ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ […]

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

ସେହିପରି ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ଯେପରିକି ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ଭିକ୍ଷା ମଣ୍ଡପ, ମୁଖ୍ୟ ନୀତି,  ପୂଜକ ଘର, ମୁଖ୍ୟ ନୀତି ସହ ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ଭିକ୍ଷା ମଣ୍ଡପ, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୁନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ।

About The Author: The Sakala