ରାଜ୍ୟର ଶହେଟି ହାଇସ୍କୁଲରେ ଖୋଲିବ +୨ ଶ୍ରେଣୀ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଶହେଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ। ଏହି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱଦଶ ଯାଏଁ ଅଧ୍ୟୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିଦ୍ୟାଳୟଗୁଡ଼ିକରେ କଳା ବିଭାଗ ଖୋଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗ ଖୋଲିବ। ତେବେ ଚିହ୍ନଟ ହୋଇଥିବା ଶହେଟି ସ୍କୁଲ ଉନ୍ନୀତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଏବି(ପ୍ରଜେକ୍ଟ ଅନୁମୋଦନ ବୋର୍ଡ଼) […]

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଶହେଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ। ଏହି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱଦଶ ଯାଏଁ ଅଧ୍ୟୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିଦ୍ୟାଳୟଗୁଡ଼ିକରେ କଳା ବିଭାଗ ଖୋଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗ ଖୋଲିବ। ତେବେ ଚିହ୍ନଟ ହୋଇଥିବା ଶହେଟି ସ୍କୁଲ ଉନ୍ନୀତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଏବି(ପ୍ରଜେକ୍ଟ ଅନୁମୋଦନ ବୋର୍ଡ଼) ରାଜ୍ୟର ଶହେଟି ହାଇସ୍କୁଲରେ +୨ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି। ଚଳିତ ଶିକ୍ଷାବର୍ଷରୁ ନାମଲେଖା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ବର୍ଷରେ ନାମଲେଖା ହେବ। ପ୍ରାଥମିକ ପର୍ଯ୍ୟୟରେ ଏହି ବିଦ୍ୟାଳୟରେ କଳା ବିଭାଗର ୧୨୮ଟି ଲେଖାଏଁ ସିଟ୍‌‌ ଖୋଲିବ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ଇନ୍ଧନ ସଙ୍କଟ: ୪୨୧ ପେଟ୍ରୋଲ ପମ୍ପ ବନ୍ଦ, ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

କହିବାକୁ ଗଲେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ୧୨ ହଜାର ୮ଶହଟି ଅଧିକ +୨ କଳା ସିଟ୍‌‌ ପାଇବେ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉନ୍ନତ ପାସ୍‌‌ ହାର ଓ ପୂର୍ବାପେକ୍ଷା ପିଲାଙ୍କ ସଫଳତାକୁ ଦୃଷ୍ଟିରେ ରଖି ବିଭାଗ ସିଟ୍‌‌ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିକଟରେ ଆବେଦନ କରାଯାଇଥିବାବେଳେ ମନ୍ତ୍ରଣାଳୟ ପ୍ରଥମେ ୪୩ ଓ ପରେ ୫୭ଟି ହାଇ ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ଲାଗି ଅନୁମତି ପ୍ରଦାନ କରିଥିଲା। ମନ୍ତ୍ରଣାଳୟର ଅନୋମୋଦନ ଅନୁଯାୟୀ ବଲାଙ୍ଗିରରେ ୬ଟି ହାଇ ସ୍କୁଲ +୨କୁ ଉନ୍ନୀତ ହୋଇଥିବାବେଳେ ଦେବଗଡ଼ର ୪ଟି, ଗଞ୍ଜାମର ୮ଟି, କଳାହାଣ୍ଡିରେ ୭, କେନ୍ଦୁଝରରେ ୩, ମାଲକାନାଗିରିରେ ୫, ନବରଙ୍ଗପୁରର ୫, ଅନୁଗୋଳ, ବରଗଡ଼, କଟକ, ଗଜପତି ଓ ବୌଦ୍ଧ ଆଦିରେ ୨ ଲେଖାଏଁ, ସୁନ୍ଦରଗଡ଼ର ୬ ଆଦି ସମେତ ମୋଟ୍‌‌ ୩୦ ଜିଲ୍ଲାରେ ଶହେଟି ହାଇ ସ୍କୁଲ +୨କୁ ଉନ୍ନୀତ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

20 Oct 2022 By The Sakala

ରାଜ୍ୟର ଶହେଟି ହାଇସ୍କୁଲରେ ଖୋଲିବ +୨ ଶ୍ରେଣୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଶହେଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ। ଏହି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱଦଶ ଯାଏଁ ଅଧ୍ୟୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିଦ୍ୟାଳୟଗୁଡ଼ିକରେ କଳା ବିଭାଗ ଖୋଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗ ଖୋଲିବ। ତେବେ ଚିହ୍ନଟ ହୋଇଥିବା ଶହେଟି ସ୍କୁଲ ଉନ୍ନୀତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଏବି(ପ୍ରଜେକ୍ଟ ଅନୁମୋଦନ ବୋର୍ଡ଼) ରାଜ୍ୟର ଶହେଟି ହାଇସ୍କୁଲରେ +୨ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି। ଚଳିତ ଶିକ୍ଷାବର୍ଷରୁ ନାମଲେଖା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ବର୍ଷରେ ନାମଲେଖା ହେବ। ପ୍ରାଥମିକ ପର୍ଯ୍ୟୟରେ ଏହି ବିଦ୍ୟାଳୟରେ କଳା ବିଭାଗର ୧୨୮ଟି ଲେଖାଏଁ ସିଟ୍‌‌ ଖୋଲିବ।

କହିବାକୁ ଗଲେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ୧୨ ହଜାର ୮ଶହଟି ଅଧିକ +୨ କଳା ସିଟ୍‌‌ ପାଇବେ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉନ୍ନତ ପାସ୍‌‌ ହାର ଓ ପୂର୍ବାପେକ୍ଷା ପିଲାଙ୍କ ସଫଳତାକୁ ଦୃଷ୍ଟିରେ ରଖି ବିଭାଗ ସିଟ୍‌‌ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିକଟରେ ଆବେଦନ କରାଯାଇଥିବାବେଳେ ମନ୍ତ୍ରଣାଳୟ ପ୍ରଥମେ ୪୩ ଓ ପରେ ୫୭ଟି ହାଇ ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ଲାଗି ଅନୁମତି ପ୍ରଦାନ କରିଥିଲା। ମନ୍ତ୍ରଣାଳୟର ଅନୋମୋଦନ ଅନୁଯାୟୀ ବଲାଙ୍ଗିରରେ ୬ଟି ହାଇ ସ୍କୁଲ +୨କୁ ଉନ୍ନୀତ ହୋଇଥିବାବେଳେ ଦେବଗଡ଼ର ୪ଟି, ଗଞ୍ଜାମର ୮ଟି, କଳାହାଣ୍ଡିରେ ୭, କେନ୍ଦୁଝରରେ ୩, ମାଲକାନାଗିରିରେ ୫, ନବରଙ୍ଗପୁରର ୫, ଅନୁଗୋଳ, ବରଗଡ଼, କଟକ, ଗଜପତି ଓ ବୌଦ୍ଧ ଆଦିରେ ୨ ଲେଖାଏଁ, ସୁନ୍ଦରଗଡ଼ର ୬ ଆଦି ସମେତ ମୋଟ୍‌‌ ୩୦ ଜିଲ୍ଲାରେ ଶହେଟି ହାଇ ସ୍କୁଲ +୨କୁ ଉନ୍ନୀତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର