ଆପଣ ମୋବାଇଲ ଆଡିକ୍ଟ ହୋଇଯାଇଛନ୍ତି କି? ତେବେ ଜାଣନ୍ତୁ ଏହାର ପ୍ରତିକାର, ନହେଲେ ମାଡିବସିବ ରୋଗ

The Sakala Picture
Published On

ଆଜିକାଲି ଦୈନନ୍ଦିନ ଜୀବନ, ଏକ ବ୍ଲୁ ସ୍କ୍ରିନ୍‌ରୁ ଆରମ୍ଭ ହୋଇ ବ୍ଲୁ ସ୍କ୍ରିନ୍‌ରେ ସରୁଛି। ଏହାକୁ ସ୍କ୍ରିନ୍‌ ଆଡିକ୍ଟ କୁହାଯାଉଛି। ସ୍କୁଲଠାରୁ ଆରମ୍ଭ କରି କାର୍ଯ୍ୟାଳୟ , ସବୁ ସ୍ଥାନରେ କୌଣସି ନା କୌଣସି ବ୍ଲୁ ସ୍କ୍ରିନ୍‌ ଗ୍ୟାଜେଟ୍‌- ଯେପରି ଫୋନ୍‌, କମ୍ପ୍ୟୁଟର୍‌, ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଆଦିରେ ଆମର ଅଧିକାଂଶ ସମୟ ଅତିବାହିତ ହୋଇଥାଏ। ବିରତି ସମୟରେ ମଧ୍ୟ ସାଙ୍ଗସାଥି ଓ ପରିବାରକୁ ସମୟ ଦେବା ପରିବର୍ତ୍ତେ ବ୍ଲୁ ସ୍କ୍ରିନ୍‌କୁ ଆମେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା […]

ଆଜିକାଲି ଦୈନନ୍ଦିନ ଜୀବନ, ଏକ ବ୍ଲୁ ସ୍କ୍ରିନ୍‌ରୁ ଆରମ୍ଭ ହୋଇ ବ୍ଲୁ ସ୍କ୍ରିନ୍‌ରେ ସରୁଛି। ଏହାକୁ ସ୍କ୍ରିନ୍‌ ଆଡିକ୍ଟ କୁହାଯାଉଛି। ସ୍କୁଲଠାରୁ ଆରମ୍ଭ କରି କାର୍ଯ୍ୟାଳୟ , ସବୁ ସ୍ଥାନରେ କୌଣସି ନା କୌଣସି ବ୍ଲୁ ସ୍କ୍ରିନ୍‌ ଗ୍ୟାଜେଟ୍‌- ଯେପରି ଫୋନ୍‌, କମ୍ପ୍ୟୁଟର୍‌, ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଆଦିରେ ଆମର ଅଧିକାଂଶ ସମୟ ଅତିବାହିତ ହୋଇଥାଏ। ବିରତି ସମୟରେ ମଧ୍ୟ ସାଙ୍ଗସାଥି ଓ ପରିବାରକୁ ସମୟ ଦେବା ପରିବର୍ତ୍ତେ ବ୍ଲୁ ସ୍କ୍ରିନ୍‌କୁ ଆମେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ସବୁ ବୟସ ବର୍ଗଙ୍କ ପାଇଁ ଅନେକ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଥାଏ। ସେହିଭଳି କିଛି ସମସ୍ୟା ଓ ତା’ର ସମାଧାନ ସମ୍ପର୍କିତ ତଥ୍ୟ ଆମେ ସମସ୍ତେ ଜାଣିରଖିବା ଉଚିତ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ନିଦ୍ରାହୀନତା

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସ୍କ୍ରିନ ଆଡିକ୍ଟର ସବୁଠାରୁ ବଡ଼ ପ୍ରଭାବ ହେଉଛି ନିଦ୍ରାହୀନତା। ଏହି ନିଦ୍ରାଜନିତ ସମସ୍ୟା ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଲାପ୍‌ଟପ୍ ଓ ମୋବାଇଲ୍‌ରୁ ନିର୍ଗତ ନୀଳରଶ୍ମିର ପ୍ରଭାବ ଦୃଷ୍ଟିଶକ୍ତି ସହିତ ନିଦ ଉପରେ ମଧ୍ୟ ପଡ଼ିଥାଏ। ବ୍ଲୁ ଲାଇଟ୍‌ର ପ୍ରଭାବରେ ବ୍ରେନରେ କେତେକ ହରମୋନ୍‌ କ୍ଷରଣ ହେବା ବନ୍ଦ ହୋଇଯାଏ। ଏହି କାରଣରୁ ନିଦ ହୁଏନାହିଁ ଏବଂ ଆମ ଶରୀର ପ୍ରାକୃତିକ ଉପାୟରେ ରିଲାକ୍ସ ହୋଇପାରିନଥାଏ। ନିଦ୍ରାହୀନତା ଲାଗି ରହିଲେ, ଭବିଷ୍ୟତରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଏ। କେତେକ ଲୋକ ଏହାକୁ ଛୋଟ ସମସ୍ୟା ଭାବି ଏଡ଼ାଇ ଯାଆନ୍ତି। କିନ୍ତୁ ଏହା ଏକ ଗମ୍ଭୀର ସମସ୍ୟା, ଯାହାକି ପ୍ରାଥମିକ ସ୍ତରରେ ଉପଚାର କରିବା ଆବଶ୍ୟକ। ଏହାର ପ୍ରାଥମିକ ଉପଚାର ହେଲା, ବ୍ଲୁ ଲାଇଟରୁ ଦୂରେଇ ରହିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଓବେସିଟି

ଆଜିକାଲି ଫିଟ୍‌ ରହିବା ପାଇଁ କିଏ ବ୍ୟାୟାମର ସାହାଯ୍ୟ ନେଉଛି ତ’ ଆଉ କିଏ ଯୋଗ ପ୍ରାଣାୟମର। କିନ୍ତୁ ଏହି ବ୍ଲୁ ଲାଇଟ୍‌ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଗବେଷକଙ୍କ ମତରେ ଏହି ବ୍ଲୁ ଲାଇଟ୍‌ କାରଣରୁ ଓଜନ ବଢ଼ିବା ସହିତ ଓବେସିଟି ଭଳି ରୋଗ ମଧ୍ୟ ହୋଇଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଲାପ୍‌ଟପ୍‌, କମ୍ପ୍ୟୁଟର୍‌ କିମ୍ବା ମୋବାଇଲ୍‌ ଧରି ଗୋଟିଏ ସ୍ଥାନରେ ଲଗାତାର ଅଧିକ ସମୟ ବସନ୍ତି, ତେବେ ତାଙ୍କର ଓଜନ ବଢ଼ିବାର ଆଶଙ୍କା ଅଧିକ ରହିଛି। ତେଣୁ ଯଦି ବି ଆପଣଙ୍କୁ ବାଧ୍ୟତାମୂଳକ ଏପରି କରିବାକୁ ପଡ଼ୁଛି, ତେବେ ମଝିରେ ମଝିରେ ଉଠି କିଛି ସମୟ ପାଇଁ ବୁଲନ୍ତୁ। ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଅଫିସ୍‌ ସିଟ୍‌ରେ ନବସି କିଛି ସମୟ ଚାଲିପାରିେବ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

ବେକ ଓ ପିଠି ଯନ୍ତ୍ରଣା

ସ୍କ୍ରିନ ଆଡିକ୍ଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ବେକ ଓ ପିଠିରେ ଯନ୍ତ୍ରଣା। ଇଲେକ୍ଟ୍ରୋନିକ ସାମଗ୍ରୀର ଅଧିକ ବ୍ୟବହାର ଫଳରେ କ୍ରୋନିକ୍‌ ବ୍ୟାକ୍‌ପେନ୍‌, କାନ୍ଧ ବିନ୍ଧା ଓ ବେକରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ, ଯାହା ଭବିଷ୍ୟତରେ ସ୍ପଣ୍ଡିଲାଇଟସ୍‌ ଭଳି ରୋଗକୁ ସୃଷ୍ଟି କରିଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ଖୁବ ଯନ୍ତ୍ରଣା ଅନୁଭବ କରିଥାନ୍ତି। ତେଣୁ ପ୍ରାଥମିକ ସ୍ତରରେ ଯନ୍ତ୍ରଣା ଅନୁଭବ କରୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅଧିକ ସମୟ ଗୋଟିଏ ପାଖରେ ବସିରହିବା ପରିବର୍ତ୍ତେ ଚାଲିପାରିବେ। ଏହା ସହ କିଛି ଷ୍ଟ୍ରେଚିଂ ବ୍ୟାୟାମ ଦ୍ବାରା କ୍ରୋନିକ୍‌ ଡିସ୍‌ଅର୍ଡ଼ରକୁ ଦୂରେଇ ହେବ।

ପିଲାଙ୍କ କ୍ଷେତ୍ରରେ କୁପ୍ରଭାବ

ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ସର୍ଭେ ଅନୁସାରେ, ଯେଉଁ ପିଲାମାନେ ଦୁଇ ଘଣ୍ଟାରୁ ଅଧିକ ସ୍କ୍ରିନକୁ ଚାହିଁ ଥାଆନ୍ତି, ସେମାନେ ନିଜର ଭାବ ପ୍ରକାଶ କରିବାରେ ପଛରେ ରହିଯାଉଛନ୍ତି। ସେହିଭଳି ଯେଉଁ ପିଲାମାନେ ସାତ ଘଣ୍ଟାରୁ ଅଧିକ ସ୍କ୍ରିନକୁ ଚାହାନ୍ତି, ସେମାନଙ୍କଠାରେ ମାନସିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢ଼ିଥାଏ। ସ୍କ୍ରୀନ୍‌ ଆଡିକ୍ଟର କୁପ୍ରଭାବ ଯୋଗୁ କେତେକ କ୍ଷେତ୍ରରେ ପିଲାମାନେ ଡେରିରେ କଥା ବୁଝୁଥିବାବେଳେ ଅନେକ ସମୟ ଚୁପ୍‌ଚାପ୍‌ ହୋଇ ରହୁଥÒବାର ଦେଖାଯାଉଛି।

ସମସ୍ୟାର ଉପଯୁକ୍ତ ସମାଧାନ

ଉପରୋକ୍ତ ସମସ୍ତ ସମସ୍ୟାର ଗୋଟିଏ ସମାଧାନ ହେଉଛି – ବ୍ଲୁ ଲାଇଟ୍‌ରୁ ଦୂରେଇ ରହିବା। ଆଜିକାଲିର ଡିଜିଟାଲ୍‌ ଯୁଗରେ ଏଭଳି କରିବା କେତେକ କ୍ଷେତ୍ରରେ ସହଜ ହୋଇନଥାଏ। କାରଣ କାର୍ଯ୍ୟ କ୍ଷେତ୍ରରେ ଏହା ବାଧ୍ୟତାମୂଳକ ଥାଏ। କିନ୍ତୁ ଏହାର ପ୍ରଭାବକୁ କମ୍‌ କରିବା ପାଇଁ ଅନେକ କିଛି ଉପାୟ ରହିଛି, ଯାହାକି ଡାକ୍ତରଙ୍କ ସହ ପରାର୍ଶ କରି ସମସ୍ତେ ଜାଣିପାରିବେ। ଯେତେ ସମ୍ଭବ, ଛୋଟ ପିଲାଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖନ୍ତୁ।

ଡାକ୍ତର ସମ୍ରାଟ କର (ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ, ଦୂରଭାଷ : ୯୧୩୨୪୩୩୩୩୩)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର