ଭୁବନେଶ୍ୱର : ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ। ଚାଇନାକୁ ୧-୦ ଗୋଲରେ ହରାଇ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ରାଜଗିର ୨୦୨୪ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଏହି ଟ୍ରଫି ଜିତିଥିଲା ଭାରତ। ଏଥିପାଇଁ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ‘ଜାରି ରହୁ ବିଜୟ ଯାତ୍ରା’ ବୋଲି କହିଛନ୍ତି ନବୀନ । ୩ୟ ଥର ପାଇଁ ଭାରତୀୟ ଦଳ ଏସିଆନ୍ ଚାମ୍ପିୟନ୍ସ ଟଫ୍ରି ଜିତିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି । ଆହୁରି ମଧ୍ୟ ସେ ଦଳର ଉତ୍କର୍ଷତା ଜାରି ରହୁ ଏବଂ ଦେଶ ପାଇଁ ଏଭଳି ଆହୁରି ପୁରସ୍କାର ଆଣନ୍ତୁ ବୋଲି ସେ କହିଛନ୍ତି।