ବଦଳିବ ଜିଏସ୍‌ଟି ସ୍ଲାବ୍‌ ; ବଢ଼ିବ ମହଙ୍ଗା ବୋଝ

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ବଜାରରେ ମହଙ୍ଗା ହେବାରେ ଲାଗିଛି ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ତେଲ ତାତିକୁ ବଳିଗଲାଣି ବଜାର ତାତି। ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ଖାଉଟି। ଏଭଳି ସ୍ଥଳେ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଉଚ୍ଚ ବଜାର ଦରରୁ ଆଶ୍ବସ୍ତି ମିଳିବା ସମ୍ଭାବନା କମ୍। କାରଣ ଆଗକୁ ଏହି ମହଙ୍ଗା ବୋଝ ଆହୁରି ବଢ଼ିବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କୁ ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ନିଶା […]

ନୂଆଦିଲ୍ଲୀ : ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ବଜାରରେ ମହଙ୍ଗା ହେବାରେ ଲାଗିଛି ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ତେଲ ତାତିକୁ ବଳିଗଲାଣି ବଜାର ତାତି। ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ଖାଉଟି। ଏଭଳି ସ୍ଥଳେ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଉଚ୍ଚ ବଜାର ଦରରୁ ଆଶ୍ବସ୍ତି ମିଳିବା ସମ୍ଭାବନା କମ୍। କାରଣ ଆଗକୁ ଏହି ମହଙ୍ଗା ବୋଝ ଆହୁରି ବଢ଼ିବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କୁ ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ନିଶା ଘାରିଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର କିଛି ବି କରିବାକୁ ପ୍ରସ୍ତୁତ। ଏଥିପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ପରିସରଭୁକ୍ତ ନଥିବା ସାମଗ୍ରୀଗୁଡିକ ଟିକସ ସ୍ଲାବ୍‌ ପରିସରକୁ ଆଣିବା ପାଇଁ ଏବେ ଚାଲିଛି ଯୋଜନା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ମେ’ ମାସରେ ବସିବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହାକୁ ଚୂଡାନ୍ତ ରୂପ ଦିଆଯିବ। ଏଥିଲାଗୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ଯୋଜନାନୁଯାୟୀ, ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ସରକାର ସମ୍ପୂର୍ଣ୍ଣ ରୂପେ ହଟାଇଦେବେ। ଏହା ବଦଳରେ ଖାଉଟିମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଦ୍ରବ୍ୟଗୁଡିକୁ ସରକାର ଟିକସ ପରିସରଭୁକ୍ତ କରିେବ। ଏଥିପାଇଁ ନୂଆକରି ୩ ପ୍ରତିଶତର ସର୍ବନିମ୍ନ ଟିକସ ସ୍ଲାବ୍‌ ଆରମ୍ଭ କରାଯିବ। ଏହି ସ୍ଲାବ୍‌ରେ ସେହି ବହୁଳ ଭାବେ ବ୍ୟବହାର କରାଯାଉଥିବା ଟିକସରହିତ ଦ୍ରବ୍ୟଗୁଡିକୁ ସାମିଲ କରାଯିବ। ଯାହାଫଳରେ ୩ ପ୍ରତିଶତ ଏବଂ ୮ ପ୍ରତିଶତ ସ୍ଲାବ୍‌ ଅଧୀନକୁ ବହୁ ସାମଗ୍ରୀ ଆସିଯିବ। ଆସନ୍ତା ମାସର ମଧ୍ୟ ଭାଗରେ ବସିବାକୁ ଯାଉଛି ଜିଏସ୍‌ଟି ପରିଷଦ ବୈଠକ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମେତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଭାଗନେବେ। କେନ୍ଦ୍ର ସରକାରଙ୍କ କହିବାନୁଯାୟୀ, ଉପରୋକ୍ତ ପଦକ୍ଷେପ ଜରିଆରେ କେନ୍ଦ୍ର ସରକାର ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଯାହାଦ୍ବାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବାକୁ ପଡିବନାହିଁ। ପ୍ରଚଳିତ ଜିଏସ୍‌ଟି ବ୍ୟବସ୍ଥାରେ ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ସ୍ଲାବ୍ ରହିଛି। ତେବେ ସୁନା ଏବଂ ସୁନା ଅଳଙ୍କାର ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଉଛି। ତେବେ ଏବେ ବି କିଛି ଅଣବ୍ରାଣ୍ଡେଡ୍ ଏବଂ ପ୍ୟାକ୍ ହୋଇ ନ ଥିବା ଉତ୍ପାଦ ରହିଛି, ଯାହା କୌଣସି ଜିଏସ୍‌ଟି ସ୍ଲାବ୍‌ ଅଧିନରେ ନାହିଁ। ଏହାର ଅର୍ଥ ହେଉଛି ଏହି ସବୁ ସାମଗ୍ରୀ ଉପରେ କୌଣସି ଜିଏସ୍‌ଟି ଲାଗୁ କରାଯାଉନାହିଁ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଏକ ସୂତ୍ରରୁ ପ୍ରକାଶ ଯେ ରାଜସ୍ୱ ବୃଦ୍ଧି ପାଇଁ କେନ୍ଦ୍ର ସରକାର ୩ ପ୍ରତିଶତ ସ୍ଲାବ୍‌ରେ କିଛି ଅଣ-ଖାଦ୍ୟ ସାମଗ୍ରୀକୁ ଆଣି ଏସବୁ ମୁକ୍ତ ଦ୍ରବ୍ୟ ତାଲିକାରୁ କାଟିବାକୁ ନିଷ୍ପତ୍ତି ନେବେ। ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ହଟାଇ ଏହାକୁ ୭, ୮ କିମ୍ବା ୯% ସ୍ଲାବ୍‌କୁ ବୃଦ୍ଧି କରିବା ଯୋଜନା ରହିଛି। ଆହୁରି ମଧ୍ୟ ଏକ ହିସାବ ଅନୁଯାୟୀ, ୫% ସ୍ଲାବରେ ସରକାରଙ୍କ ଦ୍ବାରା ପ୍ରତି ୧% ଟିକସ ହାର ବୃଦ୍ଧି (ଯେଉଁଥିରେ ମୁଖ୍ୟତଃ ଭାବେ ପ୍ୟାକେଜଡ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ) ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି କରାଇବ। ଜିଏସ୍‌ଟି ପରିଷଦ ଏହିପରି ଅନେକ ବିକଳ୍ପ ଉପରେ ଏବେ ବିଚାର କରୁଛି କିନ୍ତୁ ଅଧିକାଂଶ ଉତ୍ପାଦ ସାମଗ୍ରୀ ପାଇଁ ବୈଠକରେ ୮% ଜିଏସ୍‌ଟି ଉପରେ ସହମତି ହେବାର ଅଧିକ ସମ୍ଭାବନା ରହିଛି।

ସମ୍ପ୍ରତି ଏହିସବୁ ଉତ୍ପାଦଗୁଡିକ ଉପରେ ଜିଏସ୍‌ଟି ହାର ୫% ରହିଛି। ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଅଧ୍ୟକ୍ଷତାରେ ପରିଷଦ ରାଜ୍ୟ ମନ୍ତ୍ରୀଙ୍କ ଏକ କମିଟି ଗଠନ କରିଥିଲା। ଏହାର କାର୍ଯ୍ୟ ଥିଲା ଟିକସ ହାରକୁ ଯୁକ୍ତିଯୁକ୍ତ କରି ଟିକସ ସଂରଚନାରେ ଥିବା ଅସଙ୍ଗତିକୁ ହଟାଇ ରାଜସ୍ୱ ବୃଦ୍ଧି କରିବାର ଉପାୟ ଖୋଜିବା। ଆସନ୍ତା ମାସ ପ୍ରାରମ୍ଭରେ ମନ୍ତ୍ରୀ ଗୋଷ୍ଠୀ ଏହାର ସୁପାରିସ ରିପୋର୍ଟ ଦେବାର ସମ୍ଭାବନା ରହିଛି।

18 Apr 2022 By The Sakala

ବଦଳିବ ଜିଏସ୍‌ଟି ସ୍ଲାବ୍‌ ; ବଢ଼ିବ ମହଙ୍ଗା ବୋଝ

ନୂଆଦିଲ୍ଲୀ : ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ବଜାରରେ ମହଙ୍ଗା ହେବାରେ ଲାଗିଛି ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ତେଲ ତାତିକୁ ବଳିଗଲାଣି ବଜାର ତାତି। ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ଖାଉଟି। ଏଭଳି ସ୍ଥଳେ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଉଚ୍ଚ ବଜାର ଦରରୁ ଆଶ୍ବସ୍ତି ମିଳିବା ସମ୍ଭାବନା କମ୍। କାରଣ ଆଗକୁ ଏହି ମହଙ୍ଗା ବୋଝ ଆହୁରି ବଢ଼ିବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କୁ ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ନିଶା ଘାରିଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର କିଛି ବି କରିବାକୁ ପ୍ରସ୍ତୁତ। ଏଥିପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ପରିସରଭୁକ୍ତ ନଥିବା ସାମଗ୍ରୀଗୁଡିକ ଟିକସ ସ୍ଲାବ୍‌ ପରିସରକୁ ଆଣିବା ପାଇଁ ଏବେ ଚାଲିଛି ଯୋଜନା।

ମେ’ ମାସରେ ବସିବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହାକୁ ଚୂଡାନ୍ତ ରୂପ ଦିଆଯିବ। ଏଥିଲାଗୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ଯୋଜନାନୁଯାୟୀ, ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ସରକାର ସମ୍ପୂର୍ଣ୍ଣ ରୂପେ ହଟାଇଦେବେ। ଏହା ବଦଳରେ ଖାଉଟିମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଦ୍ରବ୍ୟଗୁଡିକୁ ସରକାର ଟିକସ ପରିସରଭୁକ୍ତ କରିେବ। ଏଥିପାଇଁ ନୂଆକରି ୩ ପ୍ରତିଶତର ସର୍ବନିମ୍ନ ଟିକସ ସ୍ଲାବ୍‌ ଆରମ୍ଭ କରାଯିବ। ଏହି ସ୍ଲାବ୍‌ରେ ସେହି ବହୁଳ ଭାବେ ବ୍ୟବହାର କରାଯାଉଥିବା ଟିକସରହିତ ଦ୍ରବ୍ୟଗୁଡିକୁ ସାମିଲ କରାଯିବ। ଯାହାଫଳରେ ୩ ପ୍ରତିଶତ ଏବଂ ୮ ପ୍ରତିଶତ ସ୍ଲାବ୍‌ ଅଧୀନକୁ ବହୁ ସାମଗ୍ରୀ ଆସିଯିବ। ଆସନ୍ତା ମାସର ମଧ୍ୟ ଭାଗରେ ବସିବାକୁ ଯାଉଛି ଜିଏସ୍‌ଟି ପରିଷଦ ବୈଠକ।

ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମେତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଭାଗନେବେ। କେନ୍ଦ୍ର ସରକାରଙ୍କ କହିବାନୁଯାୟୀ, ଉପରୋକ୍ତ ପଦକ୍ଷେପ ଜରିଆରେ କେନ୍ଦ୍ର ସରକାର ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି, ଯାହାଦ୍ବାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବାକୁ ପଡିବନାହିଁ। ପ୍ରଚଳିତ ଜିଏସ୍‌ଟି ବ୍ୟବସ୍ଥାରେ ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ସ୍ଲାବ୍ ରହିଛି। ତେବେ ସୁନା ଏବଂ ସୁନା ଅଳଙ୍କାର ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଉଛି। ତେବେ ଏବେ ବି କିଛି ଅଣବ୍ରାଣ୍ଡେଡ୍ ଏବଂ ପ୍ୟାକ୍ ହୋଇ ନ ଥିବା ଉତ୍ପାଦ ରହିଛି, ଯାହା କୌଣସି ଜିଏସ୍‌ଟି ସ୍ଲାବ୍‌ ଅଧିନରେ ନାହିଁ। ଏହାର ଅର୍ଥ ହେଉଛି ଏହି ସବୁ ସାମଗ୍ରୀ ଉପରେ କୌଣସି ଜିଏସ୍‌ଟି ଲାଗୁ କରାଯାଉନାହିଁ ।

ଏକ ସୂତ୍ରରୁ ପ୍ରକାଶ ଯେ ରାଜସ୍ୱ ବୃଦ୍ଧି ପାଇଁ କେନ୍ଦ୍ର ସରକାର ୩ ପ୍ରତିଶତ ସ୍ଲାବ୍‌ରେ କିଛି ଅଣ-ଖାଦ୍ୟ ସାମଗ୍ରୀକୁ ଆଣି ଏସବୁ ମୁକ୍ତ ଦ୍ରବ୍ୟ ତାଲିକାରୁ କାଟିବାକୁ ନିଷ୍ପତ୍ତି ନେବେ। ୫ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ହଟାଇ ଏହାକୁ ୭, ୮ କିମ୍ବା ୯% ସ୍ଲାବ୍‌କୁ ବୃଦ୍ଧି କରିବା ଯୋଜନା ରହିଛି। ଆହୁରି ମଧ୍ୟ ଏକ ହିସାବ ଅନୁଯାୟୀ, ୫% ସ୍ଲାବରେ ସରକାରଙ୍କ ଦ୍ବାରା ପ୍ରତି ୧% ଟିକସ ହାର ବୃଦ୍ଧି (ଯେଉଁଥିରେ ମୁଖ୍ୟତଃ ଭାବେ ପ୍ୟାକେଜଡ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ) ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି କରାଇବ। ଜିଏସ୍‌ଟି ପରିଷଦ ଏହିପରି ଅନେକ ବିକଳ୍ପ ଉପରେ ଏବେ ବିଚାର କରୁଛି କିନ୍ତୁ ଅଧିକାଂଶ ଉତ୍ପାଦ ସାମଗ୍ରୀ ପାଇଁ ବୈଠକରେ ୮% ଜିଏସ୍‌ଟି ଉପରେ ସହମତି ହେବାର ଅଧିକ ସମ୍ଭାବନା ରହିଛି।

ସମ୍ପ୍ରତି ଏହିସବୁ ଉତ୍ପାଦଗୁଡିକ ଉପରେ ଜିଏସ୍‌ଟି ହାର ୫% ରହିଛି। ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଅଧ୍ୟକ୍ଷତାରେ ପରିଷଦ ରାଜ୍ୟ ମନ୍ତ୍ରୀଙ୍କ ଏକ କମିଟି ଗଠନ କରିଥିଲା। ଏହାର କାର୍ଯ୍ୟ ଥିଲା ଟିକସ ହାରକୁ ଯୁକ୍ତିଯୁକ୍ତ କରି ଟିକସ ସଂରଚନାରେ ଥିବା ଅସଙ୍ଗତିକୁ ହଟାଇ ରାଜସ୍ୱ ବୃଦ୍ଧି କରିବାର ଉପାୟ ଖୋଜିବା। ଆସନ୍ତା ମାସ ପ୍ରାରମ୍ଭରେ ମନ୍ତ୍ରୀ ଗୋଷ୍ଠୀ ଏହାର ସୁପାରିସ ରିପୋର୍ଟ ଦେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର