କିଡ୍ନୀ ନେବା ପରେ ପ୍ରତାରଣା, ଥାନା ଆଗରେ ଧାରଣା ଦେଲେ ପରିବାର

ଓଡ଼ଗାଁ: ଓଡ଼ଗାଁ ବ୍ଲକ କୁରାଳ ପଂଚାୟତ ଗଡ଼ସାହିର ରଜତ ନାୟକ(୪୩) ନ୍ୟାୟ ପାଇବା ପାଇଁ ଆଜି ଓଡ଼ଗାଁ ଆଦର୍ଶ ଥାନା ଫାଟକ ସାମ୍ନାରେ ନିଜ ପରିବାର ତଥା ସ୍ତ୍ରୀ ଓ କନ୍ୟାକୁ ନେଇ ଧାରଣାରେ ବସିଥିଲେ । ରଜତ ପରିବାର ଅଗୋଚରରେ କୁରାଳ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କୁ କିଡ୍ନୀ ଦାନ କରି ତାଙ୍କର ଜୀବନ ବଞ୍ଚାଇଥିବା ବେଳେ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଔଷଧ କିଣିବାକୁ ପାଖରେ […]

ଓଡ଼ଗାଁ: ଓଡ଼ଗାଁ ବ୍ଲକ କୁରାଳ ପଂଚାୟତ ଗଡ଼ସାହିର ରଜତ ନାୟକ(୪୩) ନ୍ୟାୟ ପାଇବା ପାଇଁ ଆଜି ଓଡ଼ଗାଁ ଆଦର୍ଶ ଥାନା ଫାଟକ ସାମ୍ନାରେ ନିଜ ପରିବାର ତଥା ସ୍ତ୍ରୀ ଓ କନ୍ୟାକୁ ନେଇ ଧାରଣାରେ ବସିଥିଲେ । ରଜତ ପରିବାର ଅଗୋଚରରେ କୁରାଳ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କୁ କିଡ୍ନୀ ଦାନ କରି ତାଙ୍କର ଜୀବନ ବଞ୍ଚାଇଥିବା ବେଳେ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଔଷଧ କିଣିବାକୁ ପାଖରେ ପଇସାଟିଏ ମଧ୍ୟ ନାହିଁ । ଆର୍ଥିକ ସହାୟତା ପାଇଁ ତ୍ରିନାଥ ପ୍ରତିଶୃତି ଦେଇଥିଲେ ମଧ୍ୟ କାମ ହାସଲ ପରେ ଭୁଲି ଯାଇଥିବା ଦୀର୍ଘଦିନ ଧରି ରଜତ ଅଭିଯୋଗ କରି ଆସୁଥିଲେ। ଏପରିକି ସହାୟତା ମାଗିଲେ ଅପମାନ ଦେବା ସହ ତ୍ରିନାଥ ତାଙ୍କୁ ଧମକ ଦେଇଥିବା ନେଇ ଜୁଲାଇ ୭ ତାରିଖରେ ରଜତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଡ଼ଗାଁ ପୁଲିସ ଅଗଷ୍ଟ ୨୬ ତାରିଖରେ ଏକ ମାମଲା ରୁଜୁ କରି ରଜତକୁ ଏଫଆଇଆର କପି ପ୍ରଦାନ କରିଥିଲେ । କିନ୍ତୁ ଏନେଇ କୌଣସି କାର୍ଯ୍ଯାନୁଷ୍ଠାନ ନ ହେବାରୁ ରଜତ ପୂର୍ବ ସୂଚନା ଅନୁସାରେ ଆଜିଠାରୁ ଥାନା ସମ୍ମୁୁଖରେ ପରିବାରକୁ ସହ ଧାରଣା ଦେଇଛନ୍ତି । ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମଧ୍ୟ ନ୍ୟାୟ ନମିଳିଲା ପର୍ଯ୍ଯନ୍ତ ସବୁଦିନ ଧାରଣା ଦେବାକୁ ସେ ଚେତାବନୀ ଦେଇଛନ୍ତି ।

About The Author: The Sakala