ଦ୍ୱିତୀୟ ଟେଷ୍ଟ : ଭାରତର ବିଶାଳ ବିଜୟ

The Sakala Picture
Published On

ଚେନ୍ନାଇ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ଏହା ସହ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି । ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା […]

ଚେନ୍ନାଇ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ଏହା ସହ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ପଲ୍ଲା ଭାରି ରହିଥିଲା। ଭାରତ କବଜାରେ ମ୍ୟାଚ୍ ରହିଥିଲା । ଦଳ ତୃତୀୟ ଦିନରେ ଇଂଲଣ୍ଡର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲା । ଚତୁର୍ଥ ଦିନରେ ଭ୍ରମଣକାରୀ ଦଳର ଅନ୍ୟ ବ୍ୟାଟସମ୍ୟାନମାନେ ଆଉଟ୍ ହୋଇଯାଇଥିଲେ । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ମ୍ୟାଚର ତୃତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରିପାରିନଥିଲା ଇଂଲଣ୍ଡ । ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଓ ଅକ୍ଷର ପଟେଲଙ୍କ ବୋଲିଂ ଆଘରେ ଚକମା ଖାଇଯାଇଥିଲା ଇଂଲଣ୍ଡ ବାହିନୀ । ଏହି ବିଜୟ ସହ ଭାରତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ । ସେହିପରି ଓଲି ପୋପ୍ ୧୨ ରନ୍ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ ୪, ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ।

16 Feb 2021 By The Sakala

ଦ୍ୱିତୀୟ ଟେଷ୍ଟ : ଭାରତର ବିଶାଳ ବିଜୟ

ଚେନ୍ନାଇ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ଏହା ସହ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ପଲ୍ଲା ଭାରି ରହିଥିଲା। ଭାରତ କବଜାରେ ମ୍ୟାଚ୍ ରହିଥିଲା । ଦଳ ତୃତୀୟ ଦିନରେ ଇଂଲଣ୍ଡର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲା । ଚତୁର୍ଥ ଦିନରେ ଭ୍ରମଣକାରୀ ଦଳର ଅନ୍ୟ ବ୍ୟାଟସମ୍ୟାନମାନେ ଆଉଟ୍ ହୋଇଯାଇଥିଲେ । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

ମ୍ୟାଚର ତୃତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରିପାରିନଥିଲା ଇଂଲଣ୍ଡ । ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଓ ଅକ୍ଷର ପଟେଲଙ୍କ ବୋଲିଂ ଆଘରେ ଚକମା ଖାଇଯାଇଥିଲା ଇଂଲଣ୍ଡ ବାହିନୀ । ଏହି ବିଜୟ ସହ ଭାରତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ।

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ । ସେହିପରି ଓଲି ପୋପ୍ ୧୨ ରନ୍ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ ୪, ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର