ଆଜିଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‍

The Sakala Picture
Published On

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ରବିବାର ଶେଷ ହେବା ପରେ ମଙ୍ଗଳବାରଠାରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ ହେବ। ଟି-୨୦ ସିରିଜ୍‍ରେ ଭାରତୀୟ ଦଳ ସାହସିକ ଖେଳ ପ୍ରଦର୍ଶନ କରି ୨-୧ରେ ବିଜୟୀ ହୋଇଛି। ଏବେ ସୀମିତ ଓଭର ସିରିଜ୍‍ର ଅନ୍ୟ ଏକ ଫର୍ମାଟରେ ଭାରତକୁ ସମାନ ମନୋଭାବ ନେଇ ଖେଳିବାକୁ ହେବ। ନିକଟରେ ଭାରତୀୟ ଦଳ କୌଣସି ଦିନିକିଆ ଖେଳିନାହିଁ। […]

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ରବିବାର ଶେଷ ହେବା ପରେ ମଙ୍ଗଳବାରଠାରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ ହେବ। ଟି-୨୦ ସିରିଜ୍‍ରେ ଭାରତୀୟ ଦଳ ସାହସିକ ଖେଳ ପ୍ରଦର୍ଶନ କରି ୨-୧ରେ ବିଜୟୀ ହୋଇଛି। ଏବେ ସୀମିତ ଓଭର ସିରିଜ୍‍ର ଅନ୍ୟ ଏକ ଫର୍ମାଟରେ ଭାରତକୁ ସମାନ ମନୋଭାବ ନେଇ ଖେଳିବାକୁ ହେବ। ନିକଟରେ ଭାରତୀୟ ଦଳ କୌଣସି ଦିନିକିଆ ଖେଳିନାହିଁ। ଇଂଲଣ୍ଡରେ ମଧ୍ୟ ଅଭ୍ୟାସ ମ୍ୟାଚ ଆୟୋଜିତ ହୋଇ ନାହିଁ। ତଥାପି ଦଳ ସମାନ ମନୋଭାବ ନେଇ ବିଶ୍ୱ ଚାମ୍ପିଅନ୍‍ ଇଂଲଣ୍ଡର ମୁକାବିଲା କରିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଟି-୨୦ ଅନେକ ଖେଳାଳି ସୁଯୋଗ ପାଇଥିଲେ ଓ ସେମାନେ ଦକ୍ଷତା ଅନୁଯାୟୀ ଖେଳିଥିଲେ। ଏବେ କିଛି ଖେଳାଳି ଦିନିକିଆ ସିରିଜ୍‍ରେ ସାମିଲ ହୋଇଛନ୍ତି। ଆଶା କରାଯାଉଛି ଏମାନଙ୍କ ମଧ୍ୟରୁ ବିରାଟ କୋହଲି ଫର୍ମକୁ ଫେରିବା ଓ ଶିଖର ଧାୱନ ଗୋଟିଏ ଫର୍ମାଟରେ ଖେଳୁଥିଲାବେଳେ ଫର୍ମ ବଜାୟ ରଖି ଖେଳିବେ ବୋଲି ଭାରତୀୟ ସମର୍ଥକ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଟି-୨୦ ହେଉ ଅବା ଦିନିକିଆ ଆମେ ପ୍ରତ୍ୟେକ ମ୍ୟାଚ୍‍କୁ ଗୁରୁତ୍ୱ ଦେଉଛୁ ଓ ସମସ୍ତ ମ୍ୟାଚ୍‍କୁ ସମାନ ମନୋଭାବ ନେଇ ଖେଳିବୁ। ଏଣୁ ଦିନିକିଆରେ ଯେ ଆମେ ରିସ୍କ ନେବୁ ନାହିଁ ଏହା ଭାବିବା ଠିକ୍‍ ନୁହେଁ। ହଁ ଏହା ଠିକ୍‍ ଯେ, ଟି-୨୦ ସିରିଜ୍‍ରେ ଆମ ଖେଳାଳିମାନେ ଅତିରିକ୍ତ ରିସ୍କ ନେଇ ଖେଳିଥିଲେ। ସେଥିରେ ସଫଳ ମଧ୍ୟ ହୋଇଥିଲେ। ଅବଶ୍ୟ ଦିନିକିଆରେ ଆମେ ଟିକେ କମ୍‍ ରିସ୍କ ନେଇ ଖେଳିବୁ। କିନ୍ତୁ ମ୍ୟାଚ୍‍ ପ୍ରତି ଆମର ସମାନ ମନୋଭାବ ରହିବ’ ବୋଲି ରୋହିତ ଶର୍ମା କହିଛନ୍ତି। ଏହି ସିରିଜ୍‍ ପୂର୍ବରୁ ଆମେ କୌଣସି ଅଭ୍ୟାସ ମ୍ୟାଚ୍‍ ଖେଳି ନଥିଲେ ମଧ୍ୟ ଗୋଟିଏ ଅଧିକ ସେସନ ଅଭ୍ୟାସ କରିଛୁ। ପ୍ରତ୍ୟେକ ଖେଳାଳିଙ୍କ ଲାଗି ଅଲଗା ଅଲଗା ଅଭ୍ୟାସ କରାଯାଇଛି। ଏଣୁ ସମସ୍ତ ଖେଳାଳି ମୁକାବିଲା ଲାଗି ବେଶ ପ୍ରସ୍ତୁତ ବୋଲି ସେ କହିଥିଲେ। ଏହି ସିରିଜ୍‍ରେ ଯେଉଁ ଦୁଇ ଜଣ ଖେଳାଳି ନଜରରେ ରହିବେ ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କୋହଲି ଓ ଆଉ ଜଣେ ଧାୱନ। କୋହଲି ତୃତୀୟ ଟି-୨୦ରେ ଯେଉଁ ପ୍ରତିଭାର ଝଲକ ଦେଖାଇଛନ୍ତି ତାହାକୁ ଯଦି ଦିନିକିଆରେ ଲଗାଇବେ ତେବେ ସେ ନିଶ୍ଚିତ ଭାବେ ଫର୍ମକୁ ଫେରିବେ। ଏହି ଫର୍ମାଟରେ ତାଙ୍କୁ ଅଧିକ ସୁଯୋଗ ମିଳିବ ଓ ସେ ପୁଣିଥରେ ସଫଳତାର ଧାରାକୁ ଫେରିବେ ବୋଲି ଆଶା କରାଯାଉଛି। କିନ୍ତୁ ମାଂସପେଶୀରେ ଆଘାତ ପାଇଥିବାରୁ ସେ ପ୍ରଥମ ଦିନିକିଆରେ ଖେଳିବା ନେଇ ସନ୍ଦେହ ରହିଛି। ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ୍‍ ଲାଗି ଧାୱନଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ଏଣୁ ସେ ତାଙ୍କ ଚମତ୍କାର ଫର୍ମ ବଜାୟ ରଖି ନିଜକୁ ପ୍ରସ୍ତୁତ ରଖିବେ ବୋଲି ଆଶା କରାଯାଉଛି। ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରି ଖେଳାଳିମାନେ ମଧ୍ୟ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

୨୦୧୯ ଦିନିକିଆ ବିଶ୍ୱକପ୍‍ ଚାମ୍ପିଅନ୍‍ ଇଂଲଣ୍ଡ ଏହି ଫର୍ମାଟରେ ଏକ ଅପରାଜେୟ ଟିମ୍‍ ଭାବେ ବିବେଚିତ। ଇଓନ ମୋର୍ଗାନଙ୍କ ଠାରୁ ସୀମିତ ଓଭର କ୍ରିକେଟ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ଜୋସ୍‍ ବଟ୍ଟଲରଙ୍କ ଏହା ଦ୍ୱିତୀୟ ପରୀକ୍ଷା। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‍ ଓ ବଡ଼ ସ୍କୋର କରିବାର ଦକ୍ଷତା ରଖିଛନ୍ତି। ଟି-୨୦ ସିରିଜ୍‍ରେ ସେ ଫେଲ ମାରିଥିଲେ। ଏଥର ଦିନିକିଆ ସିରିଜ୍‍ ତାଙ୍କୁ ସଫଳ ହେବାର ଆଉ ଏକ ସୁଯୋଗ ଦେଇଛି। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। କିନ୍ତୁ ଇଂଲଣ୍ଡର ୩ ବିଖ୍ୟାତ ଖେଳାଳି ଯଥା ପୂର୍ବତନ ଟେଷ୍ଟ ଅଧିନାୟକ ଜୋ ରୁଟ, ବର୍ତ୍ତମାନ ଟେଷ୍ଟ ଅଧିନାୟକ ବେନ୍‍ ଷ୍ଟୋକ୍ସ ଓ ଏଜ୍‍ବାଷ୍ଟନରେ ଇଂଲଣ୍ଡ ଐତିହାସିକ ବିଜୟରେ ହିରୋ ସାଜିଥିବା ଜନ୍ନି ବେୟାରଷ୍ଟୋ ଦଳକୁ ଫେରିବା ପରେ ଘରୋଇ ଦଳର ଅହେତୁକ ଶକ୍ତି ବୃଦ୍ଧି ଘଟିଛି। ଏଣୁ ନୂଆ ମନ ଓ ନୂଆ ଯୋଜନା ନେଇ ଇଂଲଣ୍ଡ ଏଥର ମୁକାବିଲା କରିବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ
ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଇଶାନ କିସାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ୍‍ ବୁମ୍‍ରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ୍‍ ସାମି, ମହମ୍ମଦ୍‍ ସିରାଜ, ଅର୍ଶଦୀପ ସିଂ।

ଇଂଲଣ୍ଡ
ଜୋଶ ବଟ୍ଟଲର (ଅଧିନାୟକ), ମୋଇନ୍‍ ଅଲ୍ଲୀ, ଜୋନାଥନ ବେୟାରଷ୍ଟୋ, ହ୍ୟାରୀ ବ୍ରୁକ୍‍, ବ୍ରାଇଡନ କାର୍ସେ, ସାମ କୁରାନ, ଲିଆମ ଲିଭିଙ୍ଗଷ୍ଟୋନ୍‍, କ୍ରେଗ୍‍ ଓଭରଟନ, ମାଥ୍ୟୁ ପାର୍କିନସନ, ଜୋ ରୁ୍‍ଟ୍‍, ଜେସନ ରୟ, ଫିଲ ସଲ୍ଟ, ବେନ୍‍ ଷ୍ଟୋକ୍ସ, ରିସି ଟୋପ୍‍ଲେ, ଡେଭିଡ୍‍ ୱିଲୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର