କାଠମାଣ୍ଡୁ: ସକାଳୁ ସକାଳୁ ତୀବ୍ର ଭୂକମ୍ପ ଝଟକାରେ ଥରିଲା ନେପାଳ। ନେପାଳ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ କରାଯାଇଛି। ସେପଟେ ୬.୮ ରିକ୍ଟର ସ୍କେଲରେ ଥରିଲା ଚୀନର ତିବ୍ଦତ ସହର। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ଥିବା ନେଇ ଜଣାପଡ଼ିଛି।
ଦିଲ୍ଲୀ ଏନସିଆର ସମେତ, ପଶ୍ଚିମବଙ୍ଗ, ବିହାର, ଆସାମରର କିଛି ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ସକାଳ ୬.୩୫ ମିନିଟରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା। ପରେ ୩୦ ମିନିଟ ଭିତରେ ୫ଥର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଭୟରେ ଘର ଭିତରୁ ବାହାରକୁ ପଳାଇଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।