ଆଜି ମହାପ୍ରଭୁଙ୍କ ବନକଲାଗି ନୀତି : ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

The Sakala Picture
Published On

ପୁରୀ : ଆଜି ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗିନୀତି। ଏଥିପାଇଁ ଅପରାହ୍ନ ୪ ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗିନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, […]

ପୁରୀ : ଆଜି ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗିନୀତି। ଏଥିପାଇଁ ଅପରାହ୍ନ ୪ ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗିନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁଯାୟୀ, ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଦୀର୍ଘ ୪ ଘଣ୍ଟା ଧରି ଏହି ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ଶ୍ରୀମୁଖସିଂହାର କରାଯାଇଥାଏ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିମାସରେ ଏହା ହାରାହାରି ୨ ଥର କରାଯାଉଥିବା ବ‌େଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ମୁଖ ସିଂହାର କରିଥାଆନ୍ତି। ନୀତି ସମ୍ପାଦନ ସମୟରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ ରହୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ସୁବିଧା ମିଳେ ନାହିଁ।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର