ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ

ଭୁବନେଶ୍ଵର: ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ନୂଆ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ ହୋଇଛ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଛି ଅତ୍ୟାଧୁନିକ ଏଟିସି । ଭୁବନେଶ୍ଵର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ମାସକ ପୂର୍ବରୁ ଉଭୟ ପୁରୁଣା ଓ ନୂଆ ଏୟାର ଟ୍ରାଫିକ୍ […]

ଭୁବନେଶ୍ଵର: ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ନୂଆ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ ହୋଇଛ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଛି ଅତ୍ୟାଧୁନିକ ଏଟିସି ଭୁବନେଶ୍ଵର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ମାସକ ପୂର୍ବରୁ ଉଭୟ ପୁରୁଣା ଓ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର କାର୍ଯ୍ୟ କରୁଥିଲା।

ଆଜି ସମ୍ପୂର୍ଣ୍ଣ ଭାବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସର୍ଭିସ କମ୍ପ୍ଲେକ୍ସର ଉଦଘାଟନ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଇଛି। ଏହି ଟାୱାରରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ବ୍ୟବସ୍ଥା ଗୁଡିକୁ ବ୍ୟାପକ କରାଯାଇ ପାରିବ। ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି।

About The Author: The Sakala