୪ଟା ଯାଏଁ ଗୃହ ମୁଲତବୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ

The Sakala Picture
Published On

ଭୁବନେଶ୍ୱର: ଷଷ୍ଠଦିନରେ ମଧ୍ଯ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ  ପ୍ରଥମେ ମଧ୍ୟାହ୍ନ ୧୨ ଯାଏ ମୁଲତବୀ ରଖାଯାଇଥିଲା। ପରେ ପୁଣି ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି। ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ । ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି […]

ଭୁବନେଶ୍ୱର: ଷଷ୍ଠଦିନରେ ମଧ୍ଯ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ  ପ୍ରଥମେ ମଧ୍ୟାହ୍ନ ୧୨ ଯାଏ ମୁଲତବୀ ରଖାଯାଇଥିଲା। ପରେ ପୁଣି ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି। ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର । ପବିତ୍ର ଗୃହର ମର୍ୟ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

18 Mar 2021 By The Sakala

୪ଟା ଯାଏଁ ଗୃହ ମୁଲତବୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଷଷ୍ଠଦିନରେ ମଧ୍ଯ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ  ପ୍ରଥମେ ମଧ୍ୟାହ୍ନ ୧୨ ଯାଏ ମୁଲତବୀ ରଖାଯାଇଥିଲା। ପରେ ପୁଣି ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି। ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ ।

ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର । ପବିତ୍ର ଗୃହର ମର୍ୟ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର