ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଛି। ଭାରତ ସିରିଜ ଜିତିସାରିଥିବା ବେଳେ ଆଜିର ମ୍ଯାଚ ଜିତି କ୍ଲିନ୍ ସୁଇପ ଲକ୍ଷ୍ଯରେ ରହିଛି। ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷାକିବା ପାଇଁ ଆଜିର ମ୍ଯାଚକୁ ଜିତିବାକୁ ଚେଷ୍ଟା କରିବ। ଏହି ମ୍ଯାଚକୁ ଜତିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ରହିଛି।
ଆଜିର ମ୍ଯାଚରେ କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ ଶିଖର ଧୱନ୍ (୧୦) ରନ କରି ଆଉଟ ହୋଇଥିବା ବେଳେ ପୁଣି ଥରେ ନିରାଶ କରିଛନ୍ତି ପୂର୍ବତନ କ୍ଯାପଟେନ ବିରାଟ କୋହଲି । ବିରାଟ ଆଜିର ମ୍ଯାଚରେ ଖାତା ଖୋଲିପାରିନାହାନ୍ତି। ପରେ ପାରିକୁ ଶ୍ରେୟସ ଆୟର୍ ଓ ଋଷଭ ପନ୍ତ ସମ୍ଭାଳିଥିଲେ। ଆୟର୍ ୮୦ ଓ ପନ୍ତ ୫୬ ରନ କରି ଆଉଟ ହୋଇଥିଲେ। ସୂର୍ୟ୍ୟକୁମାର ୬ ରନ କରି ଆଉଟ ହୋଇଥିଲେ। ପୁଣି ଥରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ଚହର ୩୮ ଓ ସୁନ୍ଦର ୩୩ ରନ କରି ଆଉଟ ହୋଇଥିଲେ। ସେହିପରି କୁଲଦୀପ ଯାଦବ ( ୫) ଓ ମହମ୍ମଦ ସିରାଜ(୪) ରନ କରି ଆଉଟ ହୋଇଥିଲେ।