ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ୍ ଆସନ୍ତାକାଲିଠାରୁ ବା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ ସ୍ଥାନୀୟ ରଣସିଂଘେ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ ମିନିଟ୍ରୁ ଆରମ୍ଭ ହେବ ଓ ସୋନି ସ୍ପୋର୍ଟ୍ସ ଟେନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଏହା ପୂର୍ବରୁ କାଣ୍ଡିରେ ଦୁଇ ଦେଶ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। […]
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ୍ ଆସନ୍ତାକାଲିଠାରୁ ବା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ ସ୍ଥାନୀୟ ରଣସିଂଘେ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ ମିନିଟ୍ରୁ ଆରମ୍ଭ ହେବ ଓ ସୋନି ସ୍ପୋର୍ଟ୍ସ ଟେନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଏହା ପୂର୍ବରୁ କାଣ୍ଡିରେ ଦୁଇ ଦେଶ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ଏକତରଫା ଭାବେ ୩-୦ ବ୍ୟବଧାନରେ ସିରିଜ୍ ଜିତିନେଇଥିଲା। ଏବେ ଦିନିକିଆ ସିରିଜ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଯଥା ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ପ୍ରଥମ ପସନ୍ଦ ୫ଜଣ ମିଡିୟମ୍ ପେସ୍ ବୋଲର ଏହି ସିରିଜ୍ରେ ଆହତ ସମସ୍ୟା ହେଉ କିମ୍ବା ଅସୁସ୍ଥତା ଯୋଗୁ ଖେଳୁନାହିଁ। ଏଭଳି ସ୍ଥିତିରେ ସିରିଜ୍ଟି ଏକତରଫା ହେବ କିମ୍ବା ପ୍ରତିଦ୍ୱନ୍ଦ୍ୱିତାମୂକ ତାହା ସମର୍ଥକଙ୍କ ମନରେ ପ୍ରଶ୍ନ ଉଠାଇଛି। କିନ୍ତୁ ଭାରତୀୟ ପ୍ରଶଂସକ ଏହି ସିରିଜ୍କୁ ୩-୦ରେ ଜିତି କ୍ଲିନ୍ ସୁଇପ କରିବ ବୋଲି ଆଶା କରୁଛନ୍ତି।
ନିକଟରେ ଭାରତ ଟି-୨୦ ବିଶ୍ୱକପ୍ରେ ଚାମ୍ପିଅନ ହୋଇଛି। ଏହା ପରେ ଶ୍ରୀଲଙ୍କା ସହ ୩ଟି ଟି-୨୦ ମ୍ୟାଚ୍ ଖେଳିଛି। ଦିନିକିଆ ଦଳରେ ସ୍ଥାନ ପାଇଥିବା ୧୫ଜଣଙ୍କ ମଧ୍ୟରୁ ୯ଜଣ ଏବେ ଟି-୨୦ ମୋଡ୍ରେ ଅଛନ୍ତି। ଯେଉଁ ୬ଜଣ ଟି-୨୦ ଦଳରେ ସ୍ଥାନ ପାଇ ନ ଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିଶ୍ୱକପ୍ ପରେ ଆଉ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ନାହାନ୍ତି। ଏଣୁ ଦିନିକିଆ ଫର୍ମାଟରେ ଖେଳିଲାବେଳେ ଖେଳାଳିଙ୍କୁ ଅନେକ କିଛି ଆଡଜଷ୍ଟ କରିବାକୁ ହେବ। ଯେଉଁ ଖେଳାଳି ଯେତେଶୀଘ୍ର ନିଜକୁ ସଜାଡ଼ିନେବ, ସେହି ଖେଳାଳି ସଫଳତା ପାଇବେ। ଅଧିନାୟକ ରୋହିତ ଶର୍ମାଙ୍କ ମତରେ ଆମକୁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହେବା କଥା ଏବେ ଛାଡିବାକୁ ହେବ। ଏବେ ଅନ୍ୟ ଖେଳ ଉପରେ ଫୋକସ କରିବାକୁ ପଡ଼ିବ ଓ ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ସଫଳତା ଉପରେ ନଜର ରଖିବାକୁ ହେବ। ଯେତେ ଶୀଘ୍ର ସମ୍ଭବ ଆମକୁ ଏହି ଫର୍ମାଟ ସହ ଆଡଜଷ୍ଟ କରିନେବାକୁ ହେବ। ଏବେ ନୂଆ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଦିଗ୍ଦର୍ଶନରେ ଖେଳିବାକୁ ହେବ। ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଓ ଏହା ଦଳକୁ ଅଧିକ ସଫଳତା ଦେବ। କିନ୍ତୁ ଆମକୁ ପ୍ରଥମେ ବିଜୟ ଧାରା ବଜାୟ ରଖିବାକୁ ହେବ। ଦିନିକିଆ ଦଳରେ ରୋହିତ ଓ କୋହଲିଙ୍କ ସହ ଲୋକେଶ ରାହୁଲ, ଶ୍ରେୟସ ଆୟର, କୁଲଦୀପ ଯାଦବ ଓ ହର୍ଷିତ ରାଣା ସାମିଲ ହୋଇଛନ୍ତି। ଅନ୍ୟମାନେ ଟି-୨୦ ଖେଳିଥିବା ଦଳରୁ ଆସିବେ। ଦଳ ଏହିଠାରୁ ଚାମ୍ପିଅନ୍ସ ଟ୍ରଫି ଲାଗି ପ୍ରସ୍ତୁତି ଆରମ୍ଭ କରିବ।
ଅନ୍ୟପକ୍ଷରେ ଟି-୨୦ ସିରିଜ୍ରେ ଦୟନୀୟ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦଳ ତାହାର ୫ଜଣ ପ୍ରମୁଖ ପେସ୍ ବୋଲରଙ୍କୁ ହରାଇଛି। ଆହତ ଓ ଅସୁସ୍ଥ ଯୋଗୁ ଏମାନେ ଦିନିକିଆ ଦଳରେ ସ୍ଥାନ ପାଇ ନାହାନ୍ତି। ମନୋନୀତ ହୋଇଥିବା ମାଥୀଶା ପତିରାଣା ଓ ଦିଲସାନ ମଦୁଶଙ୍କା ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ଦୁଇ ନବାଗତ ଖେଳାଳି ମହମ୍ମଦ୍ ଶିରାଜ ଓ ଏହସାନ ମାଲିଙ୍ଗାଙ୍କୁ ସାମିଲ କରାଯାଇଛି। କେବଳ ଅସିଥା ଫର୍ଣ୍ଣାଣ୍ଡୋ ଦଳରେ ଜଣେ ମାତ୍ର ଅଭିଜ୍ଞ ପେସ ବୋଲର ରହିଛନ୍ତି। ସେହିପରି ଏହି ସିରିଜ୍ ଲାଗି କୁଶାଲ ମେଣ୍ଡିସ୍ଙ୍କୁ ପ୍ରଥମେ ଅଧିନାୟକ ମନୋନୀତ କରାଯାଇଥିଲା। କିନ୍ତୁ ଏବେ ତାଙ୍କ ସ୍ଥାନରେ ଟି-୨୦ ଦଳର ନେତୃତ୍ୱ ନେଇଥିବା ଚାରିତ ଆଶାଲଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀଲଙ୍କା ଦଳ ଖେଳାଳି ଚୟନ ଓ ଖେଳ ପ୍ରଦର୍ଶନରେ ସ୍ଥିରତା ରଖିପାରି ନାହିଁ। ଏଭଳି ସ୍ଥଳେ ଦଳ ଲଢ଼ୁଆ ଖେଳିଲେ ସବୁଠାରୁ ଭଲ କଥା ହେବ।
ଖେଳାଳି ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ (ୱିକେଟରକ୍ଷକ), ଋଷଭ ପନ୍ତ୍ (ୱିକେଟ ରକ୍ଷକ), ଶ୍ରେୟାସ ଆୟର, ଶିବମ ଦୁବେ, ରିୟାନ ପରାଗ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ୍ ସିରାଜ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ୍ ଓ ହର୍ଷିତ ରାଣା।
ଶ୍ରୀଲଙ୍କା: ଚାରିଥ ଆଶାଲଙ୍କା (ଅଧିନାୟକ), କୁଶାଲ ମେଣ୍ଡିସ, ପାଥୁମ ନିଶାଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, ନିଶାନ ମଦୁସ୍କା, ଜାନିଥ ଲିୟାନାଗେ, କାମିନ୍ଦୁ ମେଣ୍ଡିସ, ସଦୀରା ସମରବିକ୍ରମା, ଚାମିକା କରୁଣାରତ୍ନେ, ମାହୀଶ ଥିକଶାନା, ଅସିଥା ଫର୍ଣ୍ଣାଣ୍ଡୋ, ମହମ୍ମଦ୍ ଶିରାଜ, ଏହସାନ ମାଲିଙ୍ଗା, ୱାନିନ୍ଦୁ ହାସରଙ୍ଗା, ଆକିଲା ଧନଞ୍ଜୟ ଓ ଦୁନିଥ ୱେଲାଲାଗେ।