ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୨ ହଜାର ପାର କରିଛି। ରାଜ୍ଯରୁ ଆଜି ୨୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୧୩୧୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୯୫୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୫୫,୩୫୩ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୪୫୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା- ୩୪୮, କଟକ-୧୧୭, ନୂଆପଡ଼ା- ୧୦୪ ଓ ସମ୍ବଲପୁର ଜିଲ୍ଲାରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।