ରୋଷେଇ ଘରେ ପୁଣି ମହଙ୍ଗା ମାଡ : ବଢୁଛି ହରଡ଼ ଡାଲି ଦର, ଆଗକୁ ବଢିବ ଲୁଣ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଫଳରେ ହସ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରୋଜଗାର ବୃଦ୍ଧି ପାଉନଥିଲା ବେଳେ ଦରଦାମର ଏପରି ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହାରି ମଧ୍ୟରେ ରୋଷେଇରେ ବ୍ୟବହୃତ ଟାଟା ଲୁଣ ର ଦର କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ବର୍ଷରୁ ଭାରତୀୟଙ୍କ ରୋଷେଇରେ ଜରୁରୀ ଏହି ଲୁଣ ଏବେ ମହଙ୍ଗା ହେବାକୁ ଯାଉଛି। ତାଜା ରିପୋର୍ଟ ଅନୁସାରେ […]

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଫଳରେ ହସ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରୋଜଗାର ବୃଦ୍ଧି ପାଉନଥିଲା ବେଳେ ଦରଦାମର ଏପରି ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହାରି ମଧ୍ୟରେ ରୋଷେଇରେ ବ୍ୟବହୃତ ଟାଟା ଲୁଣ ର ଦର କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ବର୍ଷରୁ ଭାରତୀୟଙ୍କ ରୋଷେଇରେ ଜରୁରୀ ଏହି ଲୁଣ ଏବେ ମହଙ୍ଗା ହେବାକୁ ଯାଉଛି। ତାଜା ରିପୋର୍ଟ ଅନୁସାରେ କମ୍ପାନୀ ବାଧ୍ୟ ହୋଇ ଲୁଣ ଦର ବୃଦ୍ଧି କରୁଛନ୍ତି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା କହିଛନ୍ତି ଯେ ମୂଲ୍ୟ ବୃଦ୍ଧିରେ କମ୍ପାନୀ କିଛି ବୋଝ ଗ୍ରାହକଙ୍କ କାନ୍ଧରେ ରଖିବାକୁ ବାଧ୍ୟ ହେଉଛି।ଡିସୁଜାଙ୍କ ଅନୁସାରେ ଲୁଣର ମୁଖ୍ୟ କାରକ ବ୍ରାଇନ ଏନର୍ଜୀ ଯୋଗୁ ମୂଲ୍ୟ ବୃଦ୍ଧି କରିବାକୁ ପଡୁଛି। ଏଥିରେ ବ୍ରାଇନ ଦର ସ୍ଥିର ଥିଲେବି ଏନର୍ଜୀ ମୂଲ୍ୟ ବୃଦ୍ଧି ଲୁଣ ଦର ବୃଦ୍ଧି ଲାଗି ବାଧ୍ୟ କରୁଛି। କମ୍ପାନୀ କେବଳ ମାର୍ଜିନ ବଞ୍ଚାଇବା ଲାଗି ଏହି ମୂଲ୍ୟ ବୃଦ୍ଧି କରୁଥିବା ସିଇଓ କହିଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାରରେ ଆସୁଥିବା ଟାଟା ଲୁଣ ଦର କେବେ ବୃଦ୍ଧି ହେବ ଓ କେତେ ବୃଦ୍ଧି ହେବ ସେ ନେଇ ଡିସୁଜା କିଛି କହି ନାହାନ୍ତି। ହେଲେ ଟାଟା ଲୁଣର ସବୁଠୁ ଛୋଟ ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ପଡୁଛି। ଏଥିରୁ ମୂଲ୍ୟ ବୃଦ୍ଧି ହେଲେ ଲୋକଙ୍କ ପକେଟ ଉପରେ ବୋଝ ବଢିବା ଏକପ୍ରକାର ନିଶ୍ଚିତ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଅନ୍ୟପଟେ ଦେଶରେ ହରଡ଼ ଡାଲି ଦର ଗତ କିଛି ସପ୍ତାହ ହେଲା ବଢିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ବିଶେଷକରି କେତେକ ଜମାଖୋର ବ୍ୟବସାୟୀ ହରଡର କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢାଇବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ସରକାର ଚିନ୍ତିତ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଷ୍ଟକ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧିନରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟକ ଦର୍ଶାଇବାକୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଦେଶର ପ୍ରମୁଖ ହରଡ଼ ଉତ୍ପାଦନକାରୀ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଖରିଫ ହରଡ଼ ଚାଷ ପ୍ରଭାବିତ ହୋଇଛି । ଏଥିପାଇଁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଫଳରେ ଗତ ଜୁଲାଇ ମଧ୍ୟ ଭାଗରୁ ଏପର୍ଯ୍ୟନ୍ତ ଦେଶରେ ହରଡ଼ ଡାଲି ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ମୁଦ୍ରାସ୍ପିତୀ ସମସ୍ୟାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ହରଡ଼ ଡାଲିର ମୂଲ୍ୟବୃଦ୍ଧି ସ୍ଥିତିକୁ ଜଟିଳ କରିବାର ଆଶଙ୍କା ରହିଛି ।

12 Aug 2022 By The Sakala

ରୋଷେଇ ଘରେ ପୁଣି ମହଙ୍ଗା ମାଡ : ବଢୁଛି ହରଡ଼ ଡାଲି ଦର, ଆଗକୁ ବଢିବ ଲୁଣ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଫଳରେ ହସ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରୋଜଗାର ବୃଦ୍ଧି ପାଉନଥିଲା ବେଳେ ଦରଦାମର ଏପରି ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହାରି ମଧ୍ୟରେ ରୋଷେଇରେ ବ୍ୟବହୃତ ଟାଟା ଲୁଣ ର ଦର କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ବର୍ଷରୁ ଭାରତୀୟଙ୍କ ରୋଷେଇରେ ଜରୁରୀ ଏହି ଲୁଣ ଏବେ ମହଙ୍ଗା ହେବାକୁ ଯାଉଛି। ତାଜା ରିପୋର୍ଟ ଅନୁସାରେ କମ୍ପାନୀ ବାଧ୍ୟ ହୋଇ ଲୁଣ ଦର ବୃଦ୍ଧି କରୁଛନ୍ତି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା ଏହି ସୂଚନା ଦେଇଛନ୍ତି।

ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା କହିଛନ୍ତି ଯେ ମୂଲ୍ୟ ବୃଦ୍ଧିରେ କମ୍ପାନୀ କିଛି ବୋଝ ଗ୍ରାହକଙ୍କ କାନ୍ଧରେ ରଖିବାକୁ ବାଧ୍ୟ ହେଉଛି।ଡିସୁଜାଙ୍କ ଅନୁସାରେ ଲୁଣର ମୁଖ୍ୟ କାରକ ବ୍ରାଇନ ଏନର୍ଜୀ ଯୋଗୁ ମୂଲ୍ୟ ବୃଦ୍ଧି କରିବାକୁ ପଡୁଛି। ଏଥିରେ ବ୍ରାଇନ ଦର ସ୍ଥିର ଥିଲେବି ଏନର୍ଜୀ ମୂଲ୍ୟ ବୃଦ୍ଧି ଲୁଣ ଦର ବୃଦ୍ଧି ଲାଗି ବାଧ୍ୟ କରୁଛି। କମ୍ପାନୀ କେବଳ ମାର୍ଜିନ ବଞ୍ଚାଇବା ଲାଗି ଏହି ମୂଲ୍ୟ ବୃଦ୍ଧି କରୁଥିବା ସିଇଓ କହିଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାରରେ ଆସୁଥିବା ଟାଟା ଲୁଣ ଦର କେବେ ବୃଦ୍ଧି ହେବ ଓ କେତେ ବୃଦ୍ଧି ହେବ ସେ ନେଇ ଡିସୁଜା କିଛି କହି ନାହାନ୍ତି। ହେଲେ ଟାଟା ଲୁଣର ସବୁଠୁ ଛୋଟ ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ପଡୁଛି। ଏଥିରୁ ମୂଲ୍ୟ ବୃଦ୍ଧି ହେଲେ ଲୋକଙ୍କ ପକେଟ ଉପରେ ବୋଝ ବଢିବା ଏକପ୍ରକାର ନିଶ୍ଚିତ।

ଅନ୍ୟପଟେ ଦେଶରେ ହରଡ଼ ଡାଲି ଦର ଗତ କିଛି ସପ୍ତାହ ହେଲା ବଢିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ବିଶେଷକରି କେତେକ ଜମାଖୋର ବ୍ୟବସାୟୀ ହରଡର କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢାଇବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ସରକାର ଚିନ୍ତିତ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଷ୍ଟକ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧିନରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟକ ଦର୍ଶାଇବାକୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଦେଶର ପ୍ରମୁଖ ହରଡ଼ ଉତ୍ପାଦନକାରୀ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଖରିଫ ହରଡ଼ ଚାଷ ପ୍ରଭାବିତ ହୋଇଛି । ଏଥିପାଇଁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଫଳରେ ଗତ ଜୁଲାଇ ମଧ୍ୟ ଭାଗରୁ ଏପର୍ଯ୍ୟନ୍ତ ଦେଶରେ ହରଡ଼ ଡାଲି ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ମୁଦ୍ରାସ୍ପିତୀ ସମସ୍ୟାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ହରଡ଼ ଡାଲିର ମୂଲ୍ୟବୃଦ୍ଧି ସ୍ଥିତିକୁ ଜଟିଳ କରିବାର ଆଶଙ୍କା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର