ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ସମ୍ବଲପୁର/ବାମରା: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଜଣେ ଅନାଥ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ୩ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗୋବିନ୍ଦପୁର ଥାନା ପୁଲିସ ଅଟକ ରଖିଛି। ଯୁବତୀ ଥାନାରେ କରିଥିବା ରିପୋର୍ଟ ଅନୁଯାୟୀ, ଗତକାଲି ଅପରାହ୍ନ ଗୋଟାଏ ବେଳେ ଟାଙ୍ଗରମୁଣ୍ଡାରେ ଗାଡ଼ି ଫେଲ ହେବାରୁ ସେ ଚାଲି ଚାଲି ବାମରା ଆଡ଼କୁ ଆସୁଥିଲେ। ବାମରା ପାର୍ଶ୍ବରୁ ବାଇକରେ ଆସୁଥିବା ୨ ଜଣ ଯୁବକ […]

ସମ୍ବଲପୁର/ବାମରା: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଜଣେ ଅନାଥ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ୩ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗୋବିନ୍ଦପୁର ଥାନା ପୁଲିସ ଅଟକ ରଖିଛି। ଯୁବତୀ ଥାନାରେ କରିଥିବା

ରିପୋର୍ଟ ଅନୁଯାୟୀ, ଗତକାଲି ଅପରାହ୍ନ ଗୋଟାଏ ବେଳେ ଟାଙ୍ଗରମୁଣ୍ଡାରେ ଗାଡ଼ି ଫେଲ ହେବାରୁ ସେ ଚାଲି ଚାଲି ବାମରା ଆଡ଼କୁ ଆସୁଥିଲେ। ବାମରା ପାର୍ଶ୍ବରୁ ବାଇକରେ ଆସୁଥିବା ୨ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଦେଖି ସେଠାରେ ଗାଡ଼ି ଅଟକାଇ କୁଆଡ଼େ ଯିବ ବୋଲି ପଚାରିଥିଲେ। ଯୁବତୀ ଜଣଙ୍କ କହିଥିଲେ ଯେ ସାହାଜବାହାଲରେ ମାଉସୀ ଘର ଅଛି ସେଠାରେ ଛାଡ଼ିଦେଲେ ଭଲ ହେବ। ଫଳରେ ଦୁଇ ଯୁବକ କହିଥିଲେ ଯେ ଆମେ ମଧ୍ୟ ସେ ଅଞ୍ଚଳକୁ ଯାଉଛୁ କହି ତାଙ୍କୁ ବାଇକରେ ବସାଇଥିଲେ। ରାସ୍ତାରେ ମହୁଲଛାପଲ ଫାଟକଠାରେ ଜଣେ ଯୁବକ ବାଇକରୁ ଓହ୍ଲାଇ ଯାଇଥିଲା। ତେବେ ଅନ୍ୟ ଯୁବକ ଜଣଙ୍କ ସାହାଜବାହାଲ ଯିବା ପରିବର୍ତ୍ତେ ମହାବୀର ପାହାଡ଼କୁ ନେଇ ସେଠାରେ ଥିବା ଏକ ପରିତ୍ୟକ୍ତ ଘରେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା।

About The Author: The Sakala