ବୁଥ୍ ବାହୁଡ଼ା ମତ: ହରିୟାଣା ଏବଂ କଶ୍ମୀରରେ ବିଜେପିକୁ ଝଟ୍କା, ସରକାର ଗଢ଼ିବ କଂଗ୍ରେସ
ନୂଆଦିଲ୍ଳୀ: ଗତ ଲୋକସଭା ନିର୍ବାଚନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ହରିୟାଣାରେ ସରକାର ଗଢ଼ିବ । ୧୦ ବର୍ଷ ଧରି ଶାସନରେ ଥିବା ବିଜେପିକୁ ଏଥର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ । ରାଜ୍ୟ ବିଧାନସଭାର ୯୦ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ରିପୋର୍ଟରୁ ଏଭଳି ସୂଚନା ମିଳିଛି । ସେହିଭଳି ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ଆଶା ରଖିଥିବା ବିଜେପିକୁ […]
ନୂଆଦିଲ୍ଳୀ: ଗତ ଲୋକସଭା ନିର୍ବାଚନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ହରିୟାଣାରେ ସରକାର ଗଢ଼ିବ । ୧୦ ବର୍ଷ ଧରି ଶାସନରେ ଥିବା ବିଜେପିକୁ ଏଥର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ । ରାଜ୍ୟ ବିଧାନସଭାର ୯୦ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ରିପୋର୍ଟରୁ ଏଭଳି ସୂଚନା ମିଳିଛି । ସେହିଭଳି ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ଆଶା ରଖିଥିବା ବିଜେପିକୁ ଝଟକା ଲାଗିବ । ଏଠାରେ ମଧ୍ୟ କଂଗ୍ରେସ-ଏନ୍ସି ମେଣ୍ଟ ସରକାର ଗଠନର ସମ୍ଭାବନା ରହିଛି ।
ଆଜି ହରିୟାଣା ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ୯୦ ଆସନ ମଧ୍ୟରୁ ୫୬ଟି ଆସନରେ ବିଜୟୀ ହୋଇ କଂଗ୍ରେସ ସରକାର ଗଢ଼ିବ । ବିଜେପି ବିଧାୟକ ସଂଖ୍ୟା ୨୭କୁ କମିଯାଇପାରେ । ଦୈନିକ ଭାସ୍କର, ଧୃବ ରିସର୍ଚ୍ଚ, ଇଣ୍ଡିଆ ଟୁଡେ ଏବଂ ପିପୁଲ୍ସ ପଲ୍ସ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସକୁ ୪୪ରୁ ୬୪ ପର୍ଯ୍ୟନ୍ତ ଆସନ ମିଳିପାରେ । ସେହିଭଳି ବିଜେପିକୁ ୧୯ରୁ ୩୨ଟି ପର୍ଯ୍ୟନ୍ତ ଆସନ ମିଳିପାରେ । ଏନ୍ଡିଟିଭି ପୋଲ୍ ଅଫ୍ ଦି ପୋଲ୍ସ ଅନୁସାରେ କଂଗ୍ରେସକୁ ୫୪ ଏବଂ ବିଜେପିକୁ ୨୭ଟି ଆସନ ମିଳିପାରେ । ସଟ୍ଟା ବଜାରର ଆକଳନ ଅନୁଯାୟୀ କଂଗ୍ରେସକୁ ୫୭ରୁ ୫୯ ମିଳିବ । ବିଜେପି ୨୨ରୁ ୨୪ ଆସନ ମଧ୍ୟରେ ସୀମିତ ରହିବ । ଅଭୟ ଚୌତାଲାଙ୍କ ଇଣ୍ଡିଆନ୍ ନେସନାଲ ଲୋକଦଳକୁ ୨ ଏବଂ ଅନ୍ୟମାନଙ୍କୁ ୬ଟି ଆସନ ମିଳିପାରେ । ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଖାତା ଖୋଲିପାରିବ ନାହିଁ ବୋଲି କୁହାଯାଉଛି ।
ସେହିଭଳି ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ-ଏନ୍ସି ମେଣ୍ଟ ସରକାର ଗଠନ କରିବ ବୋଲି ଅଧିକାଂଶ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ସଟ୍ଟା ବଜାର ଆକଳନ କରିଛି େଯ ପୂର୍ଣ୍ଣ ବହୁମତ ସହିତ କଂଗ୍ରେସ-ଏନ୍ସି (ନେସନାଲ କନଫରେନ୍ସ) ମେଣ୍ଟ ବିଜୟ ଲାଭ କରି ସରକାର ଗଠନ କରିବ । ଏହି ମେଣ୍ଟକୁ ୫୦ରୁ ୫୫ ଆସନ ମିଳିପାରେ । ବିଜେପିକୁ ୨୦ରୁ ୨୮ ଏବଂ ପିଡିପିକୁ ୪ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି । ପିପୁଲ୍ସ ପଲ୍ସ ମଧ୍ୟ କହିଛି ଯେ କଂଗ୍ରେସ ମେଣ୍ଟକୁ ୪୬ରୁ ୫୦ ଆସନ ମିଳିପାରେ । ବିଜେପି ସଂଖ୍ୟା ୨୭ରେ ସୀମିତ ରହିବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ କହୁଛି ଯେ କଂଗ୍ରେସକୁ ୪୦ରୁ ୪୮ ଆସନ ମିଳିପାରେ । ଆକ୍ସିିସ୍ ଇଣ୍ଡିଆ ମଧ୍ୟ କଂଗ୍ରେସ ମେଣ୍ଟକୁ ୪୫ଟି ଆସନ ଦେଇଛି । ତେବେ ଅନ୍ୟ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସ-ଏନ୍ସି ମେଣ୍ଟକୁ ୩୫ରୁ ୪୦ଟି ଆସନ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ୨୦ରୁ ୩୨ ଯାଏଁ ଆସନ ମିଳିପାରେ । ଏନ୍ଡିଟିିଭି ପୋଲ୍ ଅଫ୍ ଦି ପୋଲ୍ସ ଅନୁଯାୟୀ କଂଗ୍ରେସ ମେଣ୍ଟକୁ ୪୨ ଏବଂ ବିଜେପିକୁ ୨୭ଟି ଆସନ ମିଳିପାରେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପିଡିପିକୁ ୭ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୪ଟି ଆସନ ମିଳିପାରେ । ଝୁଲା ବିଧାନସଭା ହେଲେ ନୂଆ ସରକାର ଗଠନରେ ପିଡିପି ଏବଂ ଅନ୍ୟ ଦଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ତେବେ ଆସନ୍ତା ୭ ତାରିଖରେ ଭୋଟ୍ ଗଣତି ହେବ ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବ । ଉକ୍ତ ଦିନ ଜଣାପଡ଼ିବ ପ୍ରକୃତରେ କିଏ କେତେ ଆସନ ପାଇବେ ।
ଫଳାଫଳ ଘୋଷଣା ପୂର୍ବରୁ ଜମ୍ମୁ-କଶ୍ମୀରରେ ବିବାଦୀୟ ପରିସ୍ଥିିିତି ସୃଷ୍ଟି ହୋଇଛି । ରାଜ୍ୟ ବିଧାନସଭାର ୯୦ଟି ଆସନ ଥିଲେ ମଧ୍ୟ ଆଉ ୫ ଜଣଙ୍କୁ ମନୋନୀତ କରିବା ଲାଗି ରାଜ୍ୟପାଳଙ୍କ କ୍ଷମତା ରହିଛି । ବିଧାନସଭା ଗଠନ ତ ଦୂରର କଥା, ଭୋଟ୍ ଗଣତି ହୋଇନଥିବା ବେଳେ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୫ ଜଣଙ୍କ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହାକୁ କଂଗ୍ରେସ ଦୃଢ଼ ବିରୋଧ କରିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନୂଅା ସରକାରର ସୁପାରିସ ଅନୁସାରେ ଉପରାଜ୍ୟପାଳ ୫ ଜଣଙ୍କୁ ମନୋନୀତ କରିବା ଉଚିତ । ବିଜେପିକୁ ଫାଇଦା ଦେବାପାଇଁ ଉପରାଜ୍ୟପାଳ ଏବେଠାରୁ ତରବର ହେଉଛନ୍ତି । ଏହା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ବୋଲି ରାଜ୍ୟ କଂଗ୍ରେସ ଉପସଭାପତି କହିଛନ୍ତି ।
ସଂଶୋଧିତ ନିୟମ ଅନୁଯାୟୀ ରାଜ୍ୟପାଳ ଯେଉଁ ୫ ଜଣଙ୍କୁ ମନୋନୀତ କରିବେ ସେମାନଙ୍କର ବିଧାୟକ ହିସାବରେ ସମସ୍ତ ଅଧିକାର ଓ କ୍ଷମତା ରହିବ । ସେମାନେ ବିଧାନସଭାରେ ଭୋଟ୍ ମଧ୍ୟ ଦେଇପାରିେବ । ଦୁଇ ଜଣ ମହିଳା, ଦୁଇ ଜଣ କଶ୍ମୀରୀ ପଣ୍ଡିତ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରୁ ବିତାଡ଼ିତ ଶରଣାର୍ଥୀଙ୍କର ଜଣେ ପ୍ରତିନିଧିଙ୍କୁ ଉପରାଜ୍ୟପାଳ ମନୋନୀତ କରିପାରିବେ ।