ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ କମିବ ଶୀତ

ନୂଆଦିଲ୍ଲୀ: ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ କମିବ ଶୀତ ।  ଏ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ନଭେମ୍ବରରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନକୁ ଛାଡି ଦେଶର ଅନ୍ୟ ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।  ସର୍ବାଧିକ ଓ ସର୍ବନିମ୍ନ ତାପାମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ବର୍ତ୍ତମାନ ଭୂମଧ୍ୟରେଖା ନିକଟ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ‘ଏଲ ନିନୋ’ ସ୍ଥିତି ରହିଛି। ଭାରତ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ କମିବ ଶୀତ ।  ଏ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ନଭେମ୍ବରରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନକୁ ଛାଡି ଦେଶର ଅନ୍ୟ ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।  ସର୍ବାଧିକ ଓ ସର୍ବନିମ୍ନ ତାପାମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।

ବର୍ତ୍ତମାନ ଭୂମଧ୍ୟରେଖା ନିକଟ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ‘ଏଲ ନିନୋ’ ସ୍ଥିତି ରହିଛି। ଭାରତ ମହାସାଗରରେ ମଧ୍ୟ ସକାରାତ୍ମକ ଡାଇପୋଲ ସ୍ଥିତି ରହିଛି । ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ସାମୁଦ୍ରିକ ତାପମାତ୍ରା ଭାରତୀୟ ଜଳବାୟୁକୁ ବିଶେଷ ପ୍ରଭାବିତ କରିଥାଏ। ତେଣୁ ତାପମାତ୍ରା ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହିବ । ଏହି ‘ଏଲ ନିନୋ’ ସ୍ଥିତି ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି।

About The Author: The Sakala