ଭୁବନେଶ୍ୱର: ଜିଏସ୍ଟି ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦେଉ ନ ଥିବାରୁ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଜିଏସଟି ଅର୍ଥ ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଛନ୍ତି। ଆଦାୟଠାରୁ କମ୍ ଅର୍ଥ ଦେଉଛନ୍ତି କେନ୍ଦ୍ର ସରକାର। ଜିଏସଟି ଆଦାୟ ୪୨ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦-୨୧ରେ ଜିଏସଟି ବାବଦ ଅର୍ଥ ଓଡ଼ିଶା ପାଇନି। ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ଅଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ଯେତିକି ଜିଏସଟି ଅର୍ଥ ଆଦାୟ ହେଉଛି, ତାହାର ଯଥେଷ୍ଟ କମ ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଉଛି। ୨୦୨୦-୨୧ ବର୍ଷରେ ମଧ୍ୟ ଓଡ଼ିଶାର ଜିଏସଟି ପ୍ରାପ୍ୟ କେନ୍ଦ୍ର ଉପରେ ବାକି ରହିଛି। ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ପଡିଥିବାବେଳେ କେନ୍ଦ୍ର ଲସରକାର ଏଥିପ୍ରତି ନିଦା ବିଷ୍ଣୁ ପାଲଟିଛନ୍ତି। ଯାହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିବା ପରିଲିଖିତ ହୋଇଛି ।