ଚନ୍ଦ୍ରଗ୍ରହଣରେ ସାମୁହିକ ଖାଦ୍ୟ ଖାଇବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ

The Sakala Picture
Published On

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ ମଧ୍ୟ କରାଯାଇଛି । ସୂଚନା ଅନୁସାରେ, ଆଜି ରାଜଧାନୀ ଭୁବନେଶ୍ୱରର ଲୋହିଆ ଏକାଡେମୀରେ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଖାଦ୍ୟଗ୍ରହଣକୁ ବିରୋଧ କରି ପରମ୍ପରାବାଦୀମାନେ ସେଠାରେ ପହଞ୍ଚି […]

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ ମଧ୍ୟ କରାଯାଇଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁସାରେ, ଆଜି ରାଜଧାନୀ ଭୁବନେଶ୍ୱରର ଲୋହିଆ ଏକାଡେମୀରେ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଖାଦ୍ୟଗ୍ରହଣକୁ ବିରୋଧ କରି ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ପରସ୍ପରକୁ ବିଧା, ଗୋଇଠା ମାରିଥିଲେ ଏବଂ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଅନ୍ୟପଟେ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡସ୍ଥିତ ମାନସ ଭବନ ସମ୍ମୁଖରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ହେତୁବାଦୀ ସଂଗଠନର ବ୍ୟାନର ଚିରିବା ସହିତ ଗୋବର ଫୋପାଡି କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପଶିଥିଲେ ବଜରଙ୍ଗ ଦଳ କର୍ମୀ। କାର୍ଯ୍ୟକ୍ରମ ସ୍ଥଳରେ ଲାଗିଥିବା ଟେଣ୍ଟକୁ ଉପାଡ଼ି ବାହାର କରିବା ସମୟରେ ଉପସ୍ଥିତ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବଜରଙ୍ଗ ଦଳ ଏବଂ ଭିଏଚପି ସଂଗଠନର କର୍ମୀ ମାନଙ୍କ ଉପରେ ସାମାନ୍ୟ ଲାଠି ଚାର୍ଜ କରିଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

08 Nov 2022 By The Sakala

ଚନ୍ଦ୍ରଗ୍ରହଣରେ ସାମୁହିକ ଖାଦ୍ୟ ଖାଇବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ଆଜି ରାଜଧାନୀ ଭୁବନେଶ୍ୱରର ଲୋହିଆ ଏକାଡେମୀରେ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଖାଦ୍ୟଗ୍ରହଣକୁ ବିରୋଧ କରି ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ପରସ୍ପରକୁ ବିଧା, ଗୋଇଠା ମାରିଥିଲେ ଏବଂ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି।

ଅନ୍ୟପଟେ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡସ୍ଥିତ ମାନସ ଭବନ ସମ୍ମୁଖରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ କରି ହେତୁବାଦୀ ସଂଗଠନର ବ୍ୟାନର ଚିରିବା ସହିତ ଗୋବର ଫୋପାଡି କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପଶିଥିଲେ ବଜରଙ୍ଗ ଦଳ କର୍ମୀ। କାର୍ଯ୍ୟକ୍ରମ ସ୍ଥଳରେ ଲାଗିଥିବା ଟେଣ୍ଟକୁ ଉପାଡ଼ି ବାହାର କରିବା ସମୟରେ ଉପସ୍ଥିତ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବଜରଙ୍ଗ ଦଳ ଏବଂ ଭିଏଚପି ସଂଗଠନର କର୍ମୀ ମାନଙ୍କ ଉପରେ ସାମାନ୍ୟ ଲାଠି ଚାର୍ଜ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର