ରାଜଧାନୀରେ ନିଜ ଘରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଜ ବାସଭବନରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଲ୍ଲା ପରିଷଦ ସଭ୍ୟ ହେଲେ ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ। ଭୁବନେଶ୍ଵରର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ନିଜ ବାସଭବନରୁ ମିଳିଛି ମୃତଦେହ। ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ […]

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଜ ବାସଭବନରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଲ୍ଲା ପରିଷଦ ସଭ୍ୟ ହେଲେ ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ। ଭୁବନେଶ୍ଵରର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ନିଜ ବାସଭବନରୁ ମିଳିଛି ମୃତଦେହ। ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି “ମୋ ଫୋନ ୨ଟାରେ ସବୁ ଭିଡିଓ ରହିଛି, ତାହା ଦ୍ବାରା ସତ ଲୋକଲୋଚନକୁ ଆଣିବେ । ଏଭଳି କିଛି ଲେଖା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ମୋବାଇଲରେ ଥିବା ଭିଡିଓକୁ ଲୋକଲୋଚନାକୁ ଆଣିବାକୁ ସେ ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଛନ୍ତି। ତେବେ କେଉଁଥିପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

About The Author: The Sakala