ରାଜଧାନୀରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା, ବିଷ ପିଇ ଜୀବନ ହାରିଲେ...

ଭୁବନେଶ୍ବର: ରାଜଧାନୀରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା। ୨୯ ବର୍ଷୀୟ ସୁଜାତା କର ଆତ୍ମହତ୍ୟା କରିଥିବା ସୂଚନା । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଥିବା ସରକାରୀ ଆପାର୍ଟମେଣ୍ଟରେ ରହୁଥିଲେ ସୁଜାତା। ଗତକାଲି ସେ ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସୁଜାତଙ୍କ ୨ଟି ପିଲା ଅଛନ୍ତି। ଗତ ୬ ମାସ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ୩ ମାସ ତଳେ ସେ ଚାକିରିରେ ଯୋଗ ଦେଇଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ହୋମଗାର୍ଡଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ଲୋକେ। ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଣିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ।

 

About The Author: Deviprasad Mohanty