ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଦାରା ସିଂହଙ୍କ ଇସ୍ତଫା, ୨୪ ଘଣ୍ଟା ମଧ୍ୟରେ ପଦ ଛାଡିଲେଣି ୨ମନ୍ତ୍ରୀ ଓ ୫ ବିଧାୟକ

The Sakala Picture
Published On

ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାର ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ। ଏହାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଯୋଗୀଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂ ଚୌହାନ ଇସ୍ତଫା […]

ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାର ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ। ଏହାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଯୋଗୀଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂ ଚୌହାନ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି ଅବହେଳା ଯୋଗୁଁ ସେ ମର୍ମାହତ ହୋଇଛନ୍ତି। ପଛୁଆ ଏବଂ ଦଳିତଙ୍କ ସଂରକ୍ଷଣ ସହ ଖେଳୁଛନ୍ତି ସରକାର । ଏହା ମଧ୍ୟ ତାଙ୍କୁ ଆଘାତ ଦେଇଛି ବୋଲି ସେ କହିଛନ୍ତି। ସେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସେପଟେ ନିଜ ଇସ୍ତଫାର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦାରା ସିଂ ଚୌହାନଙ୍କୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ବିଧାନସଭା ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ମନ୍ତ୍ରୀ ଓ ବିଧାୟକ ଦଳ ଛାଡିବା ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଅଡୁଆରେ ପକାଇଛି। ମଙ୍ଗଳବାର ଯୋଗୀ କ୍ୟାବିନେଟ ଶ୍ରମମନ୍ତ୍ରୀ  ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ।ମନ୍ତ୍ରୀ ପଦ ଛାଡ଼ିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଶାହାଜାହନପୁର ବିଧାୟକ ରୋଶନ ଲାଲ ବର୍ମା, ବନ୍ଦା ବିଧାୟକ ବ୍ରିଜେଶ ପ୍ରଜାପତି, କାନପୁର ବିଧାୟକ ଭଗବତୀ ସାଗର ମଧ୍ୟ ବିଜେପି ଛାଡି  ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ବିଧାୟକ ମାଧୁରୀ ବର୍ମା, ରାଧାକୃଷ୍ଣ ଶର୍ମା ଓ ଦିଗବିଜୟ ନାରାୟଣ ଚୌବେ ମଧ୍ୟ ଦଳଛାଡ଼ି ସପାରେ ମିଶିଥିଲେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର