ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଅଘଟଣ । ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅରେ ଟ୍ରାକ୍ଟର ଖସି ଚାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ।
ସୂଚନା ଅନୁଯାୟୀ, ଜାମୁଣ୍ଡା ଗ୍ରାମରେ ଆଜି ସକାଳୁ ଟ୍ରାକ୍ଟର ସାହାଯ୍ୟରେ ଚାଷ ଜମିରେ ଚାଷ କରୁଥିବାବେଳେ, ଚାଷ ଜମି ପାଖକୁ ଲାଗି ଏକ ମୁକୁଳା ଗଭୀର କୂଅରେ ଅସାବଧାନତା ଯୋଗୁଁ ଟ୍ରାକ୍ଟର ସମେତ ଚାଳକ ଖସି ପଡ଼ିଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗାର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ସମେତ ଚାଳକଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଚାଳକଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତ ଚାଳକ ଓଡ଼କପା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି ।