ଲକ୍ଷେ ପାର ହେଲା ୨୨ କ୍ୟାରେଟ୍‌ ସୁନା, ୨୪ କ୍ୟାରେଟ୍‌ ୧.୧୨ ଲକ୍ଷ ଟପିଲା

The Sakala Picture
Published On

ଭୁବନେଶ୍ବର : ଦୌଡୁଛି ସୁନା ବଜାର। ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି। ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ବୁଧବାର ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି। ହେଲେ ଏଥିରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ପ୍ରଥମ ଥର ୧ ଲକ୍ଷ ଟଙ୍କାର ଐତିହାସିକ ସ୍ତର […]

ଭୁବନେଶ୍ବର : ଦୌଡୁଛି ସୁନା ବଜାର। ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି। ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ବୁଧବାର ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି। ହେଲେ ଏଥିରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ପ୍ରଥମ ଥର ୧ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଛି।  ଅପରପକ୍ଷେ ରୁପା ଦର ସୁନା ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇ ଏକ କିଲୋ ପିଛା ୧ ଲକ୍ଷ ୪୦ ହଜାର ଟଙ୍କା ଛୁଇଁଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାଜଧାନୀ ଭୁବନେଶ୍ୱରରେ ବୁଧବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ରେକର୍ଡ ୧,୧୨,୬୬୫ ଟଙ୍କାରେ ପହଞ୍ଚିଛି। ତେବେ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରଥମ କରି ୧,୦୧,୧୦୦ ଟଙ୍କା ଛୁଇଁଛି। ଏହାବାଦ୍‌ ରୁପା କିଲୋ ପିଛା ୧,୪୦,୦୦୦ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିଛି। ସେହିଭଳି ନୂଆଦିଲ୍ଲୀରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୧,୧୨,୬୬୫ ଟଙ୍କାର ନୂତନ ସ୍ତରରେ ପହଞ୍ଚିଛି। ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ୧,୦୧,୧୦୦ ଟଙ୍କା ହୋଇଛି। କେତେକ ବୈଶ୍ବିକ କାରଣ ଯୋଗୁ ବିଶ୍ବ ସମେତ ଘରୋଇ ବଜାରରେ ସୁନା ଦର ମହଙ୍ଗା ହେଉଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ଯୋଗୁଁ ସୁନା ଦର ବଢ଼ୁଛି। ସୂଚନାଯୋଗ୍ୟ, ଚଳିତବର୍ଷ ସୁନା ଦରରେ ପାଖାପାଖି ୪୫ ପ୍ରତିଶତ ବୃଦ୍ଧି ଘଟିଲାଣିା

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ: ବୋର୍ଡ ସଭାପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp