ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

Suryakanta Picture
Published On

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ସୁରକ୍ଷା ଓ ଇମିଗ୍ରେସନ୍ ତ୍ରୁଟି ସାମ୍ନାକୁ ଆସିଛି। ୩ ଜଣ ଇଟାଲୀୟ ଯାତ୍ରୀ ବିନା ଇମିଗ୍ରେସନ୍ କ୍ଲିୟରାନ୍ସରେ ଦିଲ୍ଲୀରୁ ମ୍ୟୁନିକ୍ (ଜର୍ମାନୀ) ଯାତ୍ରା କରିଥିବା ଜଣାପଡିଛି। ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ (Air India) କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଛି।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

କିପରି ଘଟିଲା ଏହି ତ୍ରୁଟି?

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୪ ତାରିଖରେ ତିନିଜଣ ଇଟାଲୀୟ ନାଗରିକ ଅମୃତସରରୁ ଏୟାର ଇଣ୍ଡିଆ ବିମାନ (AI-1115) ଯୋଗେ ରାତି ପ୍ରାୟ ୧୨.୫୦ ମିନିଟରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଅର୍ଥାତ୍ ରାତି ୧.୪୫ ମିନିଟରେ ସେମାନେ ଦିଲ୍ଲୀରୁ ଲୁଫଥାନ୍ସା (Lufthansa) ବିମାନ (LH-763) ଯୋଗେ ମ୍ୟୁନିକ୍ ଅଭିମୁଖେ ଉଡ଼ାଣ ଭରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଆନ୍ତର୍ଜାତୀୟ ବିମାନରେ ଉଡ଼ାଣ ଭରିବା ପୂର୍ବରୁ ଭାରତରେ ହେବାକୁ ଥିବା ବାଧ୍ୟତାମୂଳକ ଇମିଗ୍ରେସନ୍ କିମ୍ବା ପାସପୋର୍ଟ-ଭିସା ଯାଞ୍ଚ ପ୍ରକ୍ରିୟା ଦେଇ ଏହି ଯାତ୍ରୀମାନଙ୍କୁ ଯିବାକୁ ପଡ଼ିନଥିଲା। ଏହି ଯାତ୍ରୀମାନଙ୍କୁ ଭୁଲବଶତଃ ଡୋମେଷ୍ଟିକ୍ (D) ବୋର୍ଡିଂ ପାସ୍ ପ୍ରଦାନ କରାଯାଇଥିଲା, ଯାହା ଫଳରେ ସେମାନେ ସିଧାସଳଖ ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଫର ଏରିଆ (I-to-I) ଦେଇ ବିନା ଯାଞ୍ଚରେ ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ଏୟାର ଇଣ୍ଡିଆକୁ ନୋଟିସ୍

ଯାତ୍ରୀ ପରିଚାଳନାରେ ଏଭଳି ଚରମ ଅବହେଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ ଏବଂ ଏହାର ସିଇଓ କ୍ୟାମ୍ପବେଲ୍ ୱିଲସନ୍ଙ୍କୁ ସୋ-କଜ୍ (Show-cause) ନୋଟିସ୍ ଜାରି କରାଯାଇଛି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ର ଉଲ୍ଲଂଘନ ନେଇ ଆସନ୍ତା ୭ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଏହି ବଡ଼ ଧରଣର ସୁରକ୍ଷା ତ୍ରୁଟିକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏକ ଜରୁରୀ ବୈଠକ ଡାକିଛି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ, ବ୍ୟୁରୋ ଅଫ୍ ଇମିଗ୍ରେସନ୍ କମିଶନର, ଏୟାର ଇଣ୍ଡିଆ ଗ୍ରୁପ୍ ମୁଖ୍ୟ ଏବଂ ଦିଲ୍ଲୀ ବିମାନବନ୍ଦର ସିଇଓ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ବିମାନବନ୍ଦରରେ ଯାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର