ଆଜି ପବିତ୍ର ଗୁରୁ ଦିବସ, ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ସାରା ଦେଶ…

The Sakala Picture
Published On

ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର । ଈଶ୍ବରଙ୍କ ଅନ୍ୟ ରୂପ ହେଲେ ଗୁରୁ। ଗୁରୁ ହେଉଛନ୍ତି ସାକ୍ଷାତ୍‌ ପରମ୍‌ବ୍ରହ୍ମ। ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। ବିଦ୍ୟାଳୟରେ ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଅଜ୍ଞାନ ରୂପକ ଅନ୍ଧକାରରୁ […]

ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର । ଈଶ୍ବରଙ୍କ ଅନ୍ୟ ରୂପ ହେଲେ ଗୁରୁ। ଗୁରୁ ହେଉଛନ୍ତି ସାକ୍ଷାତ୍‌ ପରମ୍‌ବ୍ରହ୍ମ। ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। ବିଦ୍ୟାଳୟରେ ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି, ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଯୋଗଦାନ ଲୋଡ଼ାଥାଏ । ଛାତ୍ରର ମାର୍ଗଦର୍ଶକ ସାଜି ଛାତ୍ରକୁ ଭଲ ମଣିଷ ରୂପେ ଗଢ଼ିତୋଳିବାରେ ଗୁରୁଙ୍କ ଭୂମିକା ସର୍ବାଗ୍ରେ। ତେଣୁ ଭାଗବତରେ ଅଛି ‘‘ଗୁରୁ ନ ଥାଇ ତୁ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ।’’ ଶିକ୍ଷାର୍ଥୀ-ଶିକ୍ଷକ-ଶିକ୍ଷାୟତନ ତ୍ରିଭୁଜ ଭଳି। ପ୍ରତ୍ୟେକ ପରସ୍ପରର ପରିପୂରକ। ଜଣକ ବିନା ଅନ୍ୟର ସ୍ଥିତି ନିରର୍ଥକ। ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା। ଗୁରୁଙ୍କ ଭିତରେ ଯେ ବିଶ୍ବ ଓ ବିଶ୍ବ ଭିତରେ ଯେ ଗୁରୁଙ୍କୁ ଅନୁଭବ କରେ ସେ ଗୁରୁକୃପା ଲାଭ କରିଥାଏ। ବିନା ଗୁରୁରେ ଜୀବନରେ ଗତି, ମୁକ୍ତି, ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେେଲ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ତାଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇ ଆସୁଛି। ରାଧାକ୍ରିଷ୍ଣନ୍‌ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନତା ସୃଷ୍ଟି କରିବା ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ, ଉପନିଷଦକୁ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର