ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ଭାରତ, ବାଂଲାଦେଶର ରୋମାଞ୍ଚକ ବିଜୟ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍‌ ଖେଳି ୧୮୬ କରି ଅଲ୍‌ଆଉଟ୍‌ ହୋଇଥିଲା। ଆଜି ଏହି କମ ସ୍କୋରିଂ ଇଂନିସରେ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ଘାତକ ବୋଲିଂ କରିଥିଲେ ମଧ୍ୟ ଶେଷ ୱିକେଟ ନେବାରେ ବିଫଳ ହୋଇଥିଲା। […]

ନୂଆଦିଲ୍ଲୀ: ଆଜି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍‌ ଖେଳି ୧୮୬ କରି ଅଲ୍‌ଆଉଟ୍‌ ହୋଇଥିଲା। ଆଜି ଏହି କମ ସ୍କୋରିଂ ଇଂନିସରେ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ଘାତକ ବୋଲିଂ କରିଥିଲେ ମଧ୍ୟ ଶେଷ ୱିକେଟ ନେବାରେ ବିଫଳ ହୋଇଥିଲା। ମେହଦି ହାସାନ ମିର୍ଜା ଏକ ସାନଦାର ଇଂନିସ ଖେଳି ବାଂଲାଦେଶକୁ ବିଜୟ ଦେଇଥିଲେ। ବାଂଲାଦେଶ ୯ ୱିକେଟ ହରାଇ ୪୬ ଓଭରରେ ୧୮୭ କରି ଆଜିର ମ୍ୟାଚକୁ ଜିତିନେଇଛ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ବାଂଲାଦେଶ ପକ୍ଷରୁ ଏନ୍‌.ଏଚ୍‌ ସାଣ୍ଟୋ କୌଣସି ରନ  ନ କରି ଆଉଟ ହୋଇଥିଲେ। ଅଧିନାୟକ ଲିଟନ ଦାସ ୬୩ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଅନାମୁଲ ହକ ୨୯ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳ ସାକିବ ଅଲ୍‌ ହାସନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ମୁସଫିକର ରହିମ ୪୫ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ମଧ୍ଯ ୩୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମେହଦି ହାସାନ ମିର୍ଜା ଓ ଅଫିଫ୍ ହୋସେନ ପାରିକୁ ସମ୍ଭାଳିଥିଲେ। ପରେ ଅଫିଫ୍ ୧୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ଇବାଦତ ହୋସେନ ଓ ହାସାନ ମହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ମିର୍ଜା ପାରିର ଶେଷ ଭାଗ ସମ୍ଭାଳିଥିଲେ। ମେହଦି ହାସାନ ମିର୍ଜା ଏକ ମ୍ୟାଚ ଉଇନିଂ ପାରି ଖେଳିଥିଲେ। ମେହଦି ହାସାନ ମିର୍ଜା ୩୯ ବଲରେ ୩୮ ରନ କରି ଅପରାଜିତ ରହିଥିଲେ। ମୁସ୍ତାଫିଜୁର ରେହମାନ ୧୧ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଭାରତୀୟ ଟିମ୍‌  ପକ୍ଷରୁ ସର୍ବାଧିକ ୱିକେଟ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ। କୁଳଦୀପ ସେନ୍‌ ଓ  ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ସୁର୍ଦଲ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

04 Dec 2022 By The Sakala

ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ଭାରତ, ବାଂଲାଦେଶର ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ: ଆଜି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍‌ ଖେଳି ୧୮୬ କରି ଅଲ୍‌ଆଉଟ୍‌ ହୋଇଥିଲା। ଆଜି ଏହି କମ ସ୍କୋରିଂ ଇଂନିସରେ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ଘାତକ ବୋଲିଂ କରିଥିଲେ ମଧ୍ୟ ଶେଷ ୱିକେଟ ନେବାରେ ବିଫଳ ହୋଇଥିଲା। ମେହଦି ହାସାନ ମିର୍ଜା ଏକ ସାନଦାର ଇଂନିସ ଖେଳି ବାଂଲାଦେଶକୁ ବିଜୟ ଦେଇଥିଲେ। ବାଂଲାଦେଶ ୯ ୱିକେଟ ହରାଇ ୪୬ ଓଭରରେ ୧୮୭ କରି ଆଜିର ମ୍ୟାଚକୁ ଜିତିନେଇଛ।

ବାଂଲାଦେଶ ପକ୍ଷରୁ ଏନ୍‌.ଏଚ୍‌ ସାଣ୍ଟୋ କୌଣସି ରନ  ନ କରି ଆଉଟ ହୋଇଥିଲେ। ଅଧିନାୟକ ଲିଟନ ଦାସ ୬୩ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଅନାମୁଲ ହକ ୨୯ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳ ସାକିବ ଅଲ୍‌ ହାସନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ମୁସଫିକର ରହିମ ୪୫ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ମଧ୍ଯ ୩୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମେହଦି ହାସାନ ମିର୍ଜା ଓ ଅଫିଫ୍ ହୋସେନ ପାରିକୁ ସମ୍ଭାଳିଥିଲେ। ପରେ ଅଫିଫ୍ ୧୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ଇବାଦତ ହୋସେନ ଓ ହାସାନ ମହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ମିର୍ଜା ପାରିର ଶେଷ ଭାଗ ସମ୍ଭାଳିଥିଲେ। ମେହଦି ହାସାନ ମିର୍ଜା ଏକ ମ୍ୟାଚ ଉଇନିଂ ପାରି ଖେଳିଥିଲେ। ମେହଦି ହାସାନ ମିର୍ଜା ୩୯ ବଲରେ ୩୮ ରନ କରି ଅପରାଜିତ ରହିଥିଲେ। ମୁସ୍ତାଫିଜୁର ରେହମାନ ୧୧ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ଭାରତୀୟ ଟିମ୍‌  ପକ୍ଷରୁ ସର୍ବାଧିକ ୱିକେଟ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ। କୁଳଦୀପ ସେନ୍‌ ଓ  ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ସୁର୍ଦଲ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର