ଦିଗ୍ଧ ଗିରଫ

ଏହି ତାଲିକାରେ ସାଧା ବିରିୟାନି ରହିଥିଲେ ବି ଏହା ଚିକେନ୍ ବୀରିଆନୀ ତୁଳନାରେ ବହୁତ୍ କମ୍‌। କଲିକତା, ଚେନ୍ନାଇ, ହାଇଦ୍ରାବାଦ ଓ ଲକ୍ଷ୍ମୌରେ ଚିକେନ୍ ବିରିୟାନିର ଚାହିଦା ଅଧିକ ରହିଛି ବୋଲି କୁହାଯାଇଛି। ୪.୨୫ ଲକ୍ଷରୁ ଅଧିକ ନୂତନ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ‘ଚିକେନ୍‌ ବିରିୟାନୀ’ ଅର୍ଡର କରିଥିଲେ। ବିରିୟାନୀ ପ୍ରତି ଏମିତି ମୋହ ଯେ, କୋଲ୍‌କାତାର ଜଣେ ଯୁବତୀଙ୍କ ଘରକୁ ତାଙ୍କ ପସନ୍ଦର ‘ମଟନ୍‌ ବିରିୟାନୀ’ ଆଣିବା ଲାଗି ଜଣେ ‘ସ୍ବିଗି ଡେଲିଭରୀ ବୟଙ୍କ ୩୯.୩ କିଲୋମିଟର୍‌ ଦୂର ଯିବାକୁ ପଡ଼ିଥିଲା ବୋଲି ସ୍ବିଗି କହିଛି।

ଏଥି ସହିତ ୨୦୨୧ରେ ଭାରତୀୟ ଏତେ ସିଙ୍ଗଡ଼ା ଖାଇଛନ୍ତି, ଯାହା ନ୍ୟୁଜିଲାଣ୍ଡର ପୂରା ଜନସଂଖ୍ୟାର ଯଥେଷ୍ଟ ଗୁଣା ଅଧିକ ।ସ୍ୱିଗି ରିପୋର୍ଟ ଅନୁସାରେ ୨୦୨୧ରେ ସିଙ୍ଗଡ଼ା ଭାରତୀୟଙ୍କର ସବୁଠାରୁ ପ୍ରିୟ ସ୍ନାକ୍ସ ରହିଛି । ସ୍ୱିଗିରୁ ୨୦୨୧ରେ କେବଳ ସିଙ୍ଗଡ଼ା ୫୦ ଲକ୍ଷ ଅର୍ଡ଼ର ହୋଇଛି । ଏହି କଥାରୁ ଆପଣ ଅନୁମାନ କରିପାରୁଥିବେଯେ, ଭାରତରେ ସିଙ୍ଗଡ଼ାର ଲୋକପ୍ରିୟତା କେତେ । ମିଠା ଭିତରେ ସବୁଠୁ ଅଧିକ ଚାହିଦା ଥିବା ମିଷ୍ଠାନ୍ନ ହେଉଛି ଗୋଲାପଜାମୁ। ଆଗରୁ ଆଇସକ୍ରିମ୍‌ ସର୍ବାଧିକ ବିକ୍ରୟ ହେଉଥିବା ମିଷ୍ଠାନ୍ନ ତାଲିକାରେ ଥିବା ବେଳେ ଏଥର ଏ ସ୍ଥାନ ନେଇଛି ଗୋଲାପଜାମୁ। ପ୍ରାୟ ୨ କୋଟି ଲୋକ ଗୋଲାପଜାମୁ ମଗେଇ ଖାଇଛନ୍ତି ବୋଲି ସ୍ୱିଗି ରିପୋର୍ଟ କହୁଛି। ମିଠା ତାଲିକାର ୨ୟ ସ୍ଥାନରେ ରହିଛି ରସମଲାଇ।  ଆକଳନ ଏହା ମଧ୍ୟ କହୁଛିଯେ, ରାତିରେ ଭାରତୀୟ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ରାତି ୧୦ଟା ପରେ ଚିଜ୍‌ ଗାର୍ଲିକ୍‌ ବ୍ରେଡ୍‌, ପପକର୍ଣ୍ଣ, ଫ୍ରେଂଚ୍‌ ଫ୍ରାଇଜ୍‌ ଭଳି ସ୍ନାକ୍ସ ଅର୍ଡର କରୁଛନ୍ତି ।

ଫଳ ଏବଂ ପନିପରିବାରେ ଟମାଟୋ, କଦଳୀ, ପିଆଜ, ଆଳୁ ଏବଂ କଞ୍ଚାଲଙ୍କା ରହିଛି । ପ୍ୟାକେଜ୍ଡ ଫୁଡ୍‌ ମଧ୍ୟରେ ୨୦୨୧ରେ ସ୍ୱିଗିରେ ଲୋକ କେବଳ ୧୪ ଲକ୍ଷ ପ୍ୟାକେଟ୍‌ ଇଂଷ୍ଟାଣ୍ଟ୍‌ ନୁଡୁଲ୍ସ, ୩୧ ଲକ୍ଷ ପ୍ୟାକେଟ୍‌ ଚକଲେଟ୍‌ଏବଂ ଆଇସକ୍ରିମ ୨୩ ଲକ୍ଷ ଟବ୍‌ ଅର୍ଡର ହୋଇଛି ।

22 Dec 2021 By The Sakala

ଦେଶରେ ପ୍ରତି ମିନିଟ୍‌ରେ ଅର୍ଡର ହେଉଛି ୧୧୫ ବିରିୟାନୀ, ଜଳଖିଆରେ ବର୍ଷକରେ ଅର୍ଡର ହୋଇଛି ୫୦ ଲକ୍ଷ ସିଙ୍ଗଡ଼ା

ନୂଆଦିଲ୍ଲୀ : ବିବିଧତା ମଧ୍ୟରେ ଏକତା ଆମ ଭାରତୀୟ ପରିଚୟର ସ୍ଵତନ୍ତ୍ରତା। ଏଥି ସହ ଖାଦ୍ୟପେୟ ମାମଲାରେ ଭାରତର ରୁଚି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଟିକେ ନିଆରା। ଖାଦ୍ୟ ପାନୀୟ ଦୃଷ୍ଟିରୁ ଭାରତ ବିବିଧତା ସହିତ ସମୃଦ୍ଧ ପରମ୍ପରା ଥିବା ଦେଶ । ଦେଶର ବିଭିନ୍ନ ସ୍ଥାନରେ ଦୋସା ଠାରୁ ସିଙ୍ଗଡା, ଏବଂ ଖିଚିଡି ଠାରୁ ବିରିୟାନି ପର୍ଯ୍ୟନ୍ତ ହଜାରେ ରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଏ । କୁହାଯାଏ ଛଅ ଭଜା ସାଙ୍ଗକୁ ନ ତିଅଣ ନହେଲେ ଆମ ଲୋକଙ୍କୁ ଖାଇବା ରୁଚେନି। ଘରେ ହେଉବା ଭୋଜି ଭାରତୀୟମାନଙ୍କୁ ବିଭିନ୍ନ ଆଇଟମ ଦରକାର ପଡେ। କିନ୍ତୁ ଯଦି ପଚରାଯାଏ ଯେ ଭାରତୀୟ ମାନେ ଅଧିକ କ’ଣ ଖାଇବାକୁ ପସନ୍ଦ କରନ୍ତୁ। ତେବେ ଉତ୍ତର ଆସିବ ବିରିୟାନୀ। କାରଣ ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ କରୁଥିବା ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟରେ ଏହା ଦର୍ଶାଇଛି।

୨୦୨୧ରେ ଖାଦ୍ୟ ବିତରଣ ସଂସ୍ଥା ସ୍ୱିଗି ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଚଳିତ ବର୍ଷ ଚିକେନ୍ ବିରିୟାନୀ ସର୍ବାଧିକ ମାତ୍ରାରେ ବିକ୍ରୟ ହୋଇଛି। ଅନ୍ୟ ଖାଦ୍ୟ ଅପେକ୍ଷା ଲୋକେ ଚିକେନ୍ ବିରିୟାନିକୁ ଘରକୁ ଅଧିକ ମଗେଇ ଖାଇଛନ୍ତି। ଏ ତଥ୍ୟ ଦେଇ ସ୍ୱିଗି ଲେଖିଛି ଯେ, ଚଳିତ ବର୍ଷ ୬ କୋଟି ଲୋକ ସ୍ୱିଗି ମାଧ୍ୟମରେ ଚିକେନ୍ ବିରିୟାନି ଘରକୁ ମଗେଇ ଖାଇଛନ୍ତି। ଏହି ବର୍ଷ ହାରାହାରି ଗୋଟିଏ ମିନିଟରେ ପ୍ରାୟ ୧୧୫ଟି ବିରିୟାନି ପାଇଁ ସ୍ୱିଗି ଅର୍ଡର ପାଇଛି, ପୂର୍ବବର୍ଷ ଏହା ମାତ୍ର ୯୦ରେ ସିମିତି ଥିଲା। ଏଣୁ ଚଳିତ ବର୍ଷ ଏହାର ଚାହିଦା ଅହେତୁକ ଭାବେ ସାରା ଭାରତରେ ବୃଦ୍ଧି ପାଇଛି ବୋଲି ଦାବି କରାଯାଇଛି।

ଏହି ତାଲିକାରେ ସାଧା ବିରିୟାନି ରହିଥିଲେ ବି ଏହା ଚିକେନ୍ ବୀରିଆନୀ ତୁଳନାରେ ବହୁତ୍ କମ୍‌। କଲିକତା, ଚେନ୍ନାଇ, ହାଇଦ୍ରାବାଦ ଓ ଲକ୍ଷ୍ମୌରେ ଚିକେନ୍ ବିରିୟାନିର ଚାହିଦା ଅଧିକ ରହିଛି ବୋଲି କୁହାଯାଇଛି। ୪.୨୫ ଲକ୍ଷରୁ ଅଧିକ ନୂତନ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ‘ଚିକେନ୍‌ ବିରିୟାନୀ’ ଅର୍ଡର କରିଥିଲେ। ବିରିୟାନୀ ପ୍ରତି ଏମିତି ମୋହ ଯେ, କୋଲ୍‌କାତାର ଜଣେ ଯୁବତୀଙ୍କ ଘରକୁ ତାଙ୍କ ପସନ୍ଦର ‘ମଟନ୍‌ ବିରିୟାନୀ’ ଆଣିବା ଲାଗି ଜଣେ ‘ସ୍ବିଗି ଡେଲିଭରୀ ବୟଙ୍କ ୩୯.୩ କିଲୋମିଟର୍‌ ଦୂର ଯିବାକୁ ପଡ଼ିଥିଲା ବୋଲି ସ୍ବିଗି କହିଛି।

ଏଥି ସହିତ ୨୦୨୧ରେ ଭାରତୀୟ ଏତେ ସିଙ୍ଗଡ଼ା ଖାଇଛନ୍ତି, ଯାହା ନ୍ୟୁଜିଲାଣ୍ଡର ପୂରା ଜନସଂଖ୍ୟାର ଯଥେଷ୍ଟ ଗୁଣା ଅଧିକ ।ସ୍ୱିଗି ରିପୋର୍ଟ ଅନୁସାରେ ୨୦୨୧ରେ ସିଙ୍ଗଡ଼ା ଭାରତୀୟଙ୍କର ସବୁଠାରୁ ପ୍ରିୟ ସ୍ନାକ୍ସ ରହିଛି । ସ୍ୱିଗିରୁ ୨୦୨୧ରେ କେବଳ ସିଙ୍ଗଡ଼ା ୫୦ ଲକ୍ଷ ଅର୍ଡ଼ର ହୋଇଛି । ଏହି କଥାରୁ ଆପଣ ଅନୁମାନ କରିପାରୁଥିବେଯେ, ଭାରତରେ ସିଙ୍ଗଡ଼ାର ଲୋକପ୍ରିୟତା କେତେ । ମିଠା ଭିତରେ ସବୁଠୁ ଅଧିକ ଚାହିଦା ଥିବା ମିଷ୍ଠାନ୍ନ ହେଉଛି ଗୋଲାପଜାମୁ। ଆଗରୁ ଆଇସକ୍ରିମ୍‌ ସର୍ବାଧିକ ବିକ୍ରୟ ହେଉଥିବା ମିଷ୍ଠାନ୍ନ ତାଲିକାରେ ଥିବା ବେଳେ ଏଥର ଏ ସ୍ଥାନ ନେଇଛି ଗୋଲାପଜାମୁ। ପ୍ରାୟ ୨ କୋଟି ଲୋକ ଗୋଲାପଜାମୁ ମଗେଇ ଖାଇଛନ୍ତି ବୋଲି ସ୍ୱିଗି ରିପୋର୍ଟ କହୁଛି। ମିଠା ତାଲିକାର ୨ୟ ସ୍ଥାନରେ ରହିଛି ରସମଲାଇ।  ଆକଳନ ଏହା ମଧ୍ୟ କହୁଛିଯେ, ରାତିରେ ଭାରତୀୟ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି । ରାତି ୧୦ଟା ପରେ ଚିଜ୍‌ ଗାର୍ଲିକ୍‌ ବ୍ରେଡ୍‌, ପପକର୍ଣ୍ଣ, ଫ୍ରେଂଚ୍‌ ଫ୍ରାଇଜ୍‌ ଭଳି ସ୍ନାକ୍ସ ଅର୍ଡର କରୁଛନ୍ତି ।

ଫଳ ଏବଂ ପନିପରିବାରେ ଟମାଟୋ, କଦଳୀ, ପିଆଜ, ଆଳୁ ଏବଂ କଞ୍ଚାଲଙ୍କା ରହିଛି । ପ୍ୟାକେଜ୍ଡ ଫୁଡ୍‌ ମଧ୍ୟରେ ୨୦୨୧ରେ ସ୍ୱିଗିରେ ଲୋକ କେବଳ ୧୪ ଲକ୍ଷ ପ୍ୟାକେଟ୍‌ ଇଂଷ୍ଟାଣ୍ଟ୍‌ ନୁଡୁଲ୍ସ, ୩୧ ଲକ୍ଷ ପ୍ୟାକେଟ୍‌ ଚକଲେଟ୍‌ଏବଂ ଆଇସକ୍ରିମ ୨୩ ଲକ୍ଷ ଟବ୍‌ ଅର୍ଡର ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର